ଚମଡ଼ା ଉତାରି ଦେଉଛନ୍ତି, ଡିଟେନଶନ ସେଣ୍ଟରରେ ସୈନ୍ୟ ବାହିନୀର ବର୍ବରତା…

ନାପିତ୍ୱ,୨୮।୧୦: ମ୍ୟାନ୍‌ମାରରେ ସୈନ୍ୟ ବାହିନୀର ବର୍ବରତା ସୀମା ଟପୁଛି। ଦେଶର ବିଭିନ୍ନ ଅଟକ କେନ୍ଦ୍ର (ଡିଟେନଶନ ସେଣ୍ଟର)ରେ ଲୋକଙ୍କ ଉପରେ ନାନା ପ୍ରକାର ନିର୍ଯାତନା କରାଯାଉଛି। ନିକଟରେ ଜଣେ ଗ୍ରାମୀଣ ଯୁବକଙ୍କ ଚମଡ଼ା ଉତାରିବା ସହିତ ତାଙ୍କ ଛାତିକୁ ବାରମ୍ବାର ଗୋଇଠା ମରାଯାଇଥିଲା। ଗୋଇଠା ମାଡ଼ରେ ଯୁବକ ଜଣଙ୍କ ନିଶ୍ୱାସ ନେଇ ପାରି ନ ଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ପୃକ୍ତ ଯୁବକ ଏବଂ ତାଙ୍କ ବନ୍ଧୁ, ବାଇକ ଯୋଗେ ଘରକୁ ଯିବାବେଳେ ସେମାନଙ୍କୁ କୌଣସି କାରଣ ନ ଦର୍ଶାଇ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଏଭଳି ଅବସ୍ଥା ବହୁ ଲୋକଙ୍କର ହେବାରେ ଲାଗିଛି।

ଫେବୃଆରୀରେ କ୍ଷମତା ଦଖଲ କରିବା ପରଠାରୁ ମ୍ୟାନ୍‌ମାର ସୈନ୍ୟବାହିନୀ ମିଲିଟାରୀ ଢଙ୍ଗରେ ଅଟକ ଲୋକଙ୍କୁ ନିର୍ଯାତନା ଦେଉଛନ୍ତି। ଆସୋସିଏଟେଡ ପ୍ରେସ (ଏପି) ଗତ କିଛି ମାସ ମଧ୍ୟରେ କାରାଗାରରେ ଥିବା ୨୮ଜଣଙ୍କ ସାକ୍ଷାତକାର ନେଇଛନ୍ତି। ଫଟୋଗ୍ରାଫି ପ୍ରମାଣ, ସ୍କେଚ ଏବଂ ଚିଠି ଭିତ୍ତିକ ପ୍ରମାଣକୁ ଆଧାର କରି ଦୁଇଜଣ ସାମରିକ କ୍ୟାପଟେନ ଏବଂ ଜଣେ ଉଚ୍ଚ ପଦାଧିକାରୀ କମାଣ୍ଡରଙ୍କ ସହକାରୀଙ୍କ ସାକ୍ଷୀଙ୍କ ସାକ୍ଷ୍ୟ ସହିତ, ଏପି ପକ୍ଷରୁ ଅନୁସନ୍ଧାନ କରାଯାଇ ତଥ୍ୟ ପ୍ରକାଶ ପାଇଛି ଯେ, ଅଟକ କେନ୍ଦ୍ରରେ ୯,୦୦୦ରୁ ଅଧିକ ଲୋକଙ୍କୁ ରଖାଯାଇଥିଲା।

ଲୋକଙ୍କୁ ମିଲିଟାରୀ ଶୈଳୀରେ ନିର୍ଯାତନା ଦିଆଯାଉଛି। ସାମରିକ ଅଧିକାରୀ ତାତମାଦଓ୍ବଙ୍କ ନିର୍ଦ୍ଦେଶରେ କମ୍ୟୁନିଟି ହଲକୁ ଅଟକ କେନ୍ଦ୍ରରେ ପରିଣତ କରାଯାଉଛି। ସେଠାରେ ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। କୌଣସି ସାଧାରଣ ସୁବିଧା ସେଠାରେ ନାହିଁ।

ମ୍ୟାନ୍‌ମାର୍‌ରେ ଏଭଳି ୧୨ରୁ ଅଧିକ ଅଟକ କେନ୍ଦ୍ରକୁ ଆସୋସିଏଟେଡ ପ୍ରେସ ପକ୍ଷରୁ ଚିହ୍ନଟ କରାଯାଇଛି। ସାକ୍ଷାତକାର ହୋଇଥିବା କଏଦୀମାନେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୧୬ ବର୍ଷ ବୟସ୍କ ବାଳିକାଙ୍କଠାରୁ ଆରମ୍ଭ କରି ବୌଦ୍ଧ ଭିକ୍ଷୁମାନେ ମଧ୍ୟ ରହିଥିବା ପ୍ରେସ୍‌ କହିଛି।

କେତେକ ସୈନ୍ୟବାହିନୀ ବିରୋଧରେ ପ୍ରଦର୍ଶନ କରି ଗିରଫ ହୋଇଥିଲେ, ଆଉ କିଛି ଅଜ୍ଞାତ କାରଣରୁ ଅଟକ ରହିଥିଲେ। ସେମାନଙ୍କୁ ଏକାଧିକ ମିଲିଟାରୀ ୟୁନିଟ ଏବଂ ପୋଲିସ ପଚରାଉଚରା କରିବା ସହିତ ଅକଥନୀୟ ନିର୍ଯାତନା ଦେଇଥିବା ପ୍ରେସ୍‌ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ଇଲେକ୍ଟ୍ରିକ୍‌ ଶକ୍‌, ପାଣିରେ ବୁଡ଼ାଇବା, ଲଗାତାର ମାଡ ଦିଆ ଯାଉଛି। ମୃତ୍ୟୁ ଏବଂ ଗିରଫଦାରୀ ଉପରେ ନଜର ରଖୁଥିବା ଆସିଷ୍ଟାଣ୍ଟ ଆସୋସିଏସନ ଫର ପଲିଟିକାଲ ପ୍ରିଜନରର୍ସ (ଏଏପିପି) କହିବାନୁସାରେ, ଲୋକଙ୍କ ଉପରେ ବର୍ବରତା ପୂର୍ବକ ନିର୍ଯାତନା ଦିଆଯାଉଛି।

ଫେବୃଆରୀରୁ ସୁରକ୍ଷା ବାହିନୀ ୧,୨୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି । ସେହିପରି ଅତି କମରେ ୧୩୧ ଜଣଙ୍କର ନିର୍ଯାତନା ଯୋଗୁ ମୃତ୍ୟୁ ଘଟିଛି। ନ୍‌ (ଏଏପିପି)ର ଯୁଗ୍ମ ସଚିବ ତଥା ପୂର୍ବତନ ରାଜନୈତିକ ବନ୍ଦୀ କୋ ବୋ କି କହିଛନ୍ତି, ଅଟକ ଲୋକମାନଙ୍କୁ ପ୍ରଥମେ ପ୍ରତିଶୋଧ ପାଇଁ, ପରେ ସୂଚନା ପାଇଁ ନିର୍ଯାତନା ଦିଆଯାଉଛି। ଦେଶରେ ସୈନ୍ୟବାହିନୀ ଅଧିକ ନିଷ୍ଠୁର ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି।

ବନ୍ଦୀମାନଙ୍କୁ ନିର୍ଯାତନା ଦେଇଥିବା ପ୍ରମାଣ ଲୁଚାଇବା ପାଇଁ ବିଭିନ୍ନ ଉଦ୍ୟମ ହେଉଛି। ବହୁ କଏଦୀ କହିଛନ୍ତି ଯେ ପଚରାଉଚରା ସମୟରେ କେବଳ ସେମାନଙ୍କ ଶରୀରର କିଛି ଅଂଶକୁ ଲୁଚାଇ ରଖାଯାଉଛି। ପଶ୍ଚିମ ମିଆଁମାରର ଚିନ ରାଜ୍ୟର ସର୍ବୋଚ୍ଚ ସେନା ଅଧିକାରୀଙ୍କ ଜଣେ ସହଯୋଗୀ ଏପିଙ୍କୁ କହିଛନ୍ତି ଯେ ଦୁଇଜଣ ନିର୍ଯାତିତ କଏଦୀଙ୍କ ମୃତ୍ୟୁକୁ ସୈନ୍ୟମାନେ ଲୁଚାଇ ରଖିଥିଲେ ଏବଂ ଡାକ୍ତରଙ୍କୁ ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମିଥ୍ୟା ପ୍ରମାଣିତ କରିବାକୁ ବାଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri