ଶୋଇଥିଲେ ସାନ ଭାଇ ଗଳା କାଟିଦେଲେ ବଡ଼: ଆଉ ତା’ପରେ…

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବବକରପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବଡ଼ ଭାଇ ମାରଣାସ୍ତ୍ର ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ନେଇଥିଲେ। ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ବାପା କାଳନ୍ଦୀ ସାହୁ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ବିଳମ୍ବିତ ରାତିରେ ପହଞ୍ଚି ବଡ଼ ଭାଇ ରଞ୍ଜନ ସାହୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ବୁଧବାର ଏହି ଗ୍ରାମର କାଳନ୍ଦୀ ସାହୁ ରାତିରେ ଖାଇ ପିଇ ଶୋଇଥିବା ବେଳେ ହଠାତ୍‌ ପ୍ରାୟ ୧୦ଟାରେ ଆରପାଖ ଘରୁ ଚିତ୍କାର ଶୁଭିଥିଲା। ପରେ ଉଠି ଦେଖିବା ବେଳକୁ ସାନ ପୁଅ ଗଗନ ସାହୁଙ୍କ ବେକ କଟିଯାଇଛି। ଘଟଣାସ୍ଥଳରୁ ବଡ଼ ପୁଅ ରଞ୍ଜନ ଦୌଡ଼ି ପଳାଇଥିଲେ। ଗଗନଙ୍କର ପ୍ରବଳ ରକ୍ତସ୍ରାବ ଦେଖି ଗଁାର କେତେଜଣ ଯୁବକ ଏକ ଅଟୋ ଯୋଗେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ ଆଣିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବାପା କାଳନ୍ଦୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ୨ ଦିନ ପୂର୍ବରୁ ବଡ଼ ପୁଅ ରଞ୍ଜନ ସାନ ପୁଅ ଗଗନଙ୍କୁ କୌଣସି କାରଣକୁ ନେଇ ହାଣିବ ବୋଲି କହିଥିଲେ। ଅପରପକ୍ଷରେ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରୁ ରଞ୍ଜନଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଓ କେନ୍ଦ୍ରାପଡ଼ାରୁ ଏକ ସାଇଣ୍ଟଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକଙ୍କୁ ପଚରା ଉଚୁରା ଚଳାଇଛନ୍ତି। ଏ ନେଇ ନମ୍ବର ୨୮୨/୨୫ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଙ୍କୁ ପଚାରିବାରୁ ତଦନ୍ତ ପରେ ଆକ୍ରମଣକର କାରଣ ଜଣା ପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri