ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି…

ଢାକା, ୧୭।୫ : ଏବେ ବାଂଲାଦେଶରେ ଶ୍ରୀଲଙ୍କା ପରି ସଙ୍କଟ ଦେଖାଦେଇଛି। ଲଗାତାର ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି।

ଏହା ସହିତ ବାଂଲାଦେଶର ଘରୋଇ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ୨୦୨୧ ଜୁଲାଇରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ବାଂଲାଦେଶର ଖର୍ଚ୍ଚ ବଢ଼ିବା ଚାଲିଛି। ଆମଦାନୀ ଖର୍ଚ୍ଚ ବଢୁଥିବାବେଳେ ରପ୍ତାନୀ ଖର୍ଚ୍ଚ କମିବାରେ ଲାଗିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର କମିବା ଯୋଗୁ ଟ୍ରେଡ୍‌ ଡେଫିସିଟି ବୃଦ୍ଧି ପାଉଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଖବର ଅନୁଯାୟୀ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି। ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ମାଧ୍ୟମରେ ଆମଦାନୀ ଆବଶ୍ୟକତା କେବଳ ୫ ମାସ ପୂରଣ ହୋଇପାରିବ। ଜୁଲାଇରୁ ମାର୍ଚ୍ଚ ୨୦୨୧-୨୨ ମଧ୍ୟରେ ବାଂଲାଦେଶ ୨୨ ବିଲିୟନ ଡଲାର ମୂଲ୍ୟର ଶିଳ୍ପ କଞ୍ଚାମାଲ ଆମଦାନୀ କରିଛି। ଯାହା ଗତ ବର୍ଷ ତୁଳନାରେ ୫୪ ପ୍ରତିଶତ ଅଧିକ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଆମଦାନୀ ବିଲ ୮୭ ପ୍ରତିଶତ ବୃଦ୍ଧି ପାଇଛି। ଉପଭୋକ୍ତା ଉତ୍ପାଦ ଆମଦାନୀ ଉପରେ ଆମଦାନୀ ବିଲ ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆକଳନରୁ ଏହା ସ୍ପଷ୍ଟ ଯେ ଆମଦାନୀ ପାଇଁ ଖର୍ଚ୍ଚ ବଢୁଛି।

୨୦୨୧-୨୨ ଆର୍ଥିକ ବର୍ଷର ୧୦ ମାସ ମଧ୍ୟରେ ବାଂଲାଦେଶର ରପ୍ତାନି ଲକ୍ଷ୍ୟ ପୂରଣ ହୋଇ ପାରିନି। ବାଂଲାଦେଶ ୪୩.୩୪ ବିଲିୟନ ଡଲାର ମୂଲ୍ୟର ଉତ୍ପାଦ ରପ୍ତାନି କରିଛି । ଯାହା ଗତ ବର୍ଷ ତୁଳନାରେ ୩୫ ପ୍ରତିଶତ ଅଧିକ। ଜୁଲାଇ ୨୦୨୧ ରୁ ଏପ୍ରିଲ ୨୦୨୨ ମଧ୍ୟରେ, ପୋଷାକ ରପ୍ତାନୀ, ଚମଡା ଏବଂ ଏହାର ଉତ୍ପାଦ ରପ୍ତାନୀ ଏକ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ବାଂଲାଦେଶର ଆମଦାନୀ ବିଲ ବୃଦ୍ଧି ହୋଇଥିଲେ ମଧ୍ୟ ରପ୍ତାନିରୁ ଆୟ ବୃଦ୍ଧି ହୋଇ ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହତ୍ୟାକାରୀ ନିଜକୁ ଭଗବାନ କହିଲେ

ନ୍ୟୁୟର୍କ, ୧୭ା୧: ନ୍ୟୁୟର୍କରେ ଟାଇମ୍ସ ସ୍କୋୟାର ସବ୍‌ଓ୍ବେ ଷ୍ଟେଶନରେ ସାଇମନ୍‌ ମାର୍ସିଆଲ ନାମକ ଜଣେ ବ୍ୟକ୍ତି ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଶନିବାର ଟ୍ରେନ୍‌ ଆଗକୁ...

ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ...

ଏହି କାରଣରୁ ପରସ୍ପରଠାରୁ ଅଲଗା ରହୁଥିଲେ ବୃଦ୍ଧ ଦମ୍ପତି, ଏକାଠି ହେବାର ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ

ଲଣ୍ଡନ,୧୬।୪: ସୋସିଆଲ ମିଡିଆରେ ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆଖିରେ ଲୁହ ରହିବନି। କାରଣ କରୋନା ମହାମାରୀ ଯୋଗୁ...

ଲାଗିଲା ଲକ୍‌ଡାଉନ୍‌: ଫସିଛନ୍ତି ୮୦ ହଜାର ପର୍ଯ୍ୟଟକ

ବେଜିଂ,୭।୮: ଚାଇନାର ହଓ୍ବାଇରେ ଥିବା ହାଇନାନ୍‌ ଦ୍ୱୀପରେ ୮୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ହଓ୍ବାଇର ଡେପୁଟି ମେୟର୍‌ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ...

ୟୁଟ୍ୟୁବରେ ୨ କୋଟି ସବ୍‌ସ୍କ୍ରାଇବର୍‌ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଚାରିଆଡେ ୟୁଟ୍ୟୁବ୍‌ର କ୍ରେଜ୍‌। ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ...

ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ...

ରୁଷିଆ କବଜାରୁ ଆଉ ତିନି ଅଞ୍ଚଳକୁ ଛଡାଇ ନେଲା ୟୁକ୍ରେନ୍‌

କ୍ୱିଭ,୭ ।୧୦: ବାଧ୍ୟତାମୂଳକ ସାମରିକ ସେବାକୁ ଭୟ କରି ଦେଶ ଛାଡି ପଳାଇଥିବା ଦାବି କରୁଥିବା ୨ ରୁଷିଆ ନାଗରିକ ବେରିଙ୍ଗ ସାଗରରେ ଥିବା ଏକ...

ମୁଁ ନରେନ୍ଦ୍ର ମୋଦି, ଆରଏସଏସକୁ କରେ ନାହିଁ ଭୟ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ୍‌,୧୮।୧୨: ଜାତିସଂଘରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ବିରୋଧ...

Advertisement
Archives

Model This Week