ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ମନ୍ଥରତା

ଜଗତ୍‌ସିଂହପୁର ଅଫିସ, ୧୮।୧୦:କୋମଳମତି ପିଲାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ସାଙ୍ଗକୁ ପ୍ରାକ୍‌ ଶିକ୍ଷା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଗତ କିଛି ବର୍ଷ ହେବ ବିଭିନ୍ନ ସରକାରୀ ବୈଠକରେ ଲୋକ ପ୍ରତିନିଧିମାନେ ଏହି ପ୍ରସଙ୍ଗ ଉଠାଇ ନିର୍ମାଣ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି। ବିଭାଗୀୟ ଦାୟିତ୍ୱହୀନତା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।
ଜଗତ୍‌ସିଂହପୁର ସମାଜ ମଙ୍ଗଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଜିଲାରେ ମୋଟ ୧୮୪୦ଟି ଅଙ୍ଗନୱାଡି କେନ୍ଦ୍ର ଥିଲା। ସେଥିରୁ ୪୭ ବନ୍ଦ ହୋଇଯାଇଛି। ଅବଶିଷ୍ଟ ୧,୭୯୩ ମଧ୍ୟରୁ ସହରାଞ୍ଚଳରେ ୧୨୨ ଓ ଗ୍ରାମାଞ୍ଚଳରେ ୧,୬୭୧ ରହିଛି । ୨୦୧୫-୧୬ ଆର୍ଥିକ ବର୍ଷ ପୂର୍ବରୁ ପ୍ରତି କେନ୍ଦ୍ର ପାଇଁ ନୂଆ ବିଲ୍ଡିଂ ବାବଦରେ ୫ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲା। ତା’ପରେ ଏହା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ କେନ୍ଦ୍ର ୫ ଲକ୍ଷ ଓ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଅନୁଦାନ ରାଶି ଦେଉଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୨୦୧୫-୧୬ ପର୍ଯ୍ୟନ୍ତ ୧୮୩ଟି ଓ ୨୦୧୬-୧୭ରୁ ୨୦୧୯-୨୦ ପର୍ଯ୍ୟନ୍ତ ୭୯୭ଟି ବିଲ୍ଡିଂ ପାଇଁ ଅନୁଦାନ ଆସିଥିଲା। ଏହାବାଦ୍‌ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ୨୮୦ ଓ ଏନ୍‌ଓପି (ନ୍ୟୁଟ୍ରିସନ୍‌ ଅପରେସନ୍‌ ପ୍ଲାନ୍‌)ରେ ୨୦ଟି ପାଇଁ ଅନୁଦାନ ଆସିଥିଲା। ଏପରି ମୋଟ ୧୭୧୫ କେନ୍ଦ୍ର ପାଇଁ ଅନୁଦାନ ଆସିଥିବାବେଳେ କେବଳ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୯୮୦ଟି ରହିଛି। ସେଥିରୁ ୨୮୯ଟି ନିର୍ମାଣାଧୀନ ଥିବାବେଳେ ଅବଶିଷ୍ଟ ୪୮୦ଟି ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନାହିଁ। ସେହିପରି ୧୧୭ଟି ପାଇଁ କାର୍ଯ୍ୟାଦେଶ ଦିଆଯାଇ ନ ଥିବାବେଳେ ୨୧୭ଟିର ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଗତ ସେପ୍ଟେମ୍ବର ୨୮ରେ ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୧୩-୧୪ରେ ୮୪, ୨୦୧୪-୧୫ରେ ୫୩, ୨୦୧୫-୧୬ରେ ୪୬, ୨୦୧୬-୧୭ରେ ୧୪୦, ୨୦୧୭-୧୮ରେ ୧୩୧, ୨୦୧୮-୧୯ରେ ୩୧୩, ୨୦୧୯-୨୦ରେ ୨୧୩ ଏହିପରି ମୋଟ ୯୮୦ ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ସେଥିରୁ ୧୩୨ଟି ନିମନ୍ତେ କ୍ଷେତ୍ର ଚୟନ ପ୍ରକ୍ରିୟା ଶେଷ ହୋଇନାହିଁ। ୧୧୪ଟି ପାଇଁ କାର୍ଯ୍ୟାଦେଶ ଦିଆଯାଇନାହିଁ। ଯେଉଁମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଛିି, ସେମାନଙ୍କ ମଧ୍ୟରୁ ୧୯୬ ଜଣ କାମ ଆରମ୍ଭ କରିନାହାନ୍ତି। କିନ୍ତୁ ଏନ୍‌ଆର୍‌ଇଜିଏସ୍‌ ୱେବ୍‌ସାଇଟ୍‌ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଥିରେ ୧୪୭ଟି କେନ୍ଦ୍ର କାମ ଚାଲିଥିବା ଉଲ୍ଲେଖ ରହିଛି । ସେଗୁଡ଼ିକ ମଧ୍ୟରେ ବାଲିକୁଦାରୁ ୧୮, ବିରିଡ଼ି ୧୫, ଏରସମା ୧୯, ଜଗତ୍‌ସିଂହପୁର ୨୨, କୁଜଙ୍ଗ ୨୭, ନାଉଗାଁ ୧୦, ରଘୁନାଥପୁର ୧୧, ତିର୍ତ୍ତୋଲରୁ ୨୫ଟି ରହିଛି । ସେଥିରୁ ମାତ୍ର ୩୨ଟି ଶେଷ ହୋଇପାରିଛି । ଜିଲାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ମନ୍ଥରତା ଚିନ୍ତାର କାରଣ ପାଲଟିଛି । ସରକାର ଅନୁଦାନ ଦେଉଥିବାବେଳେ ଏହାର ବିନିଯୋଗ ହେଉ ନ ଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି। ବିଭାଗ ପକ୍ଷରୁ ୨୮୯ଟି ନିର୍ମାଣାଧୀନ ଦର୍ଶାଯାଇଥିବାବେଳେ ଓ୍ବେବସାଇଟ୍‌ରେଏହି ସଂଖ୍ୟା କମ୍‌ ଥିବାରୁ ଅବଶିଷ୍ଟ କୁଆଡ଼େ ଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ର ନାରାୟଣ ଦାସଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା । ଅତିରିକ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟିଙ୍କୁ ପଚାରିବାରୁ ତାଙ୍କ କାର୍ଯ୍ୟାଳୟରେ ଯାହା ତଥ୍ୟ ଅଛି ତାହା ଠିକ କହିବା ସହ କେଉଁ କାରଣରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୱେବସାଇଟ୍‌ରେ କମ୍‌ ପରିସଂଖ୍ୟାନ ଦର୍ଶାଯାଇଛି, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri