ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ମନ୍ଥରତା

ଜଗତ୍‌ସିଂହପୁର ଅଫିସ, ୧୮।୧୦:କୋମଳମତି ପିଲାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ସାଙ୍ଗକୁ ପ୍ରାକ୍‌ ଶିକ୍ଷା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଗତ କିଛି ବର୍ଷ ହେବ ବିଭିନ୍ନ ସରକାରୀ ବୈଠକରେ ଲୋକ ପ୍ରତିନିଧିମାନେ ଏହି ପ୍ରସଙ୍ଗ ଉଠାଇ ନିର୍ମାଣ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି। ବିଭାଗୀୟ ଦାୟିତ୍ୱହୀନତା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।
ଜଗତ୍‌ସିଂହପୁର ସମାଜ ମଙ୍ଗଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଜିଲାରେ ମୋଟ ୧୮୪୦ଟି ଅଙ୍ଗନୱାଡି କେନ୍ଦ୍ର ଥିଲା। ସେଥିରୁ ୪୭ ବନ୍ଦ ହୋଇଯାଇଛି। ଅବଶିଷ୍ଟ ୧,୭୯୩ ମଧ୍ୟରୁ ସହରାଞ୍ଚଳରେ ୧୨୨ ଓ ଗ୍ରାମାଞ୍ଚଳରେ ୧,୬୭୧ ରହିଛି । ୨୦୧୫-୧୬ ଆର୍ଥିକ ବର୍ଷ ପୂର୍ବରୁ ପ୍ରତି କେନ୍ଦ୍ର ପାଇଁ ନୂଆ ବିଲ୍ଡିଂ ବାବଦରେ ୫ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲା। ତା’ପରେ ଏହା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ କେନ୍ଦ୍ର ୫ ଲକ୍ଷ ଓ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଅନୁଦାନ ରାଶି ଦେଉଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୨୦୧୫-୧୬ ପର୍ଯ୍ୟନ୍ତ ୧୮୩ଟି ଓ ୨୦୧୬-୧୭ରୁ ୨୦୧୯-୨୦ ପର୍ଯ୍ୟନ୍ତ ୭୯୭ଟି ବିଲ୍ଡିଂ ପାଇଁ ଅନୁଦାନ ଆସିଥିଲା। ଏହାବାଦ୍‌ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ୨୮୦ ଓ ଏନ୍‌ଓପି (ନ୍ୟୁଟ୍ରିସନ୍‌ ଅପରେସନ୍‌ ପ୍ଲାନ୍‌)ରେ ୨୦ଟି ପାଇଁ ଅନୁଦାନ ଆସିଥିଲା। ଏପରି ମୋଟ ୧୭୧୫ କେନ୍ଦ୍ର ପାଇଁ ଅନୁଦାନ ଆସିଥିବାବେଳେ କେବଳ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୯୮୦ଟି ରହିଛି। ସେଥିରୁ ୨୮୯ଟି ନିର୍ମାଣାଧୀନ ଥିବାବେଳେ ଅବଶିଷ୍ଟ ୪୮୦ଟି ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନାହିଁ। ସେହିପରି ୧୧୭ଟି ପାଇଁ କାର୍ଯ୍ୟାଦେଶ ଦିଆଯାଇ ନ ଥିବାବେଳେ ୨୧୭ଟିର ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଗତ ସେପ୍ଟେମ୍ବର ୨୮ରେ ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୧୩-୧୪ରେ ୮୪, ୨୦୧୪-୧୫ରେ ୫୩, ୨୦୧୫-୧୬ରେ ୪୬, ୨୦୧୬-୧୭ରେ ୧୪୦, ୨୦୧୭-୧୮ରେ ୧୩୧, ୨୦୧୮-୧୯ରେ ୩୧୩, ୨୦୧୯-୨୦ରେ ୨୧୩ ଏହିପରି ମୋଟ ୯୮୦ ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ସେଥିରୁ ୧୩୨ଟି ନିମନ୍ତେ କ୍ଷେତ୍ର ଚୟନ ପ୍ରକ୍ରିୟା ଶେଷ ହୋଇନାହିଁ। ୧୧୪ଟି ପାଇଁ କାର୍ଯ୍ୟାଦେଶ ଦିଆଯାଇନାହିଁ। ଯେଉଁମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଛିି, ସେମାନଙ୍କ ମଧ୍ୟରୁ ୧୯୬ ଜଣ କାମ ଆରମ୍ଭ କରିନାହାନ୍ତି। କିନ୍ତୁ ଏନ୍‌ଆର୍‌ଇଜିଏସ୍‌ ୱେବ୍‌ସାଇଟ୍‌ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଥିରେ ୧୪୭ଟି କେନ୍ଦ୍ର କାମ ଚାଲିଥିବା ଉଲ୍ଲେଖ ରହିଛି । ସେଗୁଡ଼ିକ ମଧ୍ୟରେ ବାଲିକୁଦାରୁ ୧୮, ବିରିଡ଼ି ୧୫, ଏରସମା ୧୯, ଜଗତ୍‌ସିଂହପୁର ୨୨, କୁଜଙ୍ଗ ୨୭, ନାଉଗାଁ ୧୦, ରଘୁନାଥପୁର ୧୧, ତିର୍ତ୍ତୋଲରୁ ୨୫ଟି ରହିଛି । ସେଥିରୁ ମାତ୍ର ୩୨ଟି ଶେଷ ହୋଇପାରିଛି । ଜିଲାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ମନ୍ଥରତା ଚିନ୍ତାର କାରଣ ପାଲଟିଛି । ସରକାର ଅନୁଦାନ ଦେଉଥିବାବେଳେ ଏହାର ବିନିଯୋଗ ହେଉ ନ ଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି। ବିଭାଗ ପକ୍ଷରୁ ୨୮୯ଟି ନିର୍ମାଣାଧୀନ ଦର୍ଶାଯାଇଥିବାବେଳେ ଓ୍ବେବସାଇଟ୍‌ରେଏହି ସଂଖ୍ୟା କମ୍‌ ଥିବାରୁ ଅବଶିଷ୍ଟ କୁଆଡ଼େ ଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ର ନାରାୟଣ ଦାସଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା । ଅତିରିକ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟିଙ୍କୁ ପଚାରିବାରୁ ତାଙ୍କ କାର୍ଯ୍ୟାଳୟରେ ଯାହା ତଥ୍ୟ ଅଛି ତାହା ଠିକ କହିବା ସହ କେଉଁ କାରଣରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୱେବସାଇଟ୍‌ରେ କମ୍‌ ପରିସଂଖ୍ୟାନ ଦର୍ଶାଯାଇଛି, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri