ସରୋଜଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ କଲା ଏସ୍‌ଆଇଟି: ମା’ ଓ ଭଉଣୀଙ୍କୁ ଛାଡ଼ିଲା

ନୟାଗଡ଼ ଅଫିସ,୨୦ା୧୨: ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଯଦୁପୁର ଗାଁର ସରୋଜ ସେଠୀଙ୍କ ସମେତ ମା’ ଶୈଳବାଳା ଓ ବଡ଼ଭଉଣୀଙ୍କୁ ଶନିବାର ଭୋର ସମୟରେ ଉଠାଇ ନେଇ ଲାଏ ଡିଟେକ୍‌ଶନ ଟେଷ୍ଟ କରିଥିବା ଜଣାପଡ଼ିଛି। ସରୋଜଙ୍କୁ ଅଟକ ରଖିଥିବାବେଳେ ତାଙ୍କ ମା’ ଶୈଳବାଳା ଓ ଭଉଣୀଙ୍କୁ ସନ୍ଧ୍ୟାରେ ଏସ୍‌ଆଇଟି ଛାଡ଼ି ଦେଇଥିଲା।

ସୂଚନାଥାଉ କି, ତଦନ୍ତ ଆରମ୍ଭଠାରୁ ଏସ୍‌ଆଇଟି ସ୍କାନରରେ ଯଦୁପୁର ଗାଁର ସରୋଜ ସେଠୀ ଓ ତାଙ୍କ ମା’ ଥିଲେ। ସରୋଜ ଯୁକ୍ତ ୩ କଳାରେ ପାଠପଢ଼ୁଥିବାବେଳେ ମା’ ଆଶାକର୍ମୀ ଅଛନ୍ତି। ଏସ୍‌ଆଇଟି ପକ୍ଷରୁ ସରୋଜଙ୍କୁ ବିଭିନ୍ନ ସମୟରେ ଜେରା କରାଯାଇଥିଲା। ପୂର୍ବରୁ ସରୋଜଙ୍କ ରକ୍ତନମୁନା, ଲାଳ, ମୋବାଇଲ ଫୋନ, ପ୍ୟାଣ୍ଟ ଶାର୍ଟ, ଶେଯ ଓ ଘରର ବିଭିନ୍ନ ଲୋକଙ୍କର ପୋଷାକ ଓ ବିଭିନ୍ନ ଉପକରଣ ଏସ୍‌ଆଇଟି ନେଇଥିଲା। ବାରମ୍ବାର ଜେରା ପରେ ସରୋଜ ଅତିଷ୍ଠ ହୋଇ ଗଣମାଧ୍ୟମରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନଁାରେ ଅଭିଯୋଗ କରିଥିଲେ। ଏସ୍‌ଆଇଟି ମୁଖ୍ୟ ତାଙ୍କୁ ଫସାଇବାକୁ ଯୋଜନା କରିଥିବା ସେ କହିଥିଲେ। ହତ୍ୟାକାରୀ ଭାବେ ଦୋଷ ସ୍ବୀକାର କରିବା ପାଇଁ ବୋଥ୍ରା ଧମକଚମକ ଦେବା ସହ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲେ ବୋଲି ସରୋଜ ଗତ ରବିବାର ଅଭିଯୋଗ କରିଥିଲେ। ଏସ୍‌ଆଇଟି ପକ୍ଷରୁ ଗତ ବୁଧବାର ହାଇକୋର୍ଟରେ ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରାଯାଇଥିଲା। ପରୀକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଏବଂ ହତ୍ୟାକାରୀ ଯଦୁପୁରର ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଥିଲା।

ଏପରିସ୍ଥଳେ ଶନିବାର ଭୋରରୁ ଏସ୍‌ଆଇଟି ଅଧିକାରୀମାନେ ସରୋଜଙ୍କ ପରିବାରର ୩ଜଣଙ୍କୁ ଉଠାଇନେବା ପରେ ସେମାନେ ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ଏସ୍‌ଆଇଟି ପକ୍ଷରୁ କିଛି କୁହାଯାଇନି। ଗଁା ସଭାପତି ଜୟକୃଷ୍ଣ ପରିଡ଼ା କହିଛନ୍ତି, ପରୀ ହତ୍ୟାକାରୀ ଧରାପଡ଼ୁ। ତାକୁ ଫାଶୀ ଦିଆଯାଉ। କିନ୍ତୁ ଏସ୍‌ଆଇଟି ପ୍ରମାଣ ଆଧାରରେ ହତ୍ୟାକାରୀକୁ ଚିହ୍ନଟ କରୁ। ପ୍ରମାଣ ନ ଥାଇ କେବଳ କହିଦେଲେ ଆମେ ମାନିବୁ ନାହିଁ। ସରୋଜ ଦୋଷୀ ଏକଥା ଜଣାପଡୁ ନାହାନ୍ତି। କାରଣ ତାଙ୍କର ବ୍ୟବହାର ଭଲ ଥିଲା। ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ପରୀ ହତ୍ୟାକାଣ୍ଡ ପରି ସମ୍ବେଦନଶୀଳ ଘଟଣାରେ ଏସ୍‌ଆଇଟି ନିରପେକ୍ଷ ହୋଇ କାମ କରିବା ଦରକାର। ଅଟକ ବ୍ୟକ୍ତିମାନେ ଯେ ଦୋଷୀ କହିହେବ ନାହିଁ। ଏସ୍‌ଆଇଟି ପ୍ରକୃତ ହତ୍ୟାକାରୀଙ୍କୁ ଧରିବା ପାଇଁ ଅଟକ ନାଟକ ଯେ ରଚୁ ନ ଥିବ ତାହା କହି ହେବ ନାହିିଁ। ପ୍ରକୃତ ହତ୍ୟାକାରୀକୁ ଚିହ୍ନଟ କରାଯିବା ଦରକାର। ନଚେତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri