Posted inଖେଳ

ଟ୍ରାଏଲ୍‌ରୁ ୬ କୁସ୍ତିଯୋଦ୍ଧାଙ୍କୁ ରିହାତି ଅନୁଚିତ

ନୂଆଦିଲ୍ଲୀ, ୨୪ା୬ (ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ହେବାକୁଥିବା ସିଲେକ୍ସନ ଟ୍ରାଏଲ୍‌ରୁ ୬ ଜଣ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ଛାଡ଼ କରାଯିବା ଉଚିତ ହୋଇ ନାହିଁ ବୋଲି ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ବିଜେତା ଯୋଗେଶ୍ୱର ଦତ୍ତ କହିଛନ୍ତି। ଏଥିପାଇଁ ସେ ବର୍ତ୍ତମାନ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସାମୟିକ ପରିଚାଳନା ଦାୟିତ୍ୱରେ ଥିବାର ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଆଡହକ୍‌ କମିଟିକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। କମିଟି ଜୁନ୍‌ ୧୬ରେ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ତାଙ୍କ ସ୍ତ୍ରୀ ସଙ୍ଗୀତା ଫୋଗଟ, ସାକ୍ଷୀ ମଲିକ, ତାଙ୍କ ସ୍ବାମୀ ସତ୍ୟବ୍ରତ କାଡିଆନ୍‌ ଏବଂ ଜିତେନ୍ଦ୍ର କିନ୍‌ହାଙ୍କ ସହ ଯୋଗାଯୋଗ କରିଥିଲେ। ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ସେମାନଙ୍କୁ କେବଳ ସେମାନଙ୍କ କାଟେଗୋରିରେ ଟ୍ରାଏଲ୍ସର ବିଜେତାଙ୍କ ସହ ମୁକାବିଲା କରିବାକୁ ହେବ। ଏହି ୬ଜଣ କୁସ୍ତିଯୋଦ୍ଧାମାନଙ୍କ ଅନୁରୋଧ କ୍ରମେ ଏକ ମାତ୍ର ବାଉଟ ଟ୍ରାଏଲ ଅଗଷ୍ଟରେ ହେବ ବୋଲି ମଧ୍ୟ କମିଟି ପ୍ରତିଶ୍ରୁତି ଦେଇଛି। ଯୋଗେଶ୍ୱର କହିଛନ୍ତି ଭୂପିନ୍ଦର ସିଂ ବାଜଓ୍ବାଙ୍କ ନେତୃତ୍ୱାଧୀନ କମିଟିର ଏହି ପଦକ୍ଷେପ ଦ୍ୱାରା ଦେଶର ଜୁନିୟର କୁସ୍ତିଯୋଦ୍ଧାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଆଡହକ୍‌ କମିଟି କେଉଁ ମାନଦଣ୍ଡକୁ ଆଧାର କରି ଏହି ୬ଜଣ କୁସ୍ତିଯୋଦ୍ଧାଙ୍କୁ ଟ୍ରାଏଲରୁ ରିହାତି ପ୍ରଦାନ କରିଛି ତାହା ବାଝାପଡ଼ୁନାହିଁ। ପ୍ରଥମାବସ୍ଥାରେ ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଅଣାଯାଇଥିବା ଯୌନଶୋଷଣ ଅଭିଯୋଗର ତଦନ୍ତ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠନ କରାଯାଇଥିବା ୬ ଜଣିଆ ସଦସ୍ୟ ବିଶିଷ୍ଟ ନିରୀକ୍ଷଣ କମିଟିର ଅଂଶବିଶେଷ ଥିଲେ ଯୋଗେଶ୍ୱର। ସେ କହିଛନ୍ତି, ଆଡହକ୍‌ କମିଟି ଯଦି କେତେଜଣ କୁସ୍ତିଯୋଦ୍ଧାଙ୍କ ପ୍ରତି କେହାଳ ମନୋଭାବ ଦେଖାଉଛନ୍ତି ତେବେ ଆହୁରି କେତେଜଣ ମଧ୍ୟ ହକ୍‌ ଦାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ଜୁନାଗଡ଼ରେ ଏନଫୋର୍ସ ଟିମର ଖାଦ୍ୟ ସାମଗ୍ରୀ ଯାଞ୍ଚ

ଜୁନାଗଡ଼,୧୮।୪(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ଏନଫୋର୍ସ ଟିମ ପକ୍ଷରୁଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି। ଏହି ଟିମରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ,ଜୁନାଗଡ଼…

ସିବିଏସ୍‌ଇ ଦଶମ ପରୀକ୍ଷା: ପ୍ରଗତି କନ୍‌ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ)-ସିବିଏସ୍‌ଇ ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍‌ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ର ବବୁଲ କୁମାର ମେହେର ୯୭.୬୦%…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri