ସର୍ବସାଧାରଣ ସ୍ଥାନରେ ନିଶାସେବନ

ସୋନପୁର,୧୬।୯(ନି.ପ୍ର.): ସୁବର୍ଣ୍ଣପୁର ସହରରେ ଏବେ ବିଦେଶୀ, ଦେଶୀ ମଦ ଏବଂ କଫ୍‌ ସିରପ୍‌ କାରବାର ବୃଦ୍ଧି ପାଇଛି। ରାସ୍ତାପାର୍ଶ୍ୱରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି। ଲୋକେ ସଙ୍କୋଚ ନ କରି ବେଆଇନଭାବେ ସର୍ବସାଧାରଣ ସ୍ଥାନରେ ନିଶା ସେବନ କରୁଛନ୍ତି। ମଦ୍ୟପଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ ଅବକାରୀ ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।
ସହରର ବ୍ଲକ ଛକ ସ୍ଥିତ ରୟାଲ ପଡିଆ, ମହାନଦୀର ଦଶମତି ଘାଟ, ରିଂରୋଡରେ ମଦ୍ୟପଙ୍କ ରାଜ୍‌ ଚାଲିଛି। ରିଂରୋଡ ଓ ଦଶମତି ଘାଟରେ ସବୁ ସମୟରେ ଏବଂ ରୟାଲ ପଡିଆରେ ସନ୍ଧ୍ୟା ପରେ ସେମାନଙ୍କ ଆସର ଜମୁଛି। ନଦୀକୁ ଗାଧୋଇବା ପାଇଁ ଯିବାକୁ ଲୋକେ ଭୟ କରୁଛନ୍ତି। ପଡିଆ, ରିଂ ରୋଡକୁ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ମହିଳା, ପୁରୁଷ ଓ ବରିଷ୍ଠ ନାଗରିକ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଚାଖନା ସାଙ୍ଗକୁ ସବୁଠି ମଦ ବୋତଲ, କଫ୍‌ ସିରପ ବୋତଲ ଓ ଦେଶୀ ମଦ ପାଉଚ ଜରି ପଡିଥିବା ଦେଖିବାକୁ ମିଳୁଛି। ବୁଦ୍ଧିଜୀବୀ ଏ ସବୁକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ହେଁ ତାହା ପୋଲିସ ଓ ଅବକାରୀ ବିଭାଗର ଦୃଷ୍ଟିକୁ ଆସୁନି। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦ୍‌ବାକ କୁହନ୍ତି, ସନ୍ଧ୍ୟା ହେବା ମାତ୍ରେ ରୟାଲ ପଡିଆ ବାର୍‌ ପାଲଟି ଯାଉଛି। ଲୋକେ ପଡିଆକୁ ଯିବାକୁ ଭୟ କରୁଛନ୍ତି। କ୍ରୀଡାବିତ୍‌ମାନେ ସେଠାରେ କ୍ରୀଡା ଅଭ୍ୟାସ କରିବାରେ ଅସୁବିଧା ଭୋଗୁଛନ୍ତି। ପଡିଆରେ କାଚ ବୋତଲ ପଡି ରହୁଛି। ସେହିପରି ଦଶମତିଘାଟ ପାର୍ଶ୍ୱରେ ମଦ୍ୟପଙ୍କ ଆଡ୍ଡା ଜମୁ ଥିବାରୁ ମଝିପଡାର ମହିଳା ଓ ପୁରୁଷମାନେ ମହାନଦୀକୁ ଗାଧୋଇବାକୁ ଯାଇ ପାରୁନାହାନ୍ତି। ରିଂ ରୋଡରେ ବସି ନିଶାସକ୍ତମାନେ ମଦ୍ୟପାନ କରୁଥିବାରୁ ବଡବଜାର, ନୂଆପଡା ଓ ଭଗବତୀପ୍ଲଟ ଅଞ୍ଚଳର ଲୋକେ ସାନ୍ଧ୍ୟ ଭ୍ରମଣ କରିପାରୁ ନାହାନ୍ତି। ଜରୁରୀ ସହାୟତା ଯାନ ସହରରେ ପାଟ୍ରୋଲିଂ କରୁଥିବା ବେଳେ ତାହା ଏ ସବୁ ଅଞ୍ଚଳକୁ ଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବ ଓ ସୋନପୁର ଆଇଆଇସିଙ୍କୁ ଏସବୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri