ସିତାଂଶୁ ମୋହନ ଦ୍ୱିବେଦୀ ଚତୁର୍ଥଥର ପାଇଁ ନିର୍ବାଚିତ

ଭୁବନେଶ୍ୱର, ୨୮।୭:ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବାର୍‌ ଆସୋସିଏଶନର ଆଇନଜୀବୀ ସିତାଂଶୁ ମୋହନ ଦ୍ୱିବେଦୀ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏନେଇ ଗୁରୁବାର ଘୋଷଣା କରାଯାଇଛି। ୨୦୦୨ ଏବଂ ୨୦୦୮ ମସିହାରେ ହୋଇଥିବା ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନରେ ଦ୍ୱିବେଦୀ ପ୍ରଥମ ପସନ୍ଦ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ନିର୍ବାଚିତ ହୋଇଥିଲେ। ଏପରି କି ୨୦୧୩ ଏବଂ ୨୦୨୩ରେ ମଧ୍ୟ ଦ୍ୱିବେଦୀ ଆବଶ୍ୟକ ମୁତାବକ ପ୍ରଥମ ପସନ୍ଦ ମ୍ୟାଜିକ ନମ୍ବର ଭୋଟ ପାଇ ଚତୁର୍ଥଥର ପାଇଁ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନ ଗତ ଏପ୍ରିଲ୍‌ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ସୂଚନାଯୋଗ୍ୟ, ରାଜ୍ୟ ବାର କାଉନସିଲ ନିର୍ବାଚନ ପ୍ରତି ୫ ବର୍ଷ ବ୍ୟବଧାନରେ ହେବାର ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି କାରଣ ପାଇଁ ୧୦ବର୍ଷ ଧରି ହୋଇପାରୁ ନ ଥିଲା। ତେଣୁ ଆଇନଜୀବୀ ସିତାଂଶୁ ମୋହନ ଦ୍ୱିବେଦୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦ୍ୱିବେଦୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ପ୍ରମଥ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୨୩ ଏପ୍ରିଲ ୧୫ରେ ନିର୍ବାଚନ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଧାର୍ଯ୍ୟ ତାରିଖରେ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ ଗଣତି କାର୍ଯ୍ୟକ୍ରମ ଚାଲୁ ରହିଛି। ରାଜ୍ୟ ବାର୍‌ କାଉନସିଲର ପୂର୍ବ ହୃତଗୌରବ ଫେରାଇ ଆଣିବା ସହ ଆଇନଜୀବୀମାନଙ୍କ ବହୁଦିନର ନ୍ୟାଯ୍ୟଦାବି ଯଥା କଲ୍ୟାଣପାଣ୍ଠି, ମ୍ୟାଚିଙ୍ଗଗ୍ରାଣ୍ଟ ବୃଦ୍ଧି, ସ୍ବାସ୍ଥ୍ୟବୀମା, ଆଡ୍‌ଭୋକେଟ ଏକାଡେମୀ ଏବଂ ଅନ୍ୟାନ୍ୟ ନ୍ୟାଯ୍ୟ ଦାବିର ଉପସ୍ଥାପନା କରି ରାଜ୍ୟ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ଦୃଢ଼ ପରିକର ଏବଂ ସଙ୍କଳ୍ପବଦ୍ଧ ବୋଲି ଦ୍ୱିବେଦୀ କହିଛନ୍ତି। ଚଳିତ ନିର୍ବାଚନରେ ଆଇନଜୀବୀମାନେ ଯୁବ ସଭ୍ୟମାନଙ୍କୁ ଅଧିକ ପରିମାଣରେ ପସନ୍ଦ କରିଥିବାରୁ ଏବଂ ବ୍ରହ୍ମପୁର ବାର୍‌ ଆସୋସିଏଶନର ଯୁବ ଆଇନଜୀବୀ ପୀତବାସ ପଣ୍ଡା ଏବଂ ଯାଜପୁର ଟାଉନ ବାର୍‌ ଅସୋସିଏଶନର ଯୁବ ଆଇନଜୀବୀ ରାଜୀବ ମହାନ୍ତିଙ୍କୁ ରାଜ୍ୟ ବାର କାଉନ୍‌ସିଲର ସଭ୍ୟ ଭାବେ ନିର୍ବାଚିତ କରିଥିବାରୁ ଦ୍ୱିବେଦୀ ରାଜ୍ୟର ସମସ୍ତ ବୁଦ୍ଧୀଜୀବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri