Posted inଜାତୀୟ

ଇଲେକ୍ଟୋରାଲ ବଣ୍ଡ୍‌ର ଏସ୍‌ଆଇଟି ତଦନ୍ତ ଦାବି

ନୂଆଦିଲ୍ଲୀ,୨୪।୩(ପି.ଟି.): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଇଲେକ୍ଟୋରାଲ ବଣ୍ଡ୍‌ ପ୍ରସଙ୍ଗର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି। ଏହି ତ୍ରୁଟିପୂର୍ଣ୍ଣ ଯୋଜନା ପ୍ରିପେଡ୍‌ ଏବଂ ପୋଷ୍ଟପେଡ୍‌ ଲାଞ୍ଚକୁ ସୁନିଶ୍ଚିତ କରିଥିଲା। ଏପରିକି ଚଢ଼ାଉ ପରେ ବ୍ୟାଙ୍କିଙ୍ଗ ଚ୍ୟାନେଲ ଦେଇ ଶାସକ ଦଳକୁ ଲାଞ୍ଚ ପହଞ୍ଚତ୍ପାରୁଥିଲା ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଯେଉଁ ଲୋକ ବିଦେଶରୁ କଳାଧନ ଫେରାଇ ଆଣିବାର ଗ୍ୟାରେଣ୍ଟି ଦେଇଥିଲେ, ଏହା ବଦଳରେ ସେ ଦୁର୍ନୀତିକୁ ଆଇନସମ୍ମତ କରିବା ସହ ଏହାକୁ ଲୁଚାଇବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିଲେ। ମାତ୍ର ୧୫ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ଦାତାମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହ ମେଳ କରାଯାଇପାରୁଥିବାବେଳେ ଏସ୍‌ବିଆଇ ଏଥିପାଇଁ ୩ ମାସ ସମୟ ନେବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ କରିବା ହାସ୍ୟାସ୍ପଦ ବୋଲି ଜୟରାମ କହିଛନ୍ତି। କଂଗ୍ରେସ ଇଲେକ୍ଟୋରାଲ ବଣ୍ଡ୍‌ରେ ଜବରଦସ୍ତ ଦୁର୍ନୀତିର ୪ଟି ଢାଞ୍ଚା ସମ୍ପର୍କରେ କହିଛି। ତାହା ହେଲା- ଚାନ୍ଦା ଦିଅ, ଧନ୍ଦା ନିଅ (ପ୍ରିପେଡ୍‌ ଲାଞ୍ଚ) ଏବଂ ଠିକା ନିଅ, ଲାଞ୍ଚ ଦିଅ (ପୋଷ୍ଟପେଡ୍‌ ଲାଞ୍ଚ, ବଟି ଅସୁଲି ଏବଂ ଜାଲ୍‌ ବା ଶେଲ୍‌ କମ୍ପାନୀ)। କେନ୍ଦ୍ର ସରକାର ଏବଂ ଭାଜପାଶାସିତ ରାଜ୍ୟ ସରକାରଙ୍କଠାରୁ ୧୭୯ଟି ବୃହତ୍‌ ଠିକା କାମ ଏବଂ ପ୍ରୋଜେକ୍ଟର ଅନୁମୋଦନ ହାସଲ କରିଥିବା ୩୮ କର୍ପୋରେଟ୍‌ ଗ୍ରୁପ୍‌ ଇଲେକ୍ଟୋରାଲ ବଣ୍ଡ୍‌ରେ ଚାନ୍ଦା ଦେଇଥିବା କୋଡ୍‌ ଅନୁଧ୍ୟାନ ପରେ ଜଣାପଡ଼ିଛି। ସେମାନେ ବଣ୍ଡ୍‌ ଜରିଆରେ ଭାଜପାକୁ ୨,୦୦୪ କୋଟି ଟଙ୍କା ଚାନ୍ଦା ଦେଇ ମୋଟ ୩.୮ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ପାଇଥିବା ଜୟରାମ ଅଭିଯୋଗ କରିଛନ୍ତି। ଭାଜପା ୫୫୧ କୋଟି ଟଙ୍କା ଚାନ୍ଦା ପାଇବାର ୩ ମାସ ମଧ୍ୟରେ କେନ୍ଦ୍ର ଏବଂ ଭାଜପା ଶାସିତ ରାଜ୍ୟ ସରକାର ୧.୩୨ ଲକ୍ଷ କୋଟି ଟଙ୍କାର ଠିକା/ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ସେହିପରି କେନ୍ଦ୍ର ଏବଂ ଭାଜପା ଶାସିତ ରାଜ୍ୟ ସରକାର ୬୨,୦୦୦ କୋଟି ଟଙ୍କାର ଠିକା/ପ୍ରକଳ୍ପକୁ ଅନୁମୋଦନ କରିବା ପରେ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୫୮୦ କୋଟି ଟଙ୍କାର ପୋଷ୍ଟପେଡ୍‌ ଲାଞ୍ଚ ପାଇଥିଲା ବୋଲି ଜୟରାମ କହିଛନ୍ତି। ସେ ଆହୁରି କହିଛନ୍ତି, ୪୧ଟି କର୍ପୋରେଟ୍‌ ଗ୍ରୁପ୍‌ ୫୬ ଥର ଇଡି, ସିବିଆଇ କିମ୍ବା ଆୟକର ବିଭାଗ ଚଢ଼ାଉର ସମ୍ମୁଖୀନ ହୋଇଥିଲେ। ସେମାନେ ଭାଜପାକୁ ୨,୫୯୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ସେଥିରୁ ୧,୮୫୩ କୋଟି ଟଙ୍କା ଚଢ଼ାଉ ପରେ ମିଳିଛି। ସେଲ୍‌ କମ୍ପାନୀଗୁଡ଼ିକ ମୋଟ ୫୪୩ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ସେଥିରୁ ୧୬ଟି କମ୍ପାନୀ ଭାଜପାକୁ ୪୧୯ କୋଟି ଟଙ୍କା ଦେଇଛନ୍ତି। ଇଣ୍ଡିଆ ବ୍ଲକ୍‌ କ୍ଷମତାକୁ ଆସିଲେ ଇଲେକ୍ଟୋରାଲ ବଣ୍ଡ୍‌ ଦୁର୍ନୀତିର ଏସ୍‌ଆଇଟି ତଦନ୍ତ ହେବ। ସେହିପରି ଆଦାନି ପ୍ରସଙ୍ଗର ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ହେବା ସହ ପିଏମ୍‌-କେୟାର ପାଣ୍ଠିର ତଦନ୍ତ ନିମନ୍ତେ ଏସ୍‌ଆଇଟି ଗଠନ ହେବ ବୋଲି କଂଗ୍ରେସ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri