ଚାଇନାର ଦାଦାଗିରି, ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଷଡ଼ଯନ୍ତ୍ର…

ବେଜିଂ, ୨।୧ : ତିବ୍ବତକୁ ନେଇ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଇତିମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶରେ ଆଉ ୧୫ଟି ସ୍ଥାନର ନାମକରଣ କରିଛି। ଏହା ସହିତ ଦାବି କରିଛି ଯେ ତିବ୍ଦତର ଦକ୍ଷିଣ ଭାଗ ପ୍ରାଚୀନ କାଳରୁ ଚାଇନା ଅଞ୍ଚଳର ଅଂଶ ବିଶେଷ। ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଲାଗି ଚାଇନାର ଏଭଳି ଷଡ଼ଯନ୍ତ୍ରକୁ ନେଇ ଭାରତ ଦୃଢ଼ ଆପତ୍ତି ଉଠାଇଛି। ଏସବୁ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବ ଏବଂ ଏହାର ନାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତ କହିଛି।

ବହିର୍ବ୍ୟପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚାଇନାର ଏଭଳି କାର୍ଯ୍ୟର ରିପୋର୍ଟ ଆମର ଦୃଷ୍ଟିକୁ ଆସିଛି। ଚାଇନା ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ନାମ ବଦଳାଇବାକୁ ଚେଷ୍ଟା କରିବା ଉଦ୍ୟମ ପ୍ରଥମ ଘଟଣା ନୁହେଁ। ଏପ୍ରିଲ ୨୦୧୭ରେ ମଧ୍ୟ ଚାଇନା ଏଭଳି କରିବାକୁ ଉଦ୍ୟମ କରିଥିଲା। ସେ କହିଛନ୍ତି, ’ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସର୍ବଦା ରହିବ। ଏହି ମନ୍ତବ୍ୟ ଉପରେ ଭାରତର ପ୍ରତିକ୍ରିୟା ବିଷୟରେ ପଚରାଯିବାରୁ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଜାଙ୍ଗନାନ ଯାହାକି ତିବ୍ଦତର ଦକ୍ଷିଣ ଭାଗ ଏହା ଚାଇନାର ତିବ୍ଦତ ସ୍ବୟଂଶାସିତ ଅଞ୍ଚଳରେ ଅବସ୍ଥିତ।

ପ୍ରାଚୀନ କାଳରୁ ଏହା ଚାଇନାର ଅଞ୍ଚଳ ହୋଇ ରହିଆସିଛି ବୋଲି ଚାଇନା ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ପୋଷ୍ଟ କରାଯାଇଥିବା ତଥ୍ୟକୁ ନେଇ ମନ୍ତବ୍ୟରେ ଲିଜିଆନ ଏଭଳି କହିଛନ୍ତି। ଲିଜିଆନ କହିଛନ୍ତି ଚାଇନାର ଅନୁସୂଚିତ ଜାତିର ଜନଜାତି ଯେପରିକି ମୋଇନବା ଏବଂ ତିବ୍ଦତୀୟ ଗୋଷ୍ଠୀ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ରହିଆସୁଛନ୍ତି ଏବଂ ଅନେକ ସ୍ଥାନର ନାମକରଣ ମଧ୍ୟ କରାଯାଇଛି।

ସେ କହିଛନ୍ତି ଯେ ଏହି ଅଞ୍ଚଳର ମାନକୀକୃତ ପରିଚାଳନା ପାଇଁ ଚାଇନାର ଦକ୍ଷ କର୍ତ୍ତୃପକ୍ଷ ନିୟମାବଳୀ ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳ ପାଇଁ ନାମକରଣ ତାଲିକା ପ୍ରକାଶ କରିଛନ୍ତି। ଏସବୁ ଅଞ୍ଚଳ ଚାଇନାର ସାର୍ବଭୌମତ୍ୱ ଅଧୀନରେ ରହିଛି। ତେବେ ଏହାକୁ ନେଇ ଏଲ୍‌ଏସିରେ ଉତ୍ତେଜନା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମହାମାରୀ ଆଶଙ୍କା: ଚାଇନାରେ ଚିହ୍ନଟ ହେଲା ନୂଆ ସ୍ବାଇନ ଫ୍ଲୁ ଜି-୪ ଭୂତାଣୁ

ବେଜିଂ, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ପୁଣି ଏକ ମହାମାରୀର ଆଶଙ୍କା କରାଯାଉଛି। ଚାଇନାରେ ସମ୍ପ୍ରତି ନୂଆ ପ୍ରକାର...

ଇସଲାମାବାଦରେ ମୁତୟନ ହେଲେ ପାକିସ୍ତାନୀ ସେନା

ଇସଲାମାବାଦ,୨୬ ।୫: ପାକିସ୍ତାନ ସରକାର ଇସଲାମାବାଦରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସେଠାରେ ପାକିସ୍ତାନୀ ସେନା ଯବାନ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର...

କରୋନା ନେଲା ହ୍ବିସିଲବ୍ଲୋୟର ଡାକ୍ତରଙ୍କ ଜୀବନ

ବେଜିଂ, ୭-୨:ଯେଉଁ କରୋନା ଭାଇରସ୍‌କୁ ନେଇ ସେ ଲୋକଙ୍କୁ ବୁଝାଇଶୁଝାଇ ସଚେତନ କରୁଥିଲେ, ଶେଷରେ ସେହି ଘାତକ ଭୂତାଣୁ ତାଙ୍କର ଜୀବନ ନେଲା। ଡାକ୍ତର ଲି...

ଭୁଟାନରେ ଯେତେବେଳେ ମୋଦିଙ୍କ ସାମ୍ନାରେ ଆସିଲେ ଆଉ ଜଣେ ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭାରତ ଗସ୍ତରେ ଗତ ୧୭ ତାରିଖରେ ଭୁଟାନ ଗସ୍ତ କରିଥିଲେ। ସେତେବେଳେ ବିମାନ ବନ୍ଦରରୁ ହିଁ ତାଙ୍କୁ...

ମୋଦି-ପୁଟିନ୍‌ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି

ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍‌ ପୁଟିନ୍‌ ମିଳିତ ଭାବେ...

ବାୟୁସେନାର ୨ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ପାଇଲଟ୍‌ଙ୍କ ମୃତ୍ୟୁ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସେନାର ୪ ଜଣ କର୍ମଚାରୀଙ୍କ (ପାଇଲଟ୍‌)...

ଟ୍ରମ୍ପ୍‌ଙ୍କୁ ମିଳିବନି ସୁରକ୍ଷା ସୂଚନା

ଓ୍ବାଶିିଂଟନ,୬।୨: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏକ ଘଟଣା ଘଟିବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବା ଏକ...

ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ

ଇସଲାମାବାଦ,୩ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଏହାକୁ ଖାରଜ କରିଛନ୍ତି ଉପବାଚସ୍ପତି କାଶୀବ ଖାନ୍‌। ଅନାସ୍ଥା ପ୍ରସ୍ତାବକୁ...

Advertisement
Archives

Model This Week