ଚଣ୍ଡିଆ ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୮ା୧୦(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଳିତଗିରି ଓ ରନତ୍ଗିରି ହୀରକ ତ୍ରିଭୂଜ ରୁପେ ପରିଚିତ। ବିଶ୍ୱ ମାନଚିତ୍ରରେ ହୀରକ ତ୍ରିଭୂଜ ସ୍ଥାନ ପାଇବା ପରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ସେଠାକୁ ଆସିଥାନ୍ତି। ସେଠାର ପୋତି ହୋଇ ରହିଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିକୁ ଖନନ କରି ବାହାର କରାଯାଇଛି। ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ନିକଟରେ ରହିଛି ଚଣ୍ଡିଆ ପାହାଡ଼। ବୌଦ୍ଧ କୀତ୍ତିରାଜି ସଂଲଗ୍ନ ଏହି ପାହାଡ଼ ଖନନ ହେବା ଉଚିତ ନୁହେଁ ବୋଲି ବହୁ ପରିବେଶବିତ୍‌ ଓ ବୌଦ୍ଧ ଗବେଷକମାନେ ମତବ୍ୟକ୍ତ କରିଛନ୍ତି। ଉକ୍ତ ପାହାଡ଼ ଛୋଟ ହୋଇଥିଲେ ମଧ୍ୟ ସେଠାରୁ ବାହାରୁ ଥିବା ପଥର ମୂଲ୍ୟବାନ। ସେହି ପଥରରେ ମୂର୍ତ୍ତି ତିଆରି କରାଯାଏ। ଉକ୍ତ ପଥରରେ ନିର୍ମାଣ ହୋଇଥିବା ମୂର୍ତ୍ତି ୫ହଜାରରୁ ଆରମ୍ଭ କରି ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଏ । ସେଥିପାଇଁ ଉକ୍ତ ପାହାଡ଼ର ପଥର ଉପରେ ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଦୀର୍ଘଦିନ ହେବ ସେଠାରୁ ଖନନ କରାଯାଇ ବିଭିନ୍ନ ସ୍ଥାନକୁ ପଥର ଚାଲାଣ ହେଉଛି। ତହସିଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ପଥର ମାଫିଆଙ୍କ ବିରୋଧରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି।
ଗତ ମାସକ ତଳେ ବାଲିଚନ୍ଦ୍ରପୁର ପୋଲିସ ମୂର୍ତ୍ତି ପଥର ଚାଲାଣ ସମୟରେ ୨ ଟ୍ରାକ୍ଟରକୁ ଜବତ କରିଥିଲା। ତେବେ ତହସିଲ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚୋରା ପଥର ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଗୋଟିଏ ଟ୍ରାକ୍ଟରରେ ଯାଉଥିବା ପଥରର ମୂଲ୍ୟ ୩୦ରୁ ୪୦ହଜାର ଟଙ୍କାରେ ବିକ୍ରି ହେଉଛି। ଟ୍ରକରେ ଚାଲାଣ ପଥର ୫୦ହଜାରରୁ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ସେଥିପାଇଁ ପଥର ବ୍ୟବସାୟୀମାନେ ଦିନରାତି ଏକ କରି ସେହି ପାହାଡ଼କୁ ବେଆଇନ ଭାବେ ଖନନ କରୁଛନ୍ତି। ରାଜ୍ୟସରକାର ଅବଢା ଯୋଜନାରେ ଉକ୍ତ ପାହାଡ଼ ଖନନ କରିବେ ବୋଲି ଗତ ବର୍ଷ ଗେଜେଟ୍‌ ପ୍ରକାଶ ପାଇଥିଲା। ଏହା ପରେ ଓଡ଼ିଶା ମାଇନିଂ କର୍ପୋରେଶନ୍‌କୁ ଖନନ ଦାୟିତ୍ୱ ଦିଆଯାଇଥିଲା। ତେବେ ସରକାରଙ୍କ ତରଫରୁ ଓଏମ୍‌ସି ଏ ପର୍ଯ୍ୟନ୍ତ କୌଣସି ଖନନ ନ କରିବା ହେତୁ ବେଆଇନ ପଥର ଖନନକାରୀମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
୨୦୦୭ରେ ଭାରତୀୟ ପ୍ରନତ୍ତତ୍ତ୍ୱ ବିଭାଗ ତରଫରୁ ଉଦୟଗିରିଠାରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ କୁହାଯାଇଥିଲା କି ବୌଦ୍ଧ ପୀଠର ଚତୁଃପାର୍ଶ୍ୱରେ ଥିବା ପାହାଡ଼କୁ ଖନନ କରା ନ ଯାଇ ସବୁଜିମାମୟ କରିଯିବ। ଫଳରେ ହୀରକ ତ୍ରିଭୂଜ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇପାରିବ। ତେବେ ଏହି ବେଆଇନ ଖନନ ଯୋଗୁ ଅଦ୍ୟାବଧି ୟୁନେସ୍କୋ ତରଫରୁ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ସର୍ଭେ ମଧ୍ୟ କରାଯାଇ ପାରୁନାହିଁ। ତେଣୁ ତୁରନ୍ତ ବେଆଇନ ଖନନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ମୁଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି। ପାହାଡ଼ ଖନନ ସମ୍ପର୍କରେ ଜାଣିନାହିଁ। ଯଦି ମୂର୍ତ୍ତି ପଥର ଚୋରା ଚାଲାଣ ଚାଲିଛି ଦିନେ ଦୁଇଦିନ ଭିତରେ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri