ଜମୁଛି ଶିଶିର ସରସ ମେଳା

ଭୁବନେଶ୍ୱର,୨।୧(ବ୍ୟୁରୋ): ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳା ପୁଣି ଲୋକଙ୍କ ନିକଟକୁ ଫେରିଛି। ଏଥର ଏହା ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି। ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୧ଟାରୁ ରାତି ୯ଟା ଯାଏ ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଥିବା ଏହି ମେଳାରେ ଦିନକୁ ଦିନ ବେପାର ବଢ଼ିବାରେ ଲାଗିଛି। ବିଶେଷକରି ମେଳାର ଷଷ୍ଠ ଦିନ ଶନିିବାର ଗ୍ରାହକଙ୍କ ଅଧିକ ସମାଗମ ଦେଖିବାକୁ ମିଳିଥିଲା। ନୂଆବର୍ଷରେ ପରିବାର ସହିତ ମେଳା ବୁଲି ଭଳିକି ଭଳି ସାମଗ୍ରୀ କିଣିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ ସହରବାସୀ।

ମେଳାରେ ମୋଟ ୩୦୦ଟି ଷ୍ଟଲ୍‌ ରହିଛି। ଏଥିରେ ରାଜ୍ୟର ୩୦ ଜିଲା ସମେତ ଦେଶର ପ୍ରାୟ ୨୨ ରାଜ୍ୟରୁ ଆସିଥିବା ୪୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବାବେଳେ ୫୦୦ରୁ ଅଧିକ କାରିଗର ତଥା ବିକ୍ରେତା ଯୋଗଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, କର୍ନାଟକ, ଆସାମ, ବିହାର, ରାଜସ୍ଥାନ, ଗୋଆ, ଗୁଜରାଟ, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଣିପୁର, ପଞ୍ଜାବ, ତେଲଙ୍ଗାନା, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ତାଲିମନାଡୁ ଆଦି ରାଜ୍ୟର କାରିଗରଙ୍କ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି। ସେହିପରି ମେଳା ପରିସରରେ ୧୦ଟି ଷ୍ଟଲ୍‌କୁ ନେଇ ଖୋଲିଛି ଫୁଡ୍‌ କୋର୍ଟ, ଯେଉଁଥିରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ଖାଦ୍ୟ ଭିନ୍ନ ଆକର୍ଷଣ ପାଲଟିଛି। ଏଥିରେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌, ବାରିପଦାର ମୁଢ଼ି ମାଂସ ସହ ଅନ୍ୟ ରାଜ୍ୟର ମଧ୍ୟ ଖାଦ୍ୟ ମଧ୍ୟ ସାମିଲ ରହିଛି। କୋରପୁଟ କଫିର ମଜା ନେବା ପାଇଁ ସ୍ବତନ୍ତ୍ର କୋରାପୁଟ କାଫେ ଷ୍ଟଲ୍‌ ମଧ୍ୟ ଖୋଲାଯାଇଛି।

ମେଳା ବୁଲିବାକୁ ଆସିଥିବା ସାମାଜିକ କର୍ମୀ ମୀରା ପରିଡା କହିଛନ୍ତି, ରାଜଧାନୀବାସୀ ଏହି ମେଳାକୁ ବେଶ୍‌ ପସନ୍ଦ କରୁଛନ୍ତି। ୨ବର୍ଷ ପରେ ଖୋଲିଥିବାରୁ ଖୁସି ଲାଗୁଛି। କିନ୍ତୁ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଲୋକଙ୍କ ଭିଡ଼ ଚିନ୍ତାର ବିଷୟ ପାଲଟିଛି। ବୁଲିବାକୁ ବା କିଣିବାକୁ ଆସୁଥିବା ଲୋକ ଭୟ ଭିତରେ ରହି କିଣାକିଣି କରୁଛନ୍ତି। ସଚେତନତା ଅବଲମ୍ବନ କରି ଆମେ ମଧ୍ୟ ବୁଲିବାକୁ ଆସୁଛୁ। ଜିନିଷ ପସନ୍ଦ ହେଲେ କିଣୁଛୁ। ଗୋଟିଏ ଜାଗାରେ ସବୁ ଜିନିଷ ମିଳୁଥିବାରୁ ମଜା ବି ଲାଗୁଛି। ଯାଜପୁରରୁ ଆସିଥିବା ମହିଳା ବେତ କରିଗର ସାୟା ରାଉତ କୁହନ୍ତି, ବିଭିନ୍ନ ବେତ ସାମଗ୍ରୀ, ଟେମ୍ପୁଲ ପେଡି, ରାଉଣ୍ଡ ପେଡି,ଦୀପ ପେଡି, ଚାରି ଓ ଛ’ କାନିଆ ବାକ୍ସ, ମୋବାଇଲ ଷ୍ଟାଣ୍ଡ୍‌, ପେନ ଷ୍ଟାଣ୍ଡ ଆଦି ବେପାର କରୁଛି। ଗହଳି ମଧ୍ୟମ ଧରଣର ରହିଛି। ବେପାରବି ସେହିଭଳି ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। Dharitri – Odisha’s…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୨ ଦିନ ପ୍ରବଳ ବର୍ଷିବ, ୪୦-ରୁ ୫୦ କିମି ବେଗରେ ବହିବ ପବନ: ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୭ା୩(ବନ୍ଦନା ସେଠୀ):ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି। ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଇତିମଧ୍ୟରେ ପାରଦ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri