ଅବସାଦ ପାଇଁ ଦାୟୀ ଶୟନରେ ଅନିୟମିତତା

ଠିକ୍‌ ସମୟରେ ଏବଂ ଆବଶ୍ୟକ ମୁତାବକ ଶୋଇବା ଆମ ଶରୀର ପାଇଁ ବେଶ୍‌ ହିତକର। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ଆଉ ଯଦି ଏଥିରେ ଅନିୟମିତତା ଲାଗିରହେ ତେବେ ତାହା ନିଦ୍ରାଜନିତ ସସମ୍ୟାକୁ ଡାକିଆଣିଥାଏ। ନିକଟରେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। ତାହା ହେଲା ଅବସାଦ। ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଜାଣିପାରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କର ଶୋଇବାରେ ଅନିୟମିତତା ଦେଖାଯାଏ, ତେବେ ସେ ଅବସାଦର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅବସାଦଜନିତ ସମସ୍ୟା ସହ ଜଡିତ କିଛି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟକୁ ବିଶ୍ଳେଷଣ କରୁଥିବା ବେଳେ ସେମାନେ ଏ ବିଷୟରେ ଜାଣିପାରିଥିଲେ। ଅନିଦ୍ରା ସହ ସମ୍ପୃକ୍ତ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଅବସାଦର ଲକ୍ଷଣ ସେମାନେ ଦେଖିବାକୁ ପାଇଥିଲେ। ଅଧିକାଂଶ ସମୟ ଅନିଦ୍ରା ରହିବା ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ, ଫଳରେ ଜଣେ ବ୍ୟକ୍ତି ଅବସାଦଗ୍ରସ୍ତ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେହକୁ ହିତ ପଖାଳ ଭାତ

ପଖାଳ! କି ଗରିବ, କି ଧନୀ ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ବେଶ୍‌ ପ୍ରିୟ। ମା’ ପରଷି ଦେଉଥିବା ପଖାଳ କଂସାରେ ସ୍ବାଦ ସାଙ୍ଗକୁ ଭରି...

ଦାନରେ ଝାଡୁ ଦେଉଛନ୍ତି କି….

ଦାନ କଲେ ପୂଣ୍ୟ ମିଳେ। ଦାନରେ ଭଗବାନ ଖୁସି ହୋଇଥାନ୍ତି। ଦାନ କରୁଥିବା ବ୍ୟକ୍ତିର ଘରେ ସୁଖ ଶାନ୍ତି ସର୍ବଦା ବାସ କରେ ବୋଲି କୁହାଯାଇଥାଏ।...

କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ ଏ ୩ ପ୍ରଶ୍ନ: ଚାଣକ୍ୟ କହିଛନ୍ତି ମିଳିବ ସଫଳତା

ଜୀବନରେ ସଫଳତା, ମୂଲ୍ୟବୋଧ, ସଂସ୍କୃତି, ବ୍ୟବସାୟ, ଚାକିରି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଚାକିରି,...

ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା

ବୁଦ୍ଧିମତ୍ତା ବଢ଼ାଇବାର ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା କ’ଣ ଜାଣନ୍ତି ? ସୁନିଦ୍ରା। ଯଦି ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ...

ସୁଖୀ ହର୍‌ମୋନ

  ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକଙ୍କ ଠାରେ ଷ୍ଟ୍ରେସ୍‌ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖିବାକୁ...

ସ୍ମୃତିଶକ୍ତି ବୃଦ୍ଧିର ଉପାୟ

ଶୀଘ୍ର ଉଠିବାକୁ ଚେଷ୍ଟା କରିବା ଦରକାର। କିଛି ବର୍ଷ ପୂର୍ବେ ଏସବୁ ନିୟମକୁ ଲୋକେ ଉପଯୋଗ କରୁଥିଲେ। ଏବେ କିନ୍ତୁ ଅଧିକାଂଶ ଲୋକେ ସକାଳ ୮ଟା...

ଭୁଲ୍‌ରେବି ଘରେ ଲଗାନ୍ତୁ ନାହିଁ ଏମିତି ଫଟୋ: ଟାଣିହୋଇ ଆସିବ ବଡ଼ ବିପଦ

ଯୁଦ୍ଧର ରକ୍ତାକ୍ତ ଦୃଶ୍ୟ, ନିଛାଟିଆ ଦୃଶ୍ୟ, ଶୁଖିଲା ଗଛ ଏବଂ ଉଦାସୀନ ଦୃଶ୍ୟ ଘରେ ରଖିବା ଉଚିତ୍‌ ନୁହେଁ। ସେମାନଙ୍କଠାରୁ ଉତ୍ପନ୍ନ ନକାରାତ୍ମକ ଶକ୍ତି, ବାସ୍ତୁ...

ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ...

Advertisement
Archives

Model This Week