Posted inଜାତୀୟ

ରାଜ୍ୟ ସଭା ଗଲେ ସୀତାରାମନ, ସୁର୍ଜଓ୍ବୋଲା, ଜୟରାମ

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାର ୪ ଆସନ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ କ୍ରସ୍‌ ଭୋଟିଂ ଯୋଗୁ କଂଗ୍ରେସର ସମସ୍ତ ୩ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହିତ ଭାଜପାର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମୁକୁଲ ଓ୍ବାସ୍‌ନିକ, ପ୍ରମୋଦ ତିଓ୍ବାରୀ ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ଏବଂ ଭାଜପାର ଘନଶ୍ୟାମ ତିଓ୍ବାରୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। କ୍ରସ୍‌ ଭୋଟିଂ କରିଥିବା ଭାଜପାର ଢୋଲପୁର ବିଧାୟିକା ଶୋଭାରାଣୀ କୁଶଓ୍ବାହାଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରାଯାଇଛି। ସେହିପରି କର୍ନାଟକରେ ଭାଜପାର ୩ ପ୍ରାର୍ଥୀ ଜିତିଥିବାବେଳେ କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପାରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ, ଜଗେଶ ଏବଂ ଲେହାର ସିଂ ସିରୋୟା ଏବଂ କଂଗ୍ରେସରୁ ଜୟରାମ ରମେଶ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ରରୁ ୬ ଆସନ ଓ ହରିୟାଣାର ୨ ଆସନ ଲାଗି ମତଦାନ ହୋଇଥିଲେ ହେଁ ରାତି ୧୦ଟା ସୁଦ୍ଧା ଫଳାଫଳ ମିଳିପାରି ନାହିଁ। ମହାରାଷ୍ଟ୍ରରେ ଶାସକ ମେଣ୍ଟ ଏମ୍‌ଭିଏର ୩ ବିଧାୟକ ଏବଂ ହରିୟାଣାରେ ବିରୋଧୀ କଂଗ୍ରେସର ୨ ବିଧାୟକ ସେମାନଙ୍କ ବାଲଟ ପେପର ଦେଖାଇ ଭୋଟ ଦେଇ ରାଜ୍ୟ ସଭା ନିର୍ବାଚନ ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କ ଭୋଟ ନାକଚ କରିବାକୁ ଭାଜପା ନିର୍ବାଚନ କମିଶନଙ୍କୁ
ଅନୁରୋଧ କରିଛି। ଫଳରେ ଏହି ଦୁଇ ରାଜ୍ୟରେ ଭୋଟଗଣତି ବିଳମ୍ବିତ ହୋଇଛି।
କ୍ରସ୍‌ ଭୋଟିଂ ଅଭିଯୋଗ ମଧ୍ୟରେ ଶୁକ୍ରବାର ରାଜସ୍ଥାନ, ହରିୟାଣା, କର୍ନାଟକ ଓ ମହାରାଷ୍ଟ୍ରର ୧୬ ରାଜ୍ୟ ସଭା ଆସନ ଲାଗି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ନିର୍ବାଚନ କମିଶନ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ସହ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସକାଳ ୯ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା।
ମୋଟ ୫୭ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ଘୋଷଣା ହୋଇଥିବାବେଳେ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପଞ୍ଜାବ, ତେଲଙ୍ଗାନା, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର ମୋଟ ୪୧ ଆସନରୁ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଏବଂ କର୍ନାଟକର ୧୬ ଆସନ ପାଇଁ ଅଧିକ ପ୍ରାର୍ଥୀ ଥିବାରୁ ଶୁକ୍ରବାର ସେଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଘୋଡ଼ାବେପାର ଆଶଙ୍କାରେ ବିଭିନ୍ନ ଦଳ ସେମାନଙ୍କ ବିଧାୟକମାନଙ୍କୁ ହୋଟେଲ ଓ ରିସର୍ଟରେ ଲୁଚାଇ ରଖିଥିଲେ। କର୍ନାଟକରେ ଜେଡିଏସ୍‌ ବିଧାୟକ କେ. ଶ୍ରୀନିବାସ ଗୌଡ଼ା କଂଗ୍ରେସ ପ୍ରାର୍ଥୀଙ୍କୁୁ ଭୋଟ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ସେଠାରେ ଅନ୍ୟ ଏକ ଭୋଟକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।
ମହାରାଷ୍ଟ୍ରର ୬ ଆସନ ପାଇଁ ଜୋର୍‌ଦାର ପ୍ରତିଯୋଗିତା ହୋଇଥିଲା। ସେଠାରେ ଛୋଟ ଦଳ ଓ ସ୍ବାଧୀନ ବିଧାୟକମାନଙ୍କର ୨୮ ଭୋଟ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କୁହାଯାଉଛି। ତେବେ ଏନ୍‌ସିପିର ଦୁଇ ବିଧାୟକ ନଓ୍ବାବ ମଲିକ ଏବଂ ଅନୀଲ ଦେଶମୁଖଙ୍କୁ ଜାମିନ ନ ମିଳିବାରୁ ସେମାନେ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ହରିୟାଣାରେ ଦୁଇ ଆସନ ଲାଗି ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟକୁ ଅବୈଧ ଘୋଷଣା କରାଯାଇଛି। ସ୍ବାଧୀନ ବିଧାୟକମାନେ ଭାଜପାକୁ ଭୋଟ ଦେଇଛନ୍ତି। ଏଠାରେ ଭାଜପା ପୂର୍ବତନ ମନ୍ତ୍ରୀ କ୍ରିଷନଲାଲ୍‌ ପନଓ୍ବାର ଏବଂ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍‌ଙ୍କୁ ପ୍ରାର୍ଥୀ କରିଥିବାବେଳେ କାର୍ତ୍ତିକେୟ ଶର୍ମା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨ ବିଧାୟକଙ୍କ ଭୋଟକୁ ଅବୈଧ ଘୋଷଣା କରିବାକୁ ଭାଜପା ଦାବି କରିବା ଫଳରେ ସେଠାରେ ଭୋଟଗଣନା ବିଳମ୍ବିତ ହୋଇଥିଲା। ହରିୟାଣାରେ କଂଗ୍ରେସର ୩୧ ଭୋଟ ଥିବାବେଳେ ଭାଜପାର ୫୭ ଭୋଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?