ରାମଙ୍କ ବିନା ରହିଛି ମାଆ ସୀତାଙ୍କ ପ୍ରତିମା, ଅଯୋଧ୍ୟା ପୂର୍ବରୁ ତିଆରି ହୋଇଥିଲା ଏହି ମନ୍ଦିର

ମୁମ୍ବାଇ,୧୧।୧୧: ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ। ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଯେଉଁଠି ରାମଲାଲାଙ୍କ ସହ ମାଆ ସୀତା, ଭାଇ ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମା ସ୍ଥାପନ କରାଯିବ। କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ମନ୍ଦିର କହିବାକୁ ଯାଉଛୁ ଯେଉଁଠି ରାମଙ୍କ ବିନା ମାଆ ସୀତାଙ୍କ ପ୍ରତିମା ରହିଛି।
ମହାରାଷ୍ଟ୍ରର ୟାବତମଲ ଜିଲାରେ ଏପରି ଏକ ସୀତା ମନ୍ଦିର ରହିଛି। ଯାହା ବହୁଦିନ ଧରି ବନ୍ଦ ରହିଥିଲା। ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ବନ୍ଦ ଦରଜାକୁ ଖୋଲି ଦିଆଯାଇଛି। ଏହି ମନ୍ଦିରକୁ ମାଆ ସୀତାଙ୍କ ବନବାସ ଗମନ ସମୟର ଘଟଣାକୁ ଦର୍ଶାଇଛି। ସୀତାଙ୍କ ସହ ଲବକୁଶଙ୍କ ପ୍ରତିମା ମଧ୍ୟ ରହିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ମାଆ ସୀତାଙ୍କୁ ପnୂଜା କରିବାକୁ ଆସିଥାନ୍ତି। ଲୋକେ ଏହି ମନ୍ଦିରକୁ ମମତାର ନିଦର୍ଶନ ବୋଲି ଦର୍ଶାଇଥାନ୍ତି।
ନିକଟରେ ଏହି ମନ୍ଦିରକୁ ଖୋଲାଯାଇ ମାଆ ସୀତାଙ୍କ ନୂଆ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରାଣ ପ୍ରତିଷ୍ଠା କରାଯାଇଛି। ସ୍ଥାନୀୟ ଲୋକ ଏହି ମନ୍ଦିରକୁ ସାହାସର ପ୍ରତୀକ ଭାବେ ପରିଚୟ ଦେଉଛନ୍ତି। ଏହି ମନ୍ଦିର ସିଙ୍ଗଲ ମଦରଙ୍କ ପାଇଁ ଏକ ପ୍ରେରଣା ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ତେବେ ଦେଶରେ ମାଆ ସୀତାଙ୍କ ବହୁ ବନ୍ଦିର ରହିଛି। କିନ୍ତୁ ମହାରାଷ୍ଟ୍ରରେ ଥିବା ଏହି ମନ୍ଦିରେ ମାଆ ସୀତା ଲବକୁଶଙ୍କ ସହ ଅବସ୍ଥାପିତ ହୋଇଛନ୍ତି। ଅଯୋଧ୍ୟାରେ ମଧ୍ୟ ଏକ ସୀତାମନ୍ଦିର ରହିଛି ଯାହାକୁ ଭବ୍ୟ ରୂପ ଦିଆଯାଉଛି। ସେହିପରି ବାରଣାସୀର ଅସ୍ତିଘାଟରେ ଏକ ସୀତାମନ୍ଦିର ଅଛି। ବର୍ଷାଦିନରେ ଏହି ମନ୍ଦିର ପାଣି ଘେରରେ ରହିଥାଏ। କୁହାଯାଏ କି ମାଆ ସୀତା ଏହିଠାରେ ହିଁ ଧରିତ୍ରୀ ଗର୍ଭରେ ଲୀନ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri