ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି…

ଢାକା, ୧୭।୫ : ଏବେ ବାଂଲାଦେଶରେ ଶ୍ରୀଲଙ୍କା ପରି ସଙ୍କଟ ଦେଖାଦେଇଛି। ଲଗାତାର ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି।

ଏହା ସହିତ ବାଂଲାଦେଶର ଘରୋଇ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ୨୦୨୧ ଜୁଲାଇରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ବାଂଲାଦେଶର ଖର୍ଚ୍ଚ ବଢ଼ିବା ଚାଲିଛି। ଆମଦାନୀ ଖର୍ଚ୍ଚ ବଢୁଥିବାବେଳେ ରପ୍ତାନୀ ଖର୍ଚ୍ଚ କମିବାରେ ଲାଗିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର କମିବା ଯୋଗୁ ଟ୍ରେଡ୍‌ ଡେଫିସିଟି ବୃଦ୍ଧି ପାଉଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଖବର ଅନୁଯାୟୀ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି। ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ମାଧ୍ୟମରେ ଆମଦାନୀ ଆବଶ୍ୟକତା କେବଳ ୫ ମାସ ପୂରଣ ହୋଇପାରିବ। ଜୁଲାଇରୁ ମାର୍ଚ୍ଚ ୨୦୨୧-୨୨ ମଧ୍ୟରେ ବାଂଲାଦେଶ ୨୨ ବିଲିୟନ ଡଲାର ମୂଲ୍ୟର ଶିଳ୍ପ କଞ୍ଚାମାଲ ଆମଦାନୀ କରିଛି। ଯାହା ଗତ ବର୍ଷ ତୁଳନାରେ ୫୪ ପ୍ରତିଶତ ଅଧିକ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଆମଦାନୀ ବିଲ ୮୭ ପ୍ରତିଶତ ବୃଦ୍ଧି ପାଇଛି। ଉପଭୋକ୍ତା ଉତ୍ପାଦ ଆମଦାନୀ ଉପରେ ଆମଦାନୀ ବିଲ ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆକଳନରୁ ଏହା ସ୍ପଷ୍ଟ ଯେ ଆମଦାନୀ ପାଇଁ ଖର୍ଚ୍ଚ ବଢୁଛି।

୨୦୨୧-୨୨ ଆର୍ଥିକ ବର୍ଷର ୧୦ ମାସ ମଧ୍ୟରେ ବାଂଲାଦେଶର ରପ୍ତାନି ଲକ୍ଷ୍ୟ ପୂରଣ ହୋଇ ପାରିନି। ବାଂଲାଦେଶ ୪୩.୩୪ ବିଲିୟନ ଡଲାର ମୂଲ୍ୟର ଉତ୍ପାଦ ରପ୍ତାନି କରିଛି । ଯାହା ଗତ ବର୍ଷ ତୁଳନାରେ ୩୫ ପ୍ରତିଶତ ଅଧିକ। ଜୁଲାଇ ୨୦୨୧ ରୁ ଏପ୍ରିଲ ୨୦୨୨ ମଧ୍ୟରେ, ପୋଷାକ ରପ୍ତାନୀ, ଚମଡା ଏବଂ ଏହାର ଉତ୍ପାଦ ରପ୍ତାନୀ ଏକ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ବାଂଲାଦେଶର ଆମଦାନୀ ବିଲ ବୃଦ୍ଧି ହୋଇଥିଲେ ମଧ୍ୟ ରପ୍ତାନିରୁ ଆୟ ବୃଦ୍ଧି ହୋଇ ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri