ନଷ୍ଟ ହେଉଛି ବର୍ଷକର ଅମଳ

ଖଇରା, ୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଗନଧୂଳି ସେବା ସମବାୟ ସମିତି ଅଧୀନରେ ଚାଷୀଙ୍କର ଧାନ କିଣା ନ ହେବା ଯୋଗୁ ମାସ ମାସ ଧରି ଘରେ ପଡି ନଷ୍ଟ ହେଉଛି । ସରକାରଙ୍କ ତରଫରୁ ଟୋକନ ଇସ୍ୟୁ କରାଯାଇଥିଲେ ମଧ୍ୟ ଟାର୍ଗେଟ ନ ଥିବାରୁ ଧାନ କିଣା ବନ୍ଦ ରହିଛି। ପ୍ରତିବାଦରେ ଶହ ଶହ ଚାଷୀ ସୋର- କୁପାରୀ ରାଜ୍ୟ ରାଜପଥକୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲେ। ପରେ ତହସିଲଦାର ପ୍ରଦୀପ କୁମାର ସାହୁ, ଅତିରିକ୍ତ ତହସିଲଦାର ସନ୍ଦିପ ଶୁଭଦର୍ଶନ ଧଳ, ବ୍ଲକ ଯୋଗାଣ ବିଭାଗ ଅଧିକାରୀ ନିରଞ୍ଜନ ସାହୁ ପ୍ରମୁଖ ପହଞ୍ଚି ରାସ୍ତାରେ ପଡି ରହିଥିବା ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରି ନ ଥିଲେ। ଅବଧି ସରିଯାଇଥିବା ଟୋକନକୁ ପୁଣିଥରେ କାଏମ କରିବା ଦାବିରେ ଚାଷୀମାନେ ଅଡିବସିଥିଲେ।
ଅଭିଯୋଗ ଅନୁଯାୟୀ ଚାଷୀଙ୍କୁ ଧାନ କିଣିବାକୁ ଟୋକନ ଇସ୍ୟୁ କରାଯାଇଥିଲା। ୧ମାସ ଅତିରିକ୍ତ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଧାନ କିଣାଯାଇ ନ ଥିବାରୁ ଅଧିକାଂଶ ଚାଷୀଙ୍କର ଟୋକନ ମୂଲ୍ୟହୀନ ହୋଇପଡିଛି। ପ୍ରତିବାଦରେ ଏହି ସମିତି ଅଧୀନ ଶହ ଶହ ଚାଷୀ ମଙ୍ଗଳବାର ପ୍ରଥମେ ସମିତି ଆଗରେ ଧାରଣାରେ ବସି ରହିଥିଲେ। ହେଲେ କୌଣସି ପ୍ରଶାସନିକ ଅଧିକାରୀ ନ ପହଞ୍ଚିବା ପରେ ସେମାନେ ନିଜର ଧାନବସ୍ତା ସହ ସୋର-କୁପାରୀ ରାସ୍ତାରେ ବସି ରହିଥିଲେ ା ଟୋକନ ଦେଇ ସରକାର ଧାନ କିଣିବାର ଆଶା ଦେଖାଇ ହଟହଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚାଷୀ ଅମୂଲ୍ୟ ଗିରି, ବାଞ୍ଚାନିଧି ଲେଙ୍କା, ଭାସ୍କର ଚନ୍ଦ୍ର ପଣ୍ଡା, ରୁକ୍ମଣୀ ନାୟକ, ସଞ୍ଜୟ କୁମାର ପୃଷ୍ଟି, ମନୋରଞ୍ଜନ ବେହେରା ଓ ରାମଚନ୍ଦ୍ର ବାରିକ ପ୍ରମୁଖ ଅଭିଯୋଗ କରିଥିଲେ। ଭାଜପା ନେତା ପଦ୍ମଲୋଚନ ପଣ୍ଡା ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କର ଦାବିକୁ ସମର୍ଥନ ଜଣାଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri