Posted inଜାତୀୟ

କଂଗ୍ରେସର ଝୁମ୍ପୁଡ଼ି ବସ୍ତି ରାଜନୀତି

ନୂଆଦିଲ୍ଲୀ, ୮।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ନିର୍ଦ୍ଦେଶ ଅନୁସାରେ ରେଲଓ୍ବେ ସୁରକ୍ଷା ଜୋନ୍‌ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ହଟାଯିବ। ଆସନ୍ତା ୩ ମାସ ମଧ୍ୟରେ ୧୪୦ କିମି ଲମ୍ବ ରେଳ ଲାଇନ କଡ଼ରେ ଥିବା ଏସବୁ ଝୁମ୍ପୁଡ଼ିକୁ ଭଙ୍ଗାଯିବ। ତେବେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଏବେ ଆଗକୁ ଆସିଛି। କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଏହି ପ୍ରସଙ୍ଗରେ ବେଶ୍‌ ସକ୍ରିୟ ରହିଛନ୍ତି। ସୁପ୍ରିମ୍‌କୋର୍ଟ ପୁନର୍ବିଚାର ଆବେଦନ ଦାଖଲ ଉପରେ ସେ ଗୁରୁତ୍ୱାରୋପ କରୁଛନ୍ତି। ପ୍ରଦେଶ ଅଧ୍ୟକ୍ଷ ଅନୀଲ ଚୌଧୁରୀ ବସ୍ତି ବାସିନ୍ଦାଙ୍କ ସହିତ ଏନେଇ ଆଲୋଚନା ମଧ୍ୟ କରିଛନ୍ତି। କଂଗ୍ରେସ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନ ଥିବାରୁ ଏହାକୁ ନେଇ ଆସନ୍ତା ୩ ମାସ ପର୍ଯ୍ୟନ୍ତ ରାଜନୀତି କରିବାରୁ ସୁଯୋଗ ପାଇବ ବୋଲି ଚର୍ଚ୍ଚା ହେଉଛି। ତେବେ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଅନ୍ୟ କୋର୍ଟ ଏନେଇ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରିକଲେ ତାହାର ପ୍ରଭାବ ସୁପ୍ରିମ୍‌କୋଟଙ୍କ ରାୟକୁ ବାଧା ଦେଇ ପାରିବ ନାହିଁ। ୧୯୮୫ଠାରୁ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସମୟରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ଏଭଳି ରାୟ ଦିଆଯାଉଛି। ୨୦୧୮ରେ ଝୁମ୍ପୁଡ଼ି ହଟାଇବା ପାଇଁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ରାଜନୈତିକ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲ। ଏବେ ପୁଣି କଂଗ୍ରେସ ଝୁମ୍ପଡ଼ିବସ୍ତିକୁ ନେଇ ରାଜନୀତି ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri