ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପରିଚାଳନାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଘରୋଇ ସ୍କୁଲ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ହେଲେ ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା କରାଯାଇଥିବା ଏଠାରେ ଆଲୋଚନା ହେଉଛି। ଅନୁଦାନ ଅଭାବରୁ ସ୍କୁଲଗୁଡିକ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ।
ସମ୍ବଲପୁର ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ସ୍କୁଲ ନଭେମ୍ବର ୧୬ରେ ଲୋକାର୍ପଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୩ ସ୍କୁଲ ରୂପାନ୍ତରଣ ଯୋଜନା ରହିଛି। ହେଲେ ଅଧିକାଂଶ ସ୍ଥାନରେ ଅନୁଦାନ ଅଭାବରୁ ସ୍କୁଲ ନିର୍ମାଣ କରିବାକୁ ସ୍ଥାନୀୟ ଠିକାଦାର ପଛଘୁଞ୍ଚା ଦେଉଛନ୍ତି। ତେଣୁ ଅନୁଦାନ ବୃଦ୍ଧି ନ କଲେ ଏହି ଯୋଜନା ଫେଲ୍‌ ମାରିବା ସମ୍ଭାବନା ଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ପକ୍ଷରୁ ଏସ୍‌ଏଫ୍‌ସି, ସିଏସ୍‌ଏଫ୍‌ସି, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ବିଆର୍‌ଜିଏଫ୍‌, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସିଆର୍‌ଏଫ୍‌ ଭଳି ସରକାରୀ ଅନୁଦାନ ସହ କମ୍ପାନୀର ସିଏସ୍‌ଆର ଅନୁଦାନ ଖର୍ଚ୍ଚ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓମାନେ ମଧ୍ୟ କାମ ସମ୍ପୂର୍ଣ୍ଣ କରିବା ନେଇ ଚିନ୍ତାରେ ପଡିଛନ୍ତି। ପୂର୍ବ ସ୍କୁଲ କାମର ବିଲ୍‌ ଟଙ୍କା ସହଯୋଗ କରିଥିବା ଠିକାଦାର ଓ ସିମେଣ୍ଟ, ବାଲି, ଲୁହାଛଡ ଭଳି ସାମଗ୍ରୀ ଯୋଗାଣ ସଂସ୍ଥା ମଧ୍ୟ ଟଙ୍କା ବକେୟା ଥିବାରୁ ମନା କରିଦେଉଛନ୍ତି। ଏପରି କି କେତେଜଣ ଠିକାଦାର ଓ ଯୋଗାଣ ସଂସ୍ଥା ବିଡିଓ ଓ ପଞ୍ଚାୟତ ଅଫିସକୁ ଆସି ବକେୟା ଟଙ୍କା ଦାବି କରୁଛନ୍ତି। ବିଡିଓ ଓ ପଞ୍ଚାୟତ ସ୍ତରର ଅଧିକାରୀ ଅସହାୟ ପ୍ରକାଶ କରି କିଛିଦିନ ଅପେକ୍ଷା କରିବାକୁ କହୁଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ ସ୍ମାର୍ଟ ସ୍କୁଲ ପାଇଁ ରାଜ୍ୟ ସରକାରଙ୍କ ୪୫ ଲକ୍ଷ ଟଙ୍କା ଅନୁଦାନ ରହିଛି। ଏଥିରୁ ୧୦ ଲକ୍ଷ ଟଙ୍କା ସ୍କୁଲ ପରିଚାଳନା କମିଟି ଜମା ଖାତାରେ ରହିବ। ସେମାନେ ଉକ୍ତ ଟଙ୍କାକୁ ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ କରିବେ। ୧୫ ଲକ୍ଷ ଟଙ୍କାରେ ସାଇନ୍ସ ଲ୍ୟାବରେ ବ୍ୟବହୃତ ସାମଗ୍ରୀ, ବେଞ୍ଚ ଡେକ୍ସ, କମ୍ପ୍ୟୁଟର, ପ୍ରୋଜେକ୍ଟର ଭଳି ସାମଗ୍ରୀ କିଣାଯାଉଛି। ବାକି ୩୫ ଲକ୍ଷ ଟଙ୍କାରେ ପୁରାତନ ସ୍କୁଲ ରୂପାନ୍ତରଣ କରାଯିବାକୁ ଯୋଜନା କରାଯାଇଛି। ସମ୍ବଲପୁର ସମେତ ଅଧିକାଂଶ ଜିଲାରେ ହାଇସ୍କୁଲରେ ୨ରୁ ୩ଟି କୋଠରୀ ରହିଛି। ବାକି ମାଟିକାନ୍ଥ ଥିବା ଆଜ୍‌ବେଷ୍ଟସ ଘର ରହିଛି। ଏହାକୁ ମରାମତି କଲେ ଅଧିକ ଅନୁଦାନ ଆବଶ୍ୟକ। ଏ ସମ୍ପର୍କରେ ଡିଆର୍‌ଡିଏ ପିଡି ଦିଲୀପ କୁମାର ବଳ କହିଛନ୍ତି, ସ୍ମାର୍ଟ ସ୍କୁଲ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଅନୁଦାନ ଅଭାବ ଦୂର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୩ ସ୍କୁଲ ହାତକୁ ନିଆଯାଇଛି। କେତେଜଣଙ୍କ ବକେୟା ଟଙ୍କା ରହିଛି, ତାହା ମଧ୍ୟ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri