Posted inଜାତୀୟ

ନୀତୀଶଙ୍କ ମୁହଁରେ ହସ: ଏନ୍‌ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

ନୂଆଦିଲ୍ଲୀ,୭।୧: ଏନ୍‌ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ସମୟରେ ସେ ବେଶ୍‌ ଖୁସି ଜଣାପଡୁଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ବିହାରରେ ନୂତନ ଏନଡିଏ ସରକାର ଗଠନ ପରେ ପିଏମ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ। ଆଗାମୀ ସମୟରେ ବିହାରରେ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି। ଏଥି ସହିତ ନୂତନ ଏନଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ଫେବୃଆରୀ ୧୨ରେ ହେବ। ବିଧାନସଭାରେ ନୀତୀଶ କୁମାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ। ଏହି ସମୟରେ ନୀତୀଶ କୁମାର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବୈଠକର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛି। ଫଟୋରେ ଉଭୟ ନେତା ହସି ହସି ସାକ୍ଷାତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ ପିଏମ ମୋଦିଙ୍କୁ ଏକ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।
ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏରେ ଆସନ ବଣ୍ଟନ ହେବ। ଗତ ଲୋକସଭା ନିର୍ବାଚନରେ ଜେଡିୟୁ ଏବଂ ଭାଜପା ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିହାରରେ ୪୦ଟି ଲୋକ ସଭା ଆସନ ଅଛି। ଜେଡିୟୁ ଏବଂ ଭାଜପା ପ୍ରତ୍ୟେକ ୧୭ଟି ଆସନରେ ପ୍ରାର୍ଥୀ କରିଥିଲେ। ଭାଜପା ୧୭ଟି ଆସନ ଏବଂ ଜେଡିୟୁ ୧୬ଟି ଆସନ ଜିତିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କେନ୍ଦ୍ର ସ୍ବମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ମଧ୍ୟ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?