Posted inଖେଳ

କରୋନାରୁ ସୁସ୍ଥ ହେଲେ ୬ ଭାରତୀୟ ହକି ଖେଳାଳି

ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଭାରତୀୟ ପୁରୁଷ ହକି ଦଳର ୬ ଜଣ ହକି ଖେଳାଳି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ହସ୍ପିଟାଲ ଛାଡ଼ ପାଇଛନ୍ତି। ମନପ୍ରୀତଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ହେଲେ ଡିଫେଣ୍ଡର ସୁରେନ୍ଦର କୁମାର, ଯଶକରନ ସିଂ, ବରୁଣ କୁମାର, ଗୋଲକିପର କ୍ରିଷନ ବାହାଦୂର ପାଠକ ଏବଂ ଷ୍ଟ୍ରାଇକର ମନଦୀପ ସିଂ। ଏହି ସମସ୍ତ ଖେଳାଳିଙ୍କର ଦୁଇଥର ଟେଷ୍ଟ କରାଯାଇଥିଲା ଏବଂ ଫଳାଫଳ ନେଗେଟିଭ ଆସିଥିଲା। ଅଗଷ୍ଟ ୧୦ରୁ ୧୨ ମଧ୍ୟରେ ଏହି ଖେଳାଳିମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଟେଷ୍ଟରେ ସମସ୍ତଙ୍କର ପଜିଟିଭ୍‌ ଆସିଥିଲା। ମନଦୀପଙ୍କ ନିକଟରେ ଯଦିଓ କୌଣସି ଲକ୍ଷଣ ଦେଖାଦେଇ ନ ଥିଲା, ତାଙ୍କ ରକ୍ତରେ ଅକ୍ସିଜେନ ସ୍ତର ସ୍ବାଭାବିକ ନ ଥିଲା। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ତାଙ୍କୁ ବେଙ୍ଗାଲୁରୁସ୍ଥିତି ଏସ୍‌ଏସ୍‌ ସ୍ପର୍ଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ମନପ୍ରୀତ ଓ ଅନ୍ୟ ୪ ଖେଳାଳିଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବେଙ୍ଗାଲୁରୁରେ ଉଭୟ ମହିଳା ଓ ପୁରୁଷ ଦଳର ଟ୍ରେନିଂ ବୁଧବାରଠାରୁ ଆରମ୍ଭ ହେବ। ତେବେ ଏହି ୬ ଜଣ ଖେଳାଳି ସେମାନଙ୍କ ଟିମ୍‌ମେଟଙ୍କ ସହ ଯୋଗଦେବା ପୂର୍ବରୁ କିଛି ଦିନ ଆଇସୋଲେଶନରେ ରହିବେ। ବର୍ତ୍ତମାନ କ୍ୟାମ୍ପ ପାଇଁ ୩୩ ପୁରୁଷ ଓ ୨୪ ମହିଳା ଖେଳାଳି ବେଙ୍ଗାଲୁରୁରେ ଉପସ୍ଥିତ ଅଛନ୍ତି। ଜାତୀୟ କ୍ୟାମ୍ପ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ସୁସ୍ଥ ହୋଇଥିବା ଖେଳାଳିମାନେ ଅଭ୍ୟାସ ଆରମ୍ଭ ପୂର୍ବରୁ ଏକ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ସାଇ କ୍ୟାମ୍ପସ ଭିତରେ ଆଇସୋଲେଶନରେ ରହିବେ। ସମସ୍ତ ମହିଳା ଖେଳାଳି ପହଞ୍ଚତ୍ବା ପରେ ସେମାନଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ଫଳାଫଳ ନେଗେଟିଭ୍‌ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri