ପର୍ବ ନାଁ ମିଶ୍ରଣ

ଆମ ରାଜ୍ୟରେ କଥାଟିଏ ପ୍ରଚଳିତ ରହିଛି- ”ବାର ମାସରେ ତେର ପର୍ବ“ର କଥା। ଏଇ ପ୍ରଚଳିତ ଲୋକୋକ୍ତି ଅନୁସାରେ ମାସକୁ ଅନ୍ତତଃ ଗୋଟାଏ ପର୍ବ ପଡ଼ିବା କଥା। ତେବେ ମାସକୁ ସିନା ପାଳିତ ହୁଏ ଗୋଟାଏ ପର୍ବ। ଏବେ ବଢ଼ି ଚାଲିଛି ଦିବସ ପାଳନର ମହତ୍ତ୍ୱ ତଥା ଗୁରୁତ୍ୱ। ଦିନକୁ ପୁଣି ପାଳନ କରାଗଲାଣି ଏକାଧିକ ଦିବସ। ଦିନ ଗୋଟାଏ। ହେଲେ ପାଳନ ହୁଏ ଅନେକ ଦିବସ। ଦିନ ହିସାବରେ ସବୁ ଦିବସକୁ ମନେରଖିବା ସହଜ ହେଉନାହିଁ। ସମ୍ଭବ ବି ହେଉନାହିଁ। ପୁଣି ସେସବୁ ଦିବସକୁ ପର୍ବ ଭଳିଆ ପାଳନ କରାଯାଉଥିବାର ଅନୁମିତ ହୁଏ। ଅନେକ ଦିବସ ପାଳନ କରାଯାଏ ସରକାରୀ ଭାବେ। ପାଳନୀୟ ଦିବସ ଭିତରୁ କିଛି ଦିବସ ଖାସ୍‌ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ଯେମିତି ଶିଶୁ ଦିବସ। ସାରା ଦେଶରେ ସବୁ ସ୍କୁଲରେ, ଶିକ୍ଷା ଅନୁଷ୍ଠାନରେ ପାଳନ କରାଯାଏ। ଦେଶର ପ୍ରଥମ ପ୍ରିୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ଶ୍ରଦ୍ଧାରେ ପାଳନ କରାଯାଏ ଶିଶୁ ଦିବସ। ଏ ଦିବସଟି ଶିଶୁମାନଙ୍କ ପାଇଁ ଏକ ପର୍ବର ମାନ୍ୟତା ରଖେ। ସେମିତି ଗୁରୁ ଦିବସ କଥା, ଯାହାକି ପାଳିତ ହୁଏ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ପୁଣ୍ୟ ଜନ୍ମତିଥି ଅବସରରେ। ଶିକ୍ଷାନୁଷ୍ଠାନଗୁଡ଼ିକରେ। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଦିବସ ସବୁ ଯଥାର୍ଥରେ ଥାଏ ପିଲାଙ୍କ ପାଇଁ, ପିଲାମାନଙ୍କର ଓ ପିଲାମାନଙ୍କ ଦ୍ୱାରା। ସେ ଦିବସ ଥାଏ ପିଲାଙ୍କ ପାଳନୀୟ ପର୍ବ। ଆହୁରି ଏମିତି ଅନେକ ଜାତୀୟ ଦିବସ ପାଳନରେ ସାରା ଦେଶବାସୀ ସାମିଲ ରହନ୍ତି। ପିଲାଏ ବି ତହିଁରେ ସାମିଲ ଥାଆନ୍ତି। ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଏଇ ଦୁଇ ଦିବସ ଆମ ଜାତୀୟ ପର୍ବ। ଗର୍ବର ସହିତ ଆମେ ପାଳନ କରିଥାଉ ଆମର ସେଇ ଜାତୀୟ ପର୍ବ। ଜାତୀୟ ପତାକା ଉଡ଼େ ଏଇ ଦିନରେ ସର୍ବସାଧାରଣ ସ୍ଥାନରେ। ପିଲାଠୁ ବୁଢ଼ା ସଭିଏଁ ଏ ଦିବସ ପାଳନର ମଜା ନିଅନ୍ତି। ସେ ପର୍ବ ବହନ କରିଥାଏ ଆମର ଅନେକ ଗର୍ବ ଓ ଗୌରବ ଗାଥା। ଜନଜୀବନକୁ ସରସ ସୁନ୍ଦର କରିବା ପାଇଁ ପର୍ବ ପାଳନର ଅନେକ ମହତ୍ତ୍ୱ ରହିଥାଏ। ଜନଜୀବନର ନିଚ୍ଛକ ପ୍ରତିଛବି ପାଳନୀୟ ପର୍ବସବୁରେ ପ୍ରତିଫଳିତ ହୋଇଥାଏ। ଆମ ସଂସ୍କୃତିରେ ଅନେକ ଯାନିଯାତ୍ରା ପର୍ବ ବି ପାଳିତ ହୁଏ। କିଛି ଆଞ୍ଚଳିକ ସ୍ତରରେ ପାଳିତ ହୁଏ। କେତେ ଯେ ସର୍ବଭାରତୀୟ ସ୍ତରରେ ହୋଇଥାଏ। ନୂଆଖାଇ ପଶ୍ଚିମ ଓଡ଼ିଶାବାସୀଙ୍କ ଗଣପର୍ବ। ପ୍ରବାସୀ ଓଡ଼ିଆ ପୁଅ ସେଦିନ ଘରକୁ ଆସିଥାଏ। ଯେତେ ଦୂରରେ ଥିଲେ ବି ଘରମୁହାଁ ରହିଥାଏ ନୂଆଖାଇ ପର୍ବରେ ନିଜକୁ ସାମିଲ କରିବା ପାଇଁ ପ୍ରବାସୀ।
ଏମିତି ବିବିଧ ପର୍ବ ତାଲିକାରେ ଆଉ ଏକ ପର୍ବ କେବେଠୁ ଆମ ସହିତ ଯୋଡ଼ି ହୋଇସାରିଲାଣି। ଅବଶ୍ୟ ସେ ପର୍ବରେ ପିଲା ତଥା ସାଧାରଣ ଜନତାଙ୍କ ସମ୍ପୃକ୍ତି ନ ଥାଏ। ସେଇ ପର୍ବର ନଁା ହେଉଛି ମିଶ୍ରଣପର୍ବ। ମିଶ୍ରଣ ଶବ୍ଦର ସାଧାରଣ ଅର୍ଥ ମିଶିବା। ପିଲାଙ୍କ ବିଜ୍ଞାନପାଠରେ ବି ମିଶ୍ରଣ ବିଷୟ ଥାଏ। ବାୟୁ ଏକ ମିଶ୍ରଣ। ବିଜ୍ଞାନର ମିଶ୍ରଣରେ ମିଶିରହିଥିବା ଉପାଦାନଗୁଡ଼ିକର ସ୍ବତନ୍ତ୍ରତା ବଜାୟ ରହିଥାଏ। ବାୟୁ ଏକ ମିଶ୍ରଣ ହେଲେ ହେଁ ବିଭିନ୍ନ ଉପାଦାନ ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ ଆଦିର ସ୍ବତନ୍ତ୍ରତା ନଷ୍ଟ ହୁଏ ନାହିଁ। ଅଥଚ ରାଜନୈତିକ ମିଶ୍ରଣରେ ମିଶିଗଲା ପରେ ବ୍ୟକ୍ତି ସ୍ବତନ୍ତ୍ରତା / ମର୍ଯ୍ୟାଦା ପ୍ରାୟତଃ କ୍ଷୁଣ୍ଣ ହୋଇଥାଏ। ରାଜନୈତିକ ମିଶ୍ରଣରେ ଆଗରୁ ଗନ୍ଧାଉଥିବା ରାଜନେତା ନୂଆ ଦଳରେ ବେଶ୍‌ ବାସନାଯୁକ୍ତ ମନେହୁଅନ୍ତି। ପରସ୍ପରର ଘୋର ଶତ୍ରୁ ଥିବା ନେତା ମିଶ୍ରଣପର୍ବରେ ସାମିଲ ହୋଇ ପରସ୍ପରକୁ କୋଳେଇ ନେଇଥାନ୍ତି ସମୟ ସୁଅରେ। ରାଜନୀତିରେ ଛୁଆଁ ଅଛୁଆଁ କିଛି ନ ଥାଏ। ଆଜି ଯାହାକୁ ସମାଲୋଚନା କରନ୍ତି, କାଲିକି ତାଙ୍କୁ ଆଲିଙ୍ଗନ କରିବାରେ ଦ୍ୱିଧାବୋଧ ରଖନ୍ତି ନାହିଁ। ଖାଲି ଆଲିଙ୍ଗନ କରନ୍ତି ନାହିଁ ତାଙ୍କର (ଆଗରୁ ନିନ୍ଦାଗାନ କରୁଥିବା ଲୋକର) ଖାସ୍‌ ପ୍ରଶଂସକ ହଠାତ୍‌ ବନିଯାନ୍ତି। ସେଇ ମୁହଁରେ ଉଆ (ଅରୁଆ), ସେଇ ମୁହଁରେ ଉଷୁନା ସଭା ଉକୁଟିବାରେ ବିଚିତ୍ରତା ରହେ ନାହିଁ।
ନିର୍ବାଚନ ବେଳ ଆସିଗଲେ ଯେଉଁଠି ନିଜକୁ ସୁରକ୍ଷିତ ଆଉ ମନେକରନ୍ତି ନାହିଁ, ସେଇଠୁ ଡିଆଁ ମାରନ୍ତି ନେତା। ଦଳ ଡେଇଁ ଆୟାରାମ ଗୟାରାମ ସାଜନ୍ତି। ପଲଟୁରାମମାନେ ଏତେ ପଲଟିଥାନ୍ତି ଯେ ପଲଟୁରାମ ନଁାର ଯଥାର୍ଥତା ପ୍ରତିପାଦନ ନିଜେ କରିଥାନ୍ତି। ଭୋଟ ଆସିଲେ ସୁବିଧାବାଦୀ ଖାଲି ଦଳ ବଦଳ କରି ନ ଥାନ୍ତି ଗୋଟା ଦଳ ବି କଡ଼ ଲେଉଟାଇଥାଏ। ବ୍ୟକ୍ତି – ନେତାଙ୍କ ଭଳି ଦଳ ତାଙ୍କ ସୁବିଧା ଅନୁସାରେ ନିଜ ମନପସନ୍ଦ ଦଳ ସହ ଯୋଖିହୋଇଥାନ୍ତି। ସ୍ଥଳ ବିଶେଷରେ ଦଳ ବ୍ୟକ୍ତି ଭଳି ମନୋଭାବ ଦେଖାନ୍ତି। କଡ଼ ଲେଉଟାନ୍ତି। ଗୋଟେ ଦଳର ପକ୍ଷ ଛାଡ଼ି ଅନ୍ୟ ଦଳ ବା ଦଳସମୂହର ପକ୍ଷଭୁକ୍ତ ହୁଅନ୍ତି। ନିର୍ବାଚନ ଆସିଲେ ମିଶ୍ରଣ ପର୍ବ ପାଳନ ଯାକଜମକରେ ହୁଏ। ସଭା ମଞ୍ଚ ତିଆରି ହୁଏ। ଫୁଲତୋଡ଼ା ହାତରେ ଧରାଇ, ମୁଣ୍ଡରେ ଫୁଲମାଳ ଗଳାଇ ଓ କାନ୍ଧ ଉପରେ ଉତ୍ତରୀୟ ଥୋଇ ଭବ୍ୟ ସୁସ୍ବାଗତ କରାଯାଏ ନବାଗତଙ୍କୁ।
ଏମିତି ଦଳ ବଦଳାଇବା ସାପର କାତିଛଡ଼ା ସହ ସମାନ। ଏଣୁ ସାପର ସତ୍ତା ନେତାଙ୍କଠି ପରିଲକ୍ଷିତ ହୋଇଥାଏ। ଟିକେଟ ପାଇବା ଆଶାରେ କେହି କେହି ନୂଆ ଦଳକୁ ଆସିଥାନ୍ତି। ଯେଉଁଠି ଅସୁରକ୍ଷିତ ମନେକରନ୍ତି ସେଇ ଦଳ ଛାଡ଼ି ନୂଆ ଦଳରେ ଯୋଗ ଦିଅନ୍ତି। ତେବେ ଦେଖାଯାଏ ଦଳ ବଦଳାଇବା କାହା ପାଇଁ ଆଶୀର୍ବାଦ ସୂଚକ ହୋଇଥାଏ ତ କିଏ ଯେ ପୁରୁଣା ଦଳ ଛାଡ଼ି ପରେ ଖୁବ୍‌ ପସ୍ତେଇ ହୋଇଥାନ୍ତି। ଏଠି କିଏ ଦଳ ବଦଳାଇ ଭାଗ୍ୟବାନ୍‌ ହୁଅନ୍ତି ତ କିଏ ଯେ ହତଭାଗା ସାଜନ୍ତି।
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି।…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri