ମନ୍ଥର ପ୍ରକ୍ରିୟା

ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ପ୍ରଶାନ୍ତ କୁମାର ମେ ୩୧ରେ ଅବସର ନେବାକୁ ଯାଉଛନ୍ତି। ଏଣୁ ରାଜ୍ୟର ପୋଲିସ ମୁଖ୍ୟ ଲାଗି ଦୌଡ଼ ଆରମ୍ଭ ହୋଇଯାଇଛି। କିନ୍ତୁ ଏଯାବତ୍‌ କେବଳ ଗୁଞ୍ଜରଣ ସୃଷ୍ଟି ହେଉଛି, କ’ଣ ସତ୍ୟ ତାହା ପଦାକୁ ଆସୁନାହିଁ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୟୁପିଏସ୍‌ସିକୁ ଶର୍ଟଲିଷ୍ଟ ପଠାଇ ନାହାନ୍ତି କିମ୍ବା ଡିଜିପି ନିଯୁକ୍ତି ପାଇଁ ନୂଆ ଭାବେ ଆଣିଥିବା ନିୟମ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ଫଳରେ ଶୀର୍ଷ ପଦବୀ ରହସ୍ୟ ଓ କଳ୍ପନାଜଳ୍ପନାର ଏକ ବିଚିତ୍ର ସ୍ଥିତିରେ ଝୁଲିରହିଛି। ରାଜ୍ୟରେ ଅଣାଯାଇଥିବା ନୂଆ ନିୟମ ଅମଲାତନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ଅଯଥା ବିଳମ୍ବକୁ ରୋକିବା ପାଇଁ ଅଣାଯାଇଛି। ଏଥିରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯାଇଛି। କିନ୍ତୁ ପର୍ଯ୍ୟବେକ୍ଷକଙ୍କ ମତରେ, ଏହା କେନ୍ଦ୍ରର ଭୂମିକାକୁ ଗୌଣ କରିବା ପାଇଁ ଏକ ଉପାୟ। ତେବେ ଡିଜିପି ପାଇଁ କ୍ଷମତା ପରିସରରେ ବହୁ ଜଣାଶୁଣା ନାମ ଉଠୁଛି। ଡିଜି (ଟ୍ରେନିଂ) ଭାବେ କାର୍ଯ୍ୟରତ ୧୯୯୦ ବ୍ୟାଚ୍‌ ଅଧିକାରୀ ତିଳୋତ୍ତମା ବର୍ମାଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି। ଯଦି ତାଙ୍କୁ ଚୟନ କରାଯାଏ, ତେବେ ଉତ୍ତରପ୍ରଦେଶର ସେ ପ୍ରଥମ ମହିଳା ପୋଲିସ ଡିଜିପି ହେବେ। ସିବିଆଇରେ କରିଥିବା କାର୍ଯ୍ୟ ପାଇଁ ସେ ବେଶ୍‌ ପରିଚିତ। ବର୍ମାଙ୍କୁ ନେଇ ଗୁଞ୍ଜରଣ ସୃଷ୍ଟି ହେବାର କାରଣ ହେଉଛି ତାଙ୍କ ସ୍ବାମୀ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଆଶିଷ ଗୁପ୍ତା ଗତ ମାସରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ସମ୍ଭବତଃ ବର୍ମାଙ୍କ ପଦୋନ୍ନତି ପାଇଁ ସେ ପଥ ପରିଷ୍କାର କରିଛନ୍ତି। ଡିଜିପି ପାଇଁ ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଦଲଜିତ ସିଂ ଚୌଧୁରୀ,ଏସ୍‌ପିଜି ମୁଖ୍ୟ ଆଲୋକ ଶର୍ମା ଏବଂ ରାଜ୍ୟର ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କ୍ରିଷ୍ଣାଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସୁଛି। ତେବେ ନିଯୁକ୍ତି ଯୋଗ୍ୟତା, ସ୍ବଚ୍ଛତା ଏବଂ ଅଭିଜ୍ଞତା ଆଧାରରେ ହେବ ନା ପୁନର୍ବାର ରାଜନୈତିକ ପ୍ରକ୍ରିୟାରେ ହେବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗଛକଟା ଅଡ଼ୁଆ
ସପ୍ତାହାନ୍ତ ଛୁଟିରେ କେହି କିଛି ଦେଖନ୍ତନି ଭାବି ତେଲଙ୍ଗାନା ସରକାର ଜଙ୍ଗଲ ଧ୍ୱଂସ କରିଥିଲେ। କିନ୍ତୁ ସୁପ୍ରିମ କୋର୍ଟ ସବୁ ଦେଖୁଥିଲେ ଓ ତାହାର ଶୁଣାଣି କରିଥିଲେ। ତେଲଙ୍ଗାନା ସରକାର ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି ନିକଟରେ ଥିବା କାଞ୍ଚା ଗାଛିବୋଓ୍ବଲି ଜଙ୍ଗଲରେ ଅନେକ ଶହ ଗଛ କାଟିବାକୁ ନେଇ ଶୀର୍ଷ କୋର୍ଟ ତ୍ୱରିତ୍‌ ଶୁଣାଣି କରିବା ସହ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସପ୍ତାହାନ୍ତ ଦୀର୍ଘ ଛୁଟିଦିନରେ ଯେତେବେଳେ ସୁପ୍ରିମକୋର୍ଟର ଫରେଷ୍ଟ ବେଞ୍ଚ ଉପଲବ୍ଧ ନ ଥିଲା ସେତେବେଳେ ଏଭଳି ଶୁଣାଣି କରାଯାଇଥିଲା। ଦୁଇମାସରେ ପୁନର୍ବାର ଜଙ୍ଗଲ ସୃଷ୍ଟି କର କିମ୍ବା ରାଜ୍ୟ ମୁଖ୍ୟ ଶାସନ ସଚିବ ଜେଲ୍‌ରେ ରହିବାକୁ ପ୍ରସ୍ତୁତ ରୁହ ବୋଲି କୋର୍ଟ ଅତ୍ୟନ୍ତ କଠୋର ଶବ୍ଦ ଶୁଣାଇଥିଲେ। ଭାରତର ପ୍ରଧାନ ବିଚାରପତି ବି.ଆର୍‌. ଗଭାଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଏହାକୁ ନ ମାନିଲେ ରାଜ୍ୟ ସରକାର ଅଦାଲତ ଅବମାନନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଉଚିତ। ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ ‘ପୂର୍ବ ଆୟୋଜିତ’ ଏବଂ ଜାଣିଶୁଣି କରିଛନ୍ତି ବୋଲି ସେ କହିଥିଲେ। ତେବେ ରାଜ୍ୟ ସରକାର ଯୁକ୍ତି ଦର୍ଶାଇଥିଲେ ଯେ, ସେହି ଜାଗା ଜଙ୍ଗଲ ନ ଥିଲା ଏବଂ ଅନୁମତି ଅନୁଯାୟୀ ଗଛ କଟାଯାଇଥିଲା। କୋର୍ଟ ଏଭଳି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ଦ୍ୱାରା ନିଯୁକ୍ତ ସେଣ୍ଟ୍ରାଲ ଏମ୍ପାଓ୍ବାରମେଣ୍ଟ କମିଟି ରିପୋର୍ଟରେ ଦର୍ଶାଯାଇଛି ଯେ, ବିନା ଅନୁମତିରେ ୧୦୦ ଏକରରୁ ଅଧିକ ଜାଗାରୁ ଗଛକାଟି ଧ୍ୱଂସ କରିଦିଆଗଲା। ଏହି ଜାଗାରେ ପ୍ରାକୃତିକ ଜଳାଶୟ ଥିଲା ଓ ଏହା ଥିଲା ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ। କିନ୍ତୁ ଏହା ଆଇଟି ପାର୍କ ପାଇଁ ଉପଯୁକ୍ତ ବୋଲି ଚିନ୍ତା କରାଗଲା।
ଅନ୍‌ଲାଇନ ଟ୍ରୋଲିଂ
ଏବେ କ୍ରୋଧ ଓ ଅସନ୍ତୋଷ ଭାବ ନିମିଷକ ମଧ୍ୟରେ ଭାଇରାଲ ହୋଇଯାଉଛି ଏବଂ ଇଣ୍ଟରନେଟ ଏହାର ପ୍ଲାଟଫର୍ମ ପାଲଟିଯାଇଛି। ସରକାରୀ କର୍ମଚାରୀମାନେ ସହଜରେ ଏହାର ଶିକାର ହେଉଛନ୍ତି। ନିକଟରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ଭୁଲ୍‌ କୂଟନୈତିକ ପଦକ୍ଷେପ ପାଇଁ ନୁହେଁ ବରଂ ତାଙ୍କ କାମ ଲାଗି ଏଭଳି ଏକ ଝଡ଼ର ସାମ୍ନା କରିଥିଲେ। ସୋସିଆଲ ମିଡିଆ ଟ୍ରୋଲିଂରେ ତାଙ୍କ ଝିଅଙ୍କ ବ୍ୟକ୍ତିଗତ ତଥ୍ୟକୁ ଦର୍ଶାଯିବା ସହ ବାହାରେ ପଢ଼ିବାକୁ ନେଇ ତାଙ୍କୁ ରାଷ୍ଟ୍ର ବିରୋଧୀ ଭାବେ ଚିତ୍ରଣ କରାଯାଇଥିଲା। ଡିଜିଟାଲ କ୍ଷେତ୍ରରେ ଏଭଳି ଖରାପ ଟ୍ରୋଲିଂ ଉପରେ ସରକାର ପୂରା ନୀରବ ରହିଥିଲେ ଏପରି କି ମିସ୍ରିଙ୍କ ମନ୍ତ୍ରଣାଳୟ। ଏହି ଟ୍ରୋଲିଂର କିଛି ସପ୍ତାହ ପୂର୍ବରୁ ନବ ବିବାହିତ ନାଭାଲ ଅଫିସର ଲ୍ୟୁଟ୍‌ନାଣ୍ଟ ବିନୟ ନରଓ୍ବାଲଙ୍କର ପହଲଗାମ୍‌ରେ ଆତଙ୍କବାଦ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁକୁ ସାମ୍ପ୍ରଦାୟୀକରଣ ନ କରିବାକୁ ଅପିଲ କରିଥିଲେ, ଯାହା ପାଇଁ ଅନ୍‌ଲାଇନରେ ତାଙ୍କୁ ଅସଭ୍ୟ ବ୍ୟବହାର କରାଯାଇଥିଲା। ଆସୋସିଏଶନ ଅଫ୍‌ ଡିପ୍ଲୋମାଟ୍ସ ଏବଂ ଆଇଏଏସ୍‌ ଓ ଆଇପିଏସ୍‌ ଆସୋସିଏଶନ ଭଳି ସିଭିଲ ସର୍ଭିସ ସଂସ୍ଥାଗୁଡ଼ିକ ସହିତ ପ୍ରତିଷ୍ଠିତ ନାଗରିକମାନେ ବୈଦେଶିକ ସଚିବଙ୍କ ସମର୍ଥନରେ ମୁହଁ ଖୋଲିଥିଲେ ଏବଂ ଏଭଳି ଖରାପ ଅନ୍‌ଲାଇନ ଆକ୍ରମଣକୁ ନିନ୍ଦା କରିଥିଲେ। ରାଜନେତା ଅଖିଳେଶ ଯାଦବ ମଧ୍ୟ ନିନ୍ଦା କରିବା ସହ କେନ୍ଦ୍ରର ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି କି ସୋସିଆଲ ମିଡିଆ ଟ୍ରୋଲିଂକୁ ସୁପ୍ରିମକୋର୍ଟ ଭୟାନକ ବୋଲି ଦର୍ଶାଇ ଏହା ମୁକ୍ତ ଅଭିବ୍ୟକ୍ତି ନୁହେଁ, ବରଂ ଏହା ହେଉଛି ପବ୍ଲିକ ଲିଚିଙ୍ଗ ବୋଲି କହିଥିଲେ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri