ପାକିସ୍ତାନରେ ହିନ୍ଦୁ ଯୁବକଙ୍କ ଉପରେ ନିନ୍ଦା କରୁଥିବା ଅଭିଯୋଗ, ସୋସିଆଲ ମିଡିଆରେ ଈଶ୍ୱରଙ୍କୁ କହିଥିଲେ ନିଷ୍ଠୁର

ଇସଲାମାବାଦ,୧୪ ।୧: ପାକସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ଯୁବକ ସୋସିଆଲ ମିଡିଆରେ ଈଶ୍ୱରଙ୍କୁ ନିଷ୍ଠୁର ବୋଲି କହିବା ମହଙ୍ଗା ପଡିଛି । ତାଙ୍କ ଉପରେ ଏବେ ନିନ୍ଦା ଅଭିଯୋଗ ଆସିଛି । ଏହି ସୂଚନା ଏକ ବିଦେଶୀ ପତ୍ରିକା ଦେଇଛି । ପାକିସ୍ତାନରେ ଯାହା ଉପରେ ନିନ୍ଦା ଅଭିଯୋଗ ହୋଇଥାଏ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ ।
ଇଟାଲୀର ଖବରଦାତା ମାର୍କୋ ରେସ୍ପିଟି ପତ୍ରିକା ବିଟର ୱିଣ୍ଟରରେ ଲେଖିଛନ୍ତି, ପାକିସ୍ତାନରେ ନିନ୍ଦା ଆଇନର ବିପଦ ହେଉଛି ଯେ ଏହାକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରାଯାଇନାହିଁ । ଗତ ମାସରେ ଘଟିଥିବା ଏହି ମାମଲା ଅସ୍ପଷ୍ଟତାର ଏକ ସ୍ପଷ୍ଟ ଉଦାହରଣ । ବିଟର ୱିଣ୍ଟର ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୨ରେ ଜଣେ ଯୁବକ ହୋଇ ଯାଇଥିଲେ । ତାଙ୍କ ପରିବାର ଜାଣି ନ ଥିଲେ କି ସେ କେଉଁଠି ଅଛନ୍ତି । ତେବେ ୨୭ ଡିସେମ୍ବରରେ ସେ ଜେଲରେ ଥିବା ସୂଚନା ମିଳିଥିଲା ।
ଯୁବକ ଜଣକ ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କି ସେ ଦୁଃଖିତ ଓ ତାଙ୍କ ପରିବାର ମୃତ୍ୟୁର ସାମ୍ନା କରୁଛନ୍ତି । ତାଙ୍କୁ କଷ୍ଟ ଲାଗୁଛି କାରଣ ତାଙ୍କ ଭଉଣୀଙ୍କୁ ପ୍ରତିଦିନ ଘରୁ ନେଇଯାଉଛନ୍ତି ।
ଯୁବକଙ୍କ ପୋଷ୍ଟ ପାକିସ୍ତାନରେ ହିନ୍ଦୁ ଯୁବତିଙ୍କୁ ଅପହରଣ ଓ ଜବରଦସ୍ତ ଧର୍ମ ପରିବର୍ତ୍ତନକୁ ସ୍ପଷ୍ଟ ଭାବେ ଦର୍ଶାଉଥିଲା । ସେ ସୋସିଆଲ ମିଡିଆରେ ଲେଖିଥିଲେ, ‘ହେ ଭଗବାନ, ଆପଣ ଆପଣଙ୍କ ନିଷ୍ପତ୍ତିରେ ସବୁଠାରୁ ନିଷ୍ଠୁର ବ୍ୟକ୍ତି ।’


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri