Posted inଜାତୀୟ

ନୂପୁର, ନବୀନଙ୍କୁ ଜେଲ ପଠାଅ

ନୂଆଦିଲ୍ଲୀ,୧୧ା୬: ଭାଜପା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ କେବଳ ମୁଖପାତ୍ର ପଦରୁ ହଟାଇ ଦଳରୁ ବାହାର କରିବା ପର୍ଯ୍ୟାପ୍ତ ନୁହେଁ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଯାଉ। ଦେଶର ବିଭିନ୍ନ ଭାଗରେ ଶୁକ୍ରବାର ସମୂହ ନମାଜ ପାଠ ପରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଭାରତରେ ଇସ୍‌ଲାମୋଫୋବିଆ (ଇସ୍‌ଲାମ ପ୍ରତି ଭୟ), ଘୃଣା ମନ୍ତବ୍ୟ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ବର୍ବରତାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀ, ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ସମେତ ଉତ୍ତର ପ୍ରଦେଶର ଶାହରନପୁର, ମୋରଦାବାଦ ଓ ପ୍ରୟାଗରାଜ, ଫିରୋଜାବାଦ, ଦେଓବନ୍ଦର ମସ୍‌ଜିଦଗୁଡ଼ିକରେ ନମାଜ ପାଠ କରିବାକୁ ଆସିଥିବା ମୁସଲମାନମାନେ ଭାଜପା ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅନେକ ସହରରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଏଥିସହ ୟୁପିର ଲକ୍ଷ୍ନୌ, କାନପୁର ଓ ଫିରୋଜାବାଦରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରି ଫ୍ଲାଗ୍‌ମାର୍ଚ୍ଚ କରିଛି। କେତେକ ସହରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ଜଳାପୋଡ଼ା ଓ ଭଙ୍ଗାରୁଜା କରିଛନ୍ତି। ହିଂସା ଭିଆଇବା ଅଭିଯୋଗରେ ଶତାଧିକ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଙ୍ଗା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାସ୍ଥିତ ପାର୍କ ସର୍କସ ଏରିଆ, ହାଓଡା, ତେଲଙ୍ଗାନାର ହାଇଦ୍ରାବାଦସ୍ଥିତ ଚାରମିନାର, ପଞ୍ଜାବର ଲୁଧିଆନା, ଗୁଜରାଟର ଅହମ୍ମଦାବାଦ, ରାଜସ୍ଥାନର ଟଙ୍କ ସଓ୍ବାଇ ମାଧୋପୁର, ମହାରାଷ୍ଟ୍ରର ନଭିମୁମ୍ବାଇ ଏବଂ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ମଧ୍ୟ ନମାଜ ପାଠ ବେଳେ ଅନୁରୂପ ସ୍ଥିତି ଉପୁଜିଛି। ଏହି ପ୍ରସଙ୍ଗକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଲାଗି ରହିଥିବାରୁ କର୍ଫ୍ୟୁ ଜାରି କରାଯାଇଛି। ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ମହମ୍ମଦ ବିରୋଧୀ ମନ୍ତବ୍ୟକୁ ନେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ, କାତାର, କୁଏଟ୍‌, ଓମାନ, ବାହାରିନ, ଇରାକ୍‌, ଇରାନ, ପାକିସ୍ତାନ, ଆଫଗାନିସ୍ତାନ ଭଳି ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକ ଆପତ୍ତି ଉଠାଇ ଭାରତ ସରକାର ଉପରେ ଚାପ ସୃଷ୍ଟି କରିଥିବାବେଳେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସ୍ବର ଶାଣିତ କରିବା ପାଇଁ ବଳ ମିଳିଛି। ମୋଟାମୋଟି ଭାବେ ସାରା ଦେଶରେ ଭାଜପାର ଧ୍ରୁବୀକରଣ ରାଜନୀତି ଶାସକ ଗୈରିକ ଦଳ ପାଇଁ ବୁମେରାଂ ସାଜିଥିବା କୁହାଯାଉଛି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଭାଜପା ଯୋଗୁ ବିଶ୍ୱରେ ଭାରତର ଛବି କଳଙ୍କିତ ହୋଇଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri