ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି। ଯାହା ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ଏଥିରେ ଯଦି ନିୟନ୍ତ୍ରଣ କରିପାରିବେ ତେବେ ୧ ଲକ୍ଷ ଟଙ୍କା ମିଳିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ବାଙ୍ଗାଲୋରର ଏକ କମ୍ପାନୀ ‘ଶ୍ଲିପ୍‌ ଇଣ୍ଟର୍ନଶିପ୍‌’ ନାମକ ଏକ ଯୋଜନା ବାହାର କରିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ୯ ଘଣ୍ଟା ଶୋଇବାକୁ ପଡ଼ିବ। ଏହି କମ୍ପାନୀ ହେଉଛି ଓ୍ବାକ୍‌ ଫିଟ୍‌। ୧ ଲକ୍ଷ ଟଙ୍କା ଦେବା ସହ ସ୍ଲିପ୍‌ ଏକ୍ସପର୍ଟ, ଫିଟ୍‌ନେସ ଏକ୍ସପର୍ଟ ଆଦି ଦେବ। ହେଲେ ୧୦୦ ଦିନ ପର୍ଯ୍ୟନ୍ତ ଏପରି ୯ ଘଣ୍ଟା ଲେଖାଏ ଶୋଇବାକୁ ପଡ଼ିବ। ଏଥିପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ନିକଟରେ ଏହିସବୁ ପ୍ରକାର ଗୁଣ ରହିଥିବା ଆବଶ୍ୟକ।
ପ୍ରଥମତଃ, କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପାଠ ପଢ଼ାଇବା ସମୟରେ ନିଦ ଲାଗୁଥିଲେ ଆପଣ ଏଥିପାଇଁ ଯୋଗ୍ୟ। ଶୋଇବା ପାଇଁ ବେଡ୍‌କୁ ଯିବାର ୧୦ରୁ ୨୦ ମିନିଟ ମଧ୍ୟ ନିଦ ଆସୁଥିବା ଉଚିତ୍‌। ସୋସିଆଲ ମିଡିଆରେ କମ୍‌ ସକ୍ରିୟ ରହୁଥିବା, ମେଡିଟେଶନ ସ୍ଲିପ୍‌ ଟେକ୍‌ନିକ୍‌ରେ ଶୋଇବା ଅଭ୍ୟାସ ଥିବା ଉଚିତ୍‌। ଏହି ସବୁପ୍ରକାର ଗୁଣ ଥିବା ବ୍ୟକ୍ତି ଏଥିରେ ଭାଗ ନେଇପାରିବେ। ତେବେ ଏହି କମ୍ପାନୀ ପୂର୍ବରୁ ମଧ୍ୟ ଏପରି କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେବାମାତ୍ରେ ରାତାରାତି ଷ୍ଟାର ପାଲଟିଲେ ଯାଆଁଳା ଶିଶୁ: ଜାଣନ୍ତୁ କେମିତି

କାଲିଫର୍ନିଆରେ ଏକ ସ୍ବତନ୍ତ୍ର ଘଟଣା ଘଟିଛି। ଫାତିମା ମାଡ୍ରିଗାଲ ନାମକ ଜଣେ ମହିଳା ନାଟିଭିଡାଡ ମେଡିକାଲରେ ୧୫ ମିନିଟର ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ।ଏଥିରେ...

୯୦ ବର୍ଷ ବୟସରେ ନୂଆ ଆରମ୍ଭ

୪ ବର୍ଷ ତଳର କଥା। ୯୪ ବର୍ଷୀୟା ହରଭଜନ କୌର, ଝିଅ ରବିନା ସୁରୀ କଥା ହେଉଥିବାବେଳେ ମନରେ ଥିବା ଏକ କ୍ଷୋଭ ସମ୍ପର୍କରେ କହିଥିଲେ।...

ବନ୍ଦୀ ବରଗଛ…

ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ। ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି...

‘ଉହାନ୍‌ ଲାବ୍‌ରୁ କରୋନା ଉତ୍ପତ୍ତିର ବଳିଷ୍ଠ ପ୍ରମାଣ ରହିଛି’

ଓ୍ବାଶିଂଟନ,୫ା୫: ଚାଇନାର ଉହାନ୍‌ସ୍ଥିତ ଲାବ୍‌ରୁ ହିଁ କରୋନା ଭାଇରସ୍‌ ଉତ୍ପତ୍ତି ହୋଇଛି ବୋଲି ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ଦାବି କରିଛନ୍ତି। ଆମ...

ବ୍ରାଜିଲ ଫେରିବେ ବୋଲସୋନାରୋ, ଦେଲେ ସୂଚନା…

ବ୍ରାସିଲିଆ,୧୨।୨ : ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋ କହିଛନ୍ତି ଯେ ଆସନ୍ତା ସପ୍ତାହରେ ସେ ବ୍ରାଜିଲକୁ ଫେରିବା ପାଇଁ ଚିନ୍ତା କରୁଛନ୍ତି। ଫ୍ଲୋରିଡାର ଏକ...

ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା

ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ...

ଆଖୁ ବୋଝେଇ ଟ୍ରକକୁ ଅଟକାଇଲେ ହାତୀ ପଲ: ଆଉ ତା ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଆଖୁ ବୋଝେଇ ଟ୍ରକୁ ହାତୀ ପଲ ଅଟକାଇ ଉକ୍ତ ଟ୍ରକରୁ ଆଖୁ ଖାଉଥିବା ଭିଡିଓ...

ଏରୋପ୍ଲେନ୍‌ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍‌ଠୁ ବେଶି

ଲୁଇସ୍‌ ଭିଟୋନ୍‌ ମେନ୍ସଓ୍ବେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌...

Advertisement
Archives

Model This Week