ହାଇସ୍କୁଲ ସମ୍ମୁଖରେ ଆବର୍ଜନା ପକାଉଛି ଏସ୍‌ଏମ୍‌ସି

ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡ଼ିରହୁଛି। ୪୦ନଂ. ୱାର୍ଡ ମାନେଶ୍ୱର ହାଇସ୍କୁଲ ସମ୍ମୁଖ ବି ବାଦ୍‌ ପଡୁନାହିଁ। ଏହି ଆବର୍ଜନା କୌଣସି ବ୍ୟକ୍ତି ପକାଉନାହାନ୍ତି, ଖୋଦ ଏସ୍‌ଏମ୍‌ସି ପକ୍ଷରୁ ଏଠାରେ ଅସ୍ଥାୟୀ ଭାବେ ଆବର୍ଜନା ଗଦା କରାଯାଉଛି। ୧୫ଦିନରେ ଥରେ କିମ୍ବା ଅଭିଯୋଗ କଲେ ଗାଡ଼ି ଆସି ସଫା କରି ନେଉଛି। ନ ହେଲେ ସେଭଳି ପଡ଼ିରହୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏହା ଦ୍ୱାରା ପରିବେଶ ଦୁର୍ଗନ୍ଧରେ ଫାଟିପଡ଼ୁଛି। ପିଲାମାନେ ଝରକା ବନ୍ଦକରି ପାଠ ପଢ଼ୁଛନ୍ତି।
ମାନେଶ୍ୱରଠାରୁ ଧମା ପିଡବ୍ଲ୍ୟୁଡି ରାସ୍ତାରେ ପ୍ରତିଦିନ ଶତାଧିକ ଲୋକ ଯିବାଆସିବା କରୁଛନ୍ତି। ସେମାନଙ୍କୁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ୱାର୍ଡ ଅଫିସରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନ୍ୟପଟେ ଏସ୍‌ଏମ୍‌ସି କର୍ମଚାରୀମାନେ ଏହି ଆବର୍ଜନା ସ୍ଥାନୀୟ ଲୋକେ ପକାଉଥିବା ନେଇ ଯୁକ୍ତି କରୁଛନ୍ତି। ବାରମ୍ବାର ଅଭିଯୋଗ କଲା ପରେ ୧୫ରୁ ୨୦ଦିନ ବ୍ୟବଧାନରେ ଟ୍ରକ୍‌ ସାହାଯ୍ୟରେ ଆବର୍ଜନା ଉଠାଯାଉଛି। ଏସ୍‌ଏମ୍‌ସି କର୍ମଚାରୀ, ଠିକା ସଂସ୍ଥାଙ୍କୁ ତାଗିଦ କରିବା ବଦଳରେ ଓଲଟା ପ୍ରୋତ୍ସାହନ ଦିଆଯାଉଛି। ସଫେଇ ନାମରେ ମାସିକ ଏସ୍‌ଏମ୍‌ସିରେ କୋଟି କୋଟି ଟଙ୍କା ବିଲ୍‌ କରାଯାଉଛି। ଗ୍ରାମଗୁଡ଼ିକୁ ମଧ୍ୟ ସଫେଇ କର୍ମଚାରୀମାନେ ନିୟମିତ ସଫା କରିବାପାଇଁ ଯାଉନାହାନ୍ତି। ଏ ସମ୍ପର୍କରେ ଏସ୍‌ଏମ୍‌ସି କମିଶନର ପ୍ରଦୀପ ସାହୁ କହିଛନ୍ତି ଯେ, ହାଇସ୍କୁଲ ନିକଟରେ ଆବର୍ଜନା ଗଦା କରିବା ଉଚିତ ନୁହେଁ। ନିୟମ ଦୃଷ୍ଟିରୁ ପୂର୍ବାହ୍ନ ୧୦ଟା ପୂର୍ବରୁ ସଫେଇ କାର୍ଯ୍ୟ ଶେଷ ହୋଇଯିବା କଥା। ହେଲେ ଆବର୍ଜନା କିଭଳି ଭାବେ ପଡ଼ିରହୁଛି ତା’ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri