ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ହାତୀ ଛୁଆଟି ଗତ ମାର୍ଚ୍ଚ ମାସରେ ମୃତ୍ୟୁବରଣ କରିଥିଲା।

ପ୍ରାଣୀ ବିଶେଷଜ୍ଞମାନେ ହାତୀର କଙ୍କାଳ ଓ କିଛି ଚମଡ଼ାକୁ ଯାଞ୍ଚ କରିଥିଲେ। ଏହାପରେ ଅଧିକ ପରୀକ୍ଷା ପାଇଁ ହାଡ଼, ଚମଡ଼ା, ଦାନ୍ତକୁ ପରୀକ୍ଷା ପାଇଁ ଭୁବନେଶର ଓୟୁଏଟିକୁ ପଠାଇବା ବ୍ୟବସ୍ଥା କରାଯାଇଛି। ଏଥିସହ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ପ୍ରଶାନ୍ତ ବେହେରା ପ୍ରମୁଖ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି ମୃତ ହାତୀ ଛୁଆଟି ମାଈ ହାତୀ। କିନ୍ତୁ ହାତୀଟି ମାର୍ଚ୍ଚ ମାସରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ମୃତ୍ୟୁବରଣ କରିଛି ସଠିକ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଏହି ରେଞ୍ଜର ଗାୟଗଣ୍ଡା ନିକଟରେ ଗତ ମାସ ୧୦ ତାରିଖରେ ଗୋଟିଏ ୧୧ ବର୍ଷର ମାଇ ହାତୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିଲା। ଏହି ଘଟଣା ପୂର୍ବରୁ ଆଉ ଗୋଟିଏ ହାତୀ ଛୁଆ ପାଇଛାଲିଆ ଜଙ୍ଗଲରେ ମୃତ୍ୟୁବରଣ କରିଥିଲା। କିନ୍ତୁ ତାହା ଲୋକ ଲୋଚନକୁ ଆସିପାରି ନ ଥିଲା । ଗତକାଲି ଜଣେ ଛେଳି ଚରାଳି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ କଙ୍କାଳ ଦେଖି ଗ୍ରାମରେ କହିଥିଲେ। ଏହାପରେ କଥା ଯାଇ ବନ ବିଭାଗ ପାଖରେ ପହଞ୍ଚିଥିଲା। ଆଜି ବନ ବିଭାଗ ଅଧିକାରୀ ଏବଂ ଡାକ୍ତର ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହାପରେ ସେଠାରେ କଙ୍କାଳକୁ ପୋତି ଦିଆଯାଇଛି। ଉକ୍ତ ହାତୀର ମାଂସ ଓ ଚମଡ଼ାକୁ କଲରାପତରିଆ ବାଘ ଖାଇଥିବା ପ୍ରମାଣ ସେଠାରୁ ମିଳୁଛି।

ବନ ବିଭାଗ କର୍ମଚାରୀ ଆଜି ଘଟଣାସ୍ଥଳକୁ ଯାଇଥିବା ସମୟରେ ବାଘର ଏକାଧିକ ପାଦ ଚିହ୍ନ ସେଠାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ହାତୀଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥିସହ ଆଉ ଏକ ମାଇ ହାତୀ ଗାୟଗଣ୍ଡା ନିକଟସ୍ଥ ଭୋଗରା ଜଙ୍ଗଲରେ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା।
ତାରସିଂ ରେଞ୍ଜରେ ବିଗତ ୩ ମାସ ମଧ୍ୟରେ ୩ଟି ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସମସ୍ତ ୩ଟି ଯାକ ହାତୀ ରୋଗ ଯୋଗୁ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ଫଳରେ ହାତୀ ସଂଖ୍ୟା ଉକ୍ତ ରେଞ୍ଜରେ କମୁଛି। ଯାହାକି ଚିନ୍ତାଜନକ ବିଷୟ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri