ସେଠି ବସି ଏଠି ମାଡ଼

ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଗତବର୍ଷ ଅକ୍ଟୋବର ୧୨ ତାରିଖରେ ବଡ଼ଧରଣର ବିଦ୍ୟୁତ୍‌ ବିଭ୍ରାଟ ଘଟିଥିଲା। ଚଳଚଞ୍ଚଳ ଏହି ମହାନଗରୀ କାର୍ଯ୍ୟ ଦୁଇ ଘଣ୍ଟାରୁ ଅଧିକ ସମୟ ବନ୍ଦ ହୋଇଯାଇଥିଲା। ଏବେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ବିଦ୍ୟୁତ୍‌ ଯୋଗାଣ ପରିଚାଳନା କରୁଥିବା ବ୍ୟବସ୍ଥାରେ ଚାଇନିଜ୍‌ ମାଲଓ୍ବାର ବା ଚାଇନା ସାଇବର ଭାଇରସ୍‌ ପଠାଯାଇଥିଲା। ଭାରତ ଓ ଚାଇନା ଲଦାଖରେ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ବେଜିଂ ଏପରି ଷଡ଼ଯନ୍ତ୍ର କରିଥିଲା। ଆମେରିକୀୟ କମ୍ପାନୀ ‘ରେକର୍ଡେଡ୍‌ ଫ୍ୟୁଚର’ ସାଇବର ଆକ୍ରମଣ ସମ୍ପର୍କରେ ଭାରତକୁ ଆଗୁଆ ସୂଚନା ଦେଇଥିଲେ ମଧ୍ୟ ଏହାର ଅନୁସନ୍ଧାନ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ନ ଥିଲେ କିମ୍ବା କେନ୍ଦ୍ର ସରକାର ତା’ର ପ୍ରତିକାର କରି ନ ଥିଲେ।
ମୁମ୍ବାଇକୁ ଏଭଳି ଅନ୍ଧକାର କରି ରଖିବା ପଛରେ ଭାରତୀୟ ପାଓ୍ବାର ଗ୍ରିଡ୍‌ ଉପରେ ଯଦି ଚାଇନାର ସାଇବର ଆକ୍ରମଣ ହୋଇଥାଏ, ତାହା ହେଲେ ଯୁଦ୍ଧର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି ବୋଲି କୁହାଯାଇପାରିବ। ପାରମ୍ପରିକ ଯୁଦ୍ଧ ଦୀର୍ଘଦିନ ଧରି ଚାଲିଥାଏ। ବନ୍ଧୁକ, ଗୁଳିଗୋଳା, କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ ପରେ ବାୟୋଲୋଜିକାଲ୍‌ ଓ୍ବାରଫେୟାର ବା ବିଷାକ୍ତ ଜୀବାଣୁକୁ ମାଧ୍ୟମ କରାଯାଇ ମଣିଷ ଓ ପ୍ରାଣୀଜଗତକୁ ନଷ୍ଟ କରାଯିବା କାର୍ଯ୍ୟ ଚାଲିଛି। ଏବେ ସର୍ବାଧୁନିକ ଯୁଦ୍ଧକୌଶଳ କମ୍ପ୍ୟୁଟର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜରିଆରେ ମାଲଓ୍ବାର ପଠାଯାଇ ଶତ୍ରୁପକ୍ଷର ବିରାଟ କ୍ଷତି କରାଯାଇପାରିବ। ଚାଇନା ଏ ଦିଗରେ କ୍ରମାଗତ ପରୀକ୍ଷାନିରୀକ୍ଷା କରିଚାଲିଛି। ପୂର୍ବରୁ ଏହି ସ୍ତମ୍ଭରେ ଆମେ ଲେଖିଥିଲୁ ଯେ, ଶତ୍ରୁଙ୍କୁ ଦମନ କରିବା ଲାଗି ବେଜିଂ କୃତ୍ରିମ ବର୍ଷା କରୁଛି। ଏଥିରୁ ବୁଝାପଡ଼ୁଛି ଯେ, ଚାଇନା ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର କରିବା ଲାଗି ତା’ର ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା କରିଚାଲିଛି। ବେଜିଂର ଏପରି ପଦକ୍ଷେପକୁ ପ୍ରତିହତ କରିବା ଲାଗି ଭାରତ ପ୍ରସ୍ତୁତ ଥିବା ଭଳି ମନେ ହେଉନାହିଁ। କୁହାଯାଉଛି ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଆଭ୍ୟନ୍ତରୀଣ କଥାରେ ଲିପ୍ତ ରହୁଥିବାରୁ ବିରାଟକାୟ ବାହ୍ୟ ବିପଦରୁ ଦେଶକୁ ରକ୍ଷା କରିବାରେ ସରକାର ଅକ୍ଷମ। ଏବେ କେନ୍ଦ୍ର ସରକାର ସୋସିଆଲ, ଡିଜିଟାଲ ଏବଂ ଓଟିଟି ଭଳି ଇଣ୍ଟରନେଟ୍‌ ମଞ୍ଚକୁ ନିୟନ୍ତ୍ରଣ କରିବା ଲାଗି ନିୟମାବଳୀ ଆଣିଛି। ଉଲ୍ଲେଖଯୋଗ୍ୟ ଯେ, ଅଣାଯାଇଥିବା ନୂଆ ନିୟମ ସଂସଦୀୟ ଯାଞ୍ଚ ପରିସରଭୁକ୍ତ ହୋଇନାହିଁ କି କୌଣସି ବୈଧାନିକ ବ୍ୟବସ୍ଥା ଭିତରେ ଆସୁନାହିଁ। ହେଲେ ଏହି ନିୟମାବଳୀର ଢାଞ୍ଚା ଦେଖିଲେ ଇଣ୍ଟରନେଟ୍‌ ଦ୍ୱାରା ପରିଚାଳିତ ସବୁ ମଞ୍ଚକୁ ହାତମୁଠାରେ ରଖିବାର କ୍ଷମତା ରଖିଛି। ବାସ୍ତବରେ ସରକାର ନିଜ ନାଗରିକଙ୍କ ପଛରେ ପଡ଼ିବା ପରିବର୍ତ୍ତେ ସେହି ମୂଲ୍ୟବାନ ସମୟକୁ ବ୍ୟବହାର କରି ଦେଶର ସୁରକ୍ଷା ପ୍ରତି ଧ୍ୟାନ ଦେବା ହୁଅନ୍ତା କେନ୍ଦ୍ର ସରକାରଙ୍କ ପାଇଁ ବୁଦ୍ଧିମାନର କାର୍ଯ୍ୟ। ଦୁଃଖର ବିଷୟ ଯେ ତାହା କରାଯାଉ ନାହିଁ।
ବର୍ତ୍ତମାନର କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ସ୍ଲୋଗାନ ଦେଉଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସାମଗ୍ରୀ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଉଛି। ଏକ ଜାତି ସ୍ବାବଲମ୍ବୀ ହେବା ପାଇଁ ଏଭଳି ମନୋଭାବ ରଖିବା ସବୁ ସମୟରେ ସ୍ବାଗତଯୋଗ୍ୟ। କିନ୍ତୁ ସେହି ଭାରତ ବାସ୍ତବରେ ଅତ୍ମନିର୍ଭର ହେବାକୁ ଚେଷ୍ଟା କରୁଥିବା ଭଳି କୌଣସି ସଙ୍କେତ ମିଳୁନାହିଁ। ଆମ ଘରେ ପଶି ଆମ ବିଦ୍ୟୁତ୍‌ ଯୋଗାଣକୁ କାଟିଦେଇ ପାରୁଥିବା ଚାଇନା ଲୋକ ବାରମ୍ବାର ପ୍ରମାଣ କରିଦେଉଛନ୍ତି ଯେ, ଆମେ ଅସୁରକ୍ଷିତ। ଆତ୍ମନିର୍ଭରର ପ୍ରଥମ ପାହାଚ ହେଉଛି ନିଜ ଘରକୁ ନିଜେ ବଞ୍ଚାଇକରି ରଖିବା। ଯେଉଁ ଘର ଭିତରେ ପରିବାର ମୁଖ୍ୟ ଅନ୍ୟସବୁ ସଦସ୍ୟଙ୍କ ସହିତ ସର୍ବଦା ଝଗଡ଼ା କରୁଥାଏ, ସେହି ଘର ଏବଂ ପରିବାର ଭୁଶୁଡ଼ିପଡ଼ିବା ଅବଶ୍ୟମ୍ଭାବୀ। ତେବେ ବମ୍ବେ ଅନ୍ଧକାର ହେବା ଘଟଣାକୁ ତର୍ଜମା କରାଯିବା ପରେ କୁହାଯାଉଛି ଯେ, ଚାଇନାରେ ନିର୍ମିତ ଅନେକ ବୈଦ୍ୟୁତିକ ଉପକରଣରେ ହ୍ୟାକର୍ସ ଗ୍ରୁପ୍‌ ଅନ୍‌ଲାଇନ୍‌ ଆକ୍ରମଣ ପାଇଁ ମାଲଓ୍ବାର ଖଞ୍ଜି ପଠାଉଛି। ସେହିଭଳି ଗୁଜରାଟରେ ସ୍ଥାପିତ ଓ ଚାଇନା ନିର୍ମିତ ସର୍ଦ୍ଦାର ପଟେଲଙ୍କ ବୃହତ୍‌ ପ୍ରତିମୂର୍ତ୍ତିରେ ଯେଭଳି ବ୍ୟବସ୍ଥା ଖଞ୍ଜା ଯାଇଛି, ତାହା ମଧ୍ୟ ପ୍ରଶ୍ନବାଚୀକୁ ଆସିଯାଇଛି।

 

୧୦୦ ଦିନ

ଗତ ୧୦୦ ଦିନ ଭାରତ ପାଇଁ ଅତ୍ୟନ୍ତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି। ଏହା ଭିତରେ ୩ଟି ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ୧୦୦ ଦିନ ପୂରିଛି। ଚାଷୀମାନେ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବାବେଳେ ସରକାର ଜିଦ୍‌ରେ ଅଟଳ ରହିଛନ୍ତି। ଜାନୁୟାରୀ ୨୬ରେ ଦିଲ୍ଲୀରେ ଘଟିଯାଇଥିବା ହିଂସା ଓ ସେଥିରେ ଦିଲ୍ଲୀ ପୋଲିସର ଭୂମିକା ବିଷୟରେ ସମସ୍ତେ ଜାଣିିଛନ୍ତି। ଚାଷୀ ଆନ୍ଦୋଳନକୁ ବିଶ୍ୱବ୍ୟାପୀ ବିପୁଳ ସମର୍ଥନ ମିଳିବାବେଳକୁ କେନ୍ଦ୍ର ସରକାର ଯେଉଁଭଳି କୃଷିି ଆଇନକୁ ନେଇ ଅଡ଼ି ବସିଛନ୍ତି ତାହା ଭାରତର ଭାବମୂର୍ତ୍ତିକୁ ଅନ୍ତର୍ଜାତୀୟ ସ୍ତରରେ ଦୁୁର୍ବଳ କରିଛି। ସ୍ବିଡେନର ଜଳବାୟୁ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗରେ ବେଙ୍ଗାଲୁରୁର ଜଳବାୟୁ କର୍ମୀ ୨୨ ବର୍ଷୀୟା ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯିବା ଫଳରେ ଆହୁରି ଏକ ଝଡ଼ ବୋହିଥିଲା। ଯେଉଁ କ୍ଷେତ୍ରରେ ଗ୍ରେଟା କାର୍ଯ୍ୟ କରନ୍ତି, ତାହା ରାଜନୀତିଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ ଥିବା ହେତୁ ଦିଶା ରବିଙ୍କ ଗିରଫ ହେବା ଏକ ଆଭ୍ୟନ୍ତରୀଣ ବିଷୟ ହୋଇ ରହିଲା ନାହିଁ।
ଏହି ୧୦୦ଦିନ ମଧ୍ୟରେ ଭାରତରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ଦେଶବାସୀଙ୍କୁ ଅତିଷ୍ଠ କରିଛି। ଦେଶର ବିଭିନ୍ନ ଭାଗରେ ପେଟ୍ରୋଲ ଦର ୧୦୦ଟଙ୍କା ଛୁଇଁଥିବାବେଳେ ଡିସେମ୍ବର ୨୦୨୦ରୁ ୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଏଲ୍‌ପିଜି ୨୨୫ ଟଙ୍କା ବୃଦ୍ଧି ପାଇବା ସମସ୍ତଙ୍କୁ ଆଚମ୍ବିତ କରିଛି। ଏଥିସହିତ ସରକାର ନିକଟରେ ସୋସିଆଲ ଓ ଡିଜିଟାଲ ମିଡିଆ ଏବଂ ଓଟିଟି ଭଳି ଇଣ୍ଟରନେଟ ମଞ୍ଚକୁ ନିୟନ୍ତ୍ରଣ କରିବା ଫଳରେ ଏକ ଧାରଣା ସୃଷ୍ଟି ହୋଇଛି ଯେ, ବାକ୍‌ ସ୍ବାଧୀନତା ଉପରେ କଟକଣା ଜାରି କରି କେନ୍ଦ୍ର ସରକାର ଗଣତନ୍ତ୍ର ବିରୋଧୀ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ବିରୋଧରେ ଯିଏ ସ୍ବର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ଚାପି ଦେବା ପାଇଁ ଏହି ନିୟମାବଳୀକୁ ବ୍ୟବହାର କରାଯିବ ବୋଲି ଆଶଙ୍କା ସୃଷ୍ଟି ହେଉଛି।
ଅନ୍ୟପଟେ ଆସନ୍ତା ୧୦୦ଦିନ ପାଇଁ ଏକ ଭିନ୍ନ ଦୃଶ୍ୟ ଚିତ୍ରଣ ହେଉଛି। ଭାରତ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଜନିତ ସମସ୍ୟା ଭୋଗିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସତର୍କ କରାଇ ସାରିଲାଣି। ମାର୍ଚ୍ଚ ୧ରୁ ମେ’ଯାଏ ତାପମାତ୍ରା ପ୍ରବଳ ବୃଦ୍ଧି ପାଇବ ବୋଲି ଯେଉଁ ଆକଳନ କରାଯାଇଛିି, ତାହାର ଆଭାସ ଜନସାଧାରଣ ଏଠାରେ ଅନୁଭବ କଲେଣି। ଇତିମଧ୍ୟରେ ଅନୁଗୋଳରେ ତାପମାତ୍ରା ୪୦.୧ ଡିଗ୍ରୀ ଓ ଭୁବନେଶ୍ୱରରେ ୪୦ ଡିଗ୍ରୀ ଅତିକ୍ରମ କରିବା ହେତୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଆଇଏମ୍‌ଡି ଆକଳନକୁ ଦେଖିଲେ ଆଗାମୀ ଶହେଦିନ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଫଳରେ ଚାଷବାସ ଉପରେ ଘୋର ପ୍ରଭାବ ପଡ଼ିବ ଏବଂ ପିଇବା ପାଣି ସମସ୍ୟା ଉକତ୍ଟ ରୂପ ଧାରଣ କରିବ।
ବିଗତ ଶହେଦିନ ମଧ୍ୟରେ ଯେଭଳି ଯନ୍ତ୍ରଣା ଲୋକଙ୍କୁ ହନ୍ତସନ୍ତ କରିଥିଲା ସେହିଭଳି ଆଗାମୀ ଶହେଦିନ ମଧ୍ୟ ଅସୁବିଧାରେ ପକାଇବ ବୋଲି ମନେହେଉଛି। ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିତ୍ବା ପ୍ରଥମ ପର୍ଯ୍ୟାୟ ଟିକାକରଣର ୪୫ ଦିନ ମଧ୍ୟରେ ଭାରତରେ ମାତ୍ର ୧ କୋଟି ୨୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ବୋଲି କୁହାଯାଉଛି। ଭାରତର ୧୩୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟାକୁ ଦେଖିଲେ ଉପରଲିଖିତ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ଏହି ମନ୍ଥର ଗତିରେ ଯଦି ଟିକାକରଣ କରାଯାଏ, ତେବେ ସମଗ୍ର ଦେଶର ଜନସଂଖ୍ୟା ପାଖରେ ଏହି ସୁବିଧା ପହଞ୍ଚିବା ପାଇଁ ଅନେକ ବର୍ଷ ଲାଗିଯିବ। ଇତିମଧ୍ୟରେ କରୋନା ଭୂତାଣୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଖବର ମିଳିବା ପରେ ଦେଶର ଅନେକ କ୍ଷେତ୍ରରେ ତାହାର ନକାରାମତ୍କ ପ୍ରଭାବ ପଡ଼ିିିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri