Posted inଜାତୀୟ

ନୂପୁର, ନବୀନଙ୍କୁ ଜେଲ ପଠାଅ

ନୂଆଦିଲ୍ଲୀ,୧୧ା୬: ଭାଜପା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ କେବଳ ମୁଖପାତ୍ର ପଦରୁ ହଟାଇ ଦଳରୁ ବାହାର କରିବା ପର୍ଯ୍ୟାପ୍ତ ନୁହେଁ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଯାଉ। ଦେଶର ବିଭିନ୍ନ ଭାଗରେ ଶୁକ୍ରବାର ସମୂହ ନମାଜ ପାଠ ପରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଭାରତରେ ଇସ୍‌ଲାମୋଫୋବିଆ (ଇସ୍‌ଲାମ ପ୍ରତି ଭୟ), ଘୃଣା ମନ୍ତବ୍ୟ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ବର୍ବରତାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀ, ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ସମେତ ଉତ୍ତର ପ୍ରଦେଶର ଶାହରନପୁର, ମୋରଦାବାଦ ଓ ପ୍ରୟାଗରାଜ, ଫିରୋଜାବାଦ, ଦେଓବନ୍ଦର ମସ୍‌ଜିଦଗୁଡ଼ିକରେ ନମାଜ ପାଠ କରିବାକୁ ଆସିଥିବା ମୁସଲମାନମାନେ ଭାଜପା ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅନେକ ସହରରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଏଥିସହ ୟୁପିର ଲକ୍ଷ୍ନୌ, କାନପୁର ଓ ଫିରୋଜାବାଦରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରି ଫ୍ଲାଗ୍‌ମାର୍ଚ୍ଚ କରିଛି। କେତେକ ସହରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ଜଳାପୋଡ଼ା ଓ ଭଙ୍ଗାରୁଜା କରିଛନ୍ତି। ହିଂସା ଭିଆଇବା ଅଭିଯୋଗରେ ଶତାଧିକ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଙ୍ଗା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାସ୍ଥିତ ପାର୍କ ସର୍କସ ଏରିଆ, ହାଓଡା, ତେଲଙ୍ଗାନାର ହାଇଦ୍ରାବାଦସ୍ଥିତ ଚାରମିନାର, ପଞ୍ଜାବର ଲୁଧିଆନା, ଗୁଜରାଟର ଅହମ୍ମଦାବାଦ, ରାଜସ୍ଥାନର ଟଙ୍କ ସଓ୍ବାଇ ମାଧୋପୁର, ମହାରାଷ୍ଟ୍ରର ନଭିମୁମ୍ବାଇ ଏବଂ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ମଧ୍ୟ ନମାଜ ପାଠ ବେଳେ ଅନୁରୂପ ସ୍ଥିତି ଉପୁଜିଛି। ଏହି ପ୍ରସଙ୍ଗକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ଲାଗି ରହିଥିବାରୁ କର୍ଫ୍ୟୁ ଜାରି କରାଯାଇଛି। ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ମହମ୍ମଦ ବିରୋଧୀ ମନ୍ତବ୍ୟକୁ ନେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ, କାତାର, କୁଏଟ୍‌, ଓମାନ, ବାହାରିନ, ଇରାକ୍‌, ଇରାନ, ପାକିସ୍ତାନ, ଆଫଗାନିସ୍ତାନ ଭଳି ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକ ଆପତ୍ତି ଉଠାଇ ଭାରତ ସରକାର ଉପରେ ଚାପ ସୃଷ୍ଟି କରିଥିବାବେଳେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସ୍ବର ଶାଣିତ କରିବା ପାଇଁ ବଳ ମିଳିଛି। ମୋଟାମୋଟି ଭାବେ ସାରା ଦେଶରେ ଭାଜପାର ଧ୍ରୁବୀକରଣ ରାଜନୀତି ଶାସକ ଗୈରିକ ଦଳ ପାଇଁ ବୁମେରାଂ ସାଜିଥିବା କୁହାଯାଉଛି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଭାଜପା ଯୋଗୁ ବିଶ୍ୱରେ ଭାରତର ଛବି କଳଙ୍କିତ ହୋଇଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?