ଜାରିଆ ଜଙ୍ଗଲରୁ ମିଳିଲା ଖପୁରି, କଙ୍କାଳ

ଭୁବନେଶ୍ୱର, ୧୪ା୧(ବ୍ୟୁରୋ): ଗତବର୍ଷ ଅଗଷ୍ଟରେ ଡମପଡ଼ା ଅଭୟାରଣ୍ୟରେ ନିଖୋଜ ବୃଦ୍ଧ ନନ୍ଦ ବେହେରାଙ୍କୁ ଅଜଗର ଗିଳିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏଯାଏ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଶୁକ୍ରବାର ଅଭୟାରଣ୍ୟ ଅନ୍ତର୍ଗତ ଜାରିଆ ଜଙ୍ଗଲରୁ ଏକ ଖପୁରି, କଙ୍କାଳ ଉଦ୍ଧାର ହୋଇଛି। କଙ୍କାଳ ସହିତ ମାଟିରେ ପୋତି ହୋଇଥିବା ଏକ ଧଳା ରଙ୍ଗର ଶାର୍ଟ ଦେଖି ତାହା ନନ୍ଦ ବେହେରାଙ୍କର ବୋଲି ପୁତୁରା ରାମଚନ୍ଦ୍ର ବେହେରା ଚିହ୍ନଟ କରିଛନ୍ତି। ତେବେ ଅଧିକ ପ୍ରମାଣ ପାଇଁ ବାଙ୍କୀ ଥାନା ପୋଲିସ ଜବତ କରିଥିବା କଙ୍କାଳକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କଟକ ଏସ୍‌ସିବିକୁ ପଠାଯାଇଛି ବୋଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି। ହାଡ଼ଗୁଡ଼ିକର ଡିଏନ୍‌ଏ ପରୀକ୍ଷା ମଧ୍ୟ କରାଯିବ ବୋଲି ମାଜିଷ୍ଟ୍ରେଟ ଡ୍ୟୁଟିରେ ଯାଇଥିବା ଡମପଡ଼ା ତହସିଲଦାର କ୍ଷୀତିଶ ବେହେରା ପ୍ରକାଶ କରିଛନ୍ତି।
ଗୁରୁବାର ଡମପଡ଼ା ଅଭୟାରଣ୍ୟରେ ବନ ବିଭାଗର ଟିମ୍‌ ପାଟ୍ରୋଲିଂ କରୁଥିବାବେଳେ ଏକ ମଣିଷ ଖପୁରି ସହିତ କଙ୍କାଳ ଦେଖିବାକୁ ପାଇଥିଲା। ବନ କର୍ମଚାରୀମାନେ ଡମପଡ଼ା ରେଞ୍ଜର ବିରାଜ ଦାସଙ୍କ ସହିତ ସ୍ଥାନୀୟ ପୋଲିସ ଫାଣ୍ଡିରେ ଖବର ଦେଇଥିଲେ। ଶୁକ୍ରବାର ବାଙ୍କୀ ଥାନା ଅଧିକାରୀ, ଡମପଡ଼ା ତହସିଲଦାର ଏବଂ ସାଇଣ୍ଟିଫିକ ଟିମ୍‌ କଙ୍କାଳ ପଡ଼ିଥିବା ସ୍ଥାନକୁ ଯାଇଥିଲେ। ଘଟଣାସ୍ଥଳରୁ ସମସ୍ତ ହାଡ଼ ଓ ଖପୁରିକୁ ଜବତ କରିବା ସହିତ ଅନ୍ୟାନ୍ୟ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ନନ୍ଦ ବେହେରାଙ୍କ ଗାଡ଼ି ଜଙ୍ଗଲରୁ ମିଳିଥିଲା। ସେବେଠାରୁ ସେ ନିଖୋଜ ଅଛନ୍ତି। କିଛିଦିନ ବନ ବିଭାଗ ଓ ପୋଲିସ ନନ୍ଦଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ନନ୍ଦଙ୍କୁ ଅଜଗର ସାପ ଗିଳିଦେଇଥିବା ଚର୍ଚ୍ଚା ହୋଇଥିଲା। ତେବେ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଜଗର ମଣିଷକୁ ଗିଳିବା ଘଟଣାକୁ ଏକ ଗୁଜବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri