ଚମଡ଼ା ଉତାରି ଦେଉଛନ୍ତି, ଡିଟେନଶନ ସେଣ୍ଟରରେ ସୈନ୍ୟ ବାହିନୀର ବର୍ବରତା…

ନାପିତ୍ୱ,୨୮।୧୦: ମ୍ୟାନ୍‌ମାରରେ ସୈନ୍ୟ ବାହିନୀର ବର୍ବରତା ସୀମା ଟପୁଛି। ଦେଶର ବିଭିନ୍ନ ଅଟକ କେନ୍ଦ୍ର (ଡିଟେନଶନ ସେଣ୍ଟର)ରେ ଲୋକଙ୍କ ଉପରେ ନାନା ପ୍ରକାର ନିର୍ଯାତନା କରାଯାଉଛି। ନିକଟରେ ଜଣେ ଗ୍ରାମୀଣ ଯୁବକଙ୍କ ଚମଡ଼ା ଉତାରିବା ସହିତ ତାଙ୍କ ଛାତିକୁ ବାରମ୍ବାର ଗୋଇଠା ମରାଯାଇଥିଲା। ଗୋଇଠା ମାଡ଼ରେ ଯୁବକ ଜଣଙ୍କ ନିଶ୍ୱାସ ନେଇ ପାରି ନ ଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ପୃକ୍ତ ଯୁବକ ଏବଂ ତାଙ୍କ ବନ୍ଧୁ, ବାଇକ ଯୋଗେ ଘରକୁ ଯିବାବେଳେ ସେମାନଙ୍କୁ କୌଣସି କାରଣ ନ ଦର୍ଶାଇ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଏଭଳି ଅବସ୍ଥା ବହୁ ଲୋକଙ୍କର ହେବାରେ ଲାଗିଛି।

ଫେବୃଆରୀରେ କ୍ଷମତା ଦଖଲ କରିବା ପରଠାରୁ ମ୍ୟାନ୍‌ମାର ସୈନ୍ୟବାହିନୀ ମିଲିଟାରୀ ଢଙ୍ଗରେ ଅଟକ ଲୋକଙ୍କୁ ନିର୍ଯାତନା ଦେଉଛନ୍ତି। ଆସୋସିଏଟେଡ ପ୍ରେସ (ଏପି) ଗତ କିଛି ମାସ ମଧ୍ୟରେ କାରାଗାରରେ ଥିବା ୨୮ଜଣଙ୍କ ସାକ୍ଷାତକାର ନେଇଛନ୍ତି। ଫଟୋଗ୍ରାଫି ପ୍ରମାଣ, ସ୍କେଚ ଏବଂ ଚିଠି ଭିତ୍ତିକ ପ୍ରମାଣକୁ ଆଧାର କରି ଦୁଇଜଣ ସାମରିକ କ୍ୟାପଟେନ ଏବଂ ଜଣେ ଉଚ୍ଚ ପଦାଧିକାରୀ କମାଣ୍ଡରଙ୍କ ସହକାରୀଙ୍କ ସାକ୍ଷୀଙ୍କ ସାକ୍ଷ୍ୟ ସହିତ, ଏପି ପକ୍ଷରୁ ଅନୁସନ୍ଧାନ କରାଯାଇ ତଥ୍ୟ ପ୍ରକାଶ ପାଇଛି ଯେ, ଅଟକ କେନ୍ଦ୍ରରେ ୯,୦୦୦ରୁ ଅଧିକ ଲୋକଙ୍କୁ ରଖାଯାଇଥିଲା।

ଲୋକଙ୍କୁ ମିଲିଟାରୀ ଶୈଳୀରେ ନିର୍ଯାତନା ଦିଆଯାଉଛି। ସାମରିକ ଅଧିକାରୀ ତାତମାଦଓ୍ବଙ୍କ ନିର୍ଦ୍ଦେଶରେ କମ୍ୟୁନିଟି ହଲକୁ ଅଟକ କେନ୍ଦ୍ରରେ ପରିଣତ କରାଯାଉଛି। ସେଠାରେ ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। କୌଣସି ସାଧାରଣ ସୁବିଧା ସେଠାରେ ନାହିଁ।

ମ୍ୟାନ୍‌ମାର୍‌ରେ ଏଭଳି ୧୨ରୁ ଅଧିକ ଅଟକ କେନ୍ଦ୍ରକୁ ଆସୋସିଏଟେଡ ପ୍ରେସ ପକ୍ଷରୁ ଚିହ୍ନଟ କରାଯାଇଛି। ସାକ୍ଷାତକାର ହୋଇଥିବା କଏଦୀମାନେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୧୬ ବର୍ଷ ବୟସ୍କ ବାଳିକାଙ୍କଠାରୁ ଆରମ୍ଭ କରି ବୌଦ୍ଧ ଭିକ୍ଷୁମାନେ ମଧ୍ୟ ରହିଥିବା ପ୍ରେସ୍‌ କହିଛି।

କେତେକ ସୈନ୍ୟବାହିନୀ ବିରୋଧରେ ପ୍ରଦର୍ଶନ କରି ଗିରଫ ହୋଇଥିଲେ, ଆଉ କିଛି ଅଜ୍ଞାତ କାରଣରୁ ଅଟକ ରହିଥିଲେ। ସେମାନଙ୍କୁ ଏକାଧିକ ମିଲିଟାରୀ ୟୁନିଟ ଏବଂ ପୋଲିସ ପଚରାଉଚରା କରିବା ସହିତ ଅକଥନୀୟ ନିର୍ଯାତନା ଦେଇଥିବା ପ୍ରେସ୍‌ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ଇଲେକ୍ଟ୍ରିକ୍‌ ଶକ୍‌, ପାଣିରେ ବୁଡ଼ାଇବା, ଲଗାତାର ମାଡ ଦିଆ ଯାଉଛି। ମୃତ୍ୟୁ ଏବଂ ଗିରଫଦାରୀ ଉପରେ ନଜର ରଖୁଥିବା ଆସିଷ୍ଟାଣ୍ଟ ଆସୋସିଏସନ ଫର ପଲିଟିକାଲ ପ୍ରିଜନରର୍ସ (ଏଏପିପି) କହିବାନୁସାରେ, ଲୋକଙ୍କ ଉପରେ ବର୍ବରତା ପୂର୍ବକ ନିର୍ଯାତନା ଦିଆଯାଉଛି।

ଫେବୃଆରୀରୁ ସୁରକ୍ଷା ବାହିନୀ ୧,୨୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି । ସେହିପରି ଅତି କମରେ ୧୩୧ ଜଣଙ୍କର ନିର୍ଯାତନା ଯୋଗୁ ମୃତ୍ୟୁ ଘଟିଛି। ନ୍‌ (ଏଏପିପି)ର ଯୁଗ୍ମ ସଚିବ ତଥା ପୂର୍ବତନ ରାଜନୈତିକ ବନ୍ଦୀ କୋ ବୋ କି କହିଛନ୍ତି, ଅଟକ ଲୋକମାନଙ୍କୁ ପ୍ରଥମେ ପ୍ରତିଶୋଧ ପାଇଁ, ପରେ ସୂଚନା ପାଇଁ ନିର୍ଯାତନା ଦିଆଯାଉଛି। ଦେଶରେ ସୈନ୍ୟବାହିନୀ ଅଧିକ ନିଷ୍ଠୁର ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି।

ବନ୍ଦୀମାନଙ୍କୁ ନିର୍ଯାତନା ଦେଇଥିବା ପ୍ରମାଣ ଲୁଚାଇବା ପାଇଁ ବିଭିନ୍ନ ଉଦ୍ୟମ ହେଉଛି। ବହୁ କଏଦୀ କହିଛନ୍ତି ଯେ ପଚରାଉଚରା ସମୟରେ କେବଳ ସେମାନଙ୍କ ଶରୀରର କିଛି ଅଂଶକୁ ଲୁଚାଇ ରଖାଯାଉଛି। ପଶ୍ଚିମ ମିଆଁମାରର ଚିନ ରାଜ୍ୟର ସର୍ବୋଚ୍ଚ ସେନା ଅଧିକାରୀଙ୍କ ଜଣେ ସହଯୋଗୀ ଏପିଙ୍କୁ କହିଛନ୍ତି ଯେ ଦୁଇଜଣ ନିର୍ଯାତିତ କଏଦୀଙ୍କ ମୃତ୍ୟୁକୁ ସୈନ୍ୟମାନେ ଲୁଚାଇ ରଖିଥିଲେ ଏବଂ ଡାକ୍ତରଙ୍କୁ ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମିଥ୍ୟା ପ୍ରମାଣିତ କରିବାକୁ ବାଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?