ଶିଶୁଭବନ କଟକ: ୮୦୦ ରୋଗୀଙ୍କ ଲାଗି ୨୧ ଆଇସିୟୁ

କଟକ ଅଫିସ, ୧୫ା୯: କଟକ ଶିଶୁଭବନରେ ଦିନକୁ ଦିନ ଶିଶୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ ଲୋକମାନେ ସେମାନଙ୍କ ପିଲାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏଠାକୁ ଆଣୁଛନ୍ତି। ତେବେ ଏହି ଚିକିତ୍ସାଳୟରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ମଞ୍ଜୁରୀ ଥିବାବେଳେ ପ୍ରକୃତ ଚିତ୍ର କିନ୍ତୁ ଭିନ୍ନ ଦେଖିବାକୁ ମିଳୁଛି। ତଥ୍ୟ ଅନୁଯାୟୀ, ପ୍ରତିଦିନ ପ୍ରାୟ ୪୦୦ରୁ ୫୦୦ ବହିର୍ବିଭାଗ(ଆଉଟ ଡୋର) ଶିଶୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ସେହିପରି ଚିକିତ୍ସାଧୀନ(ଇନ୍‌ଡୋର) ରୋଗୀ ଭାବେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଶଯ୍ୟାରେ ୨ଜଣଙ୍କ ଚିକିତ୍ସା କରାଯାଉଥିବାବେଳେ କେତେକ ସମୟରେ ଗୋଟିଏ ଶଯ୍ୟାରେ ୩ଜଣ ରୋଗୀଙ୍କୁ ରଖାଯାଇ ମଧ୍ୟ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳୁଛି। ନିୟମିତ ଦେଖିବାକୁ ଗଲେ ଆଉଟ୍‌ଡୋର ଏବଂ ଚିକିତ୍ସିତ(ଇନ୍‌ଡୋର) ରୋଗୀସଂଖ୍ୟା ମିଶି ୮୦୦ରୁ ଊର୍ଦ୍ଧ୍ୱ ହେଉଥିବାବେଳେ ଏମାନଙ୍କ ପାଇଁ ଜରୁରୀବେଳେ ଲାଇଫ୍‌ ସପୋର୍ଟ ଆଇସିୟୁ ମାତ୍ର ୨୧ଟି ରହିଛି। ଫଳରେ ଗୁରୁତର ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସରକାରଙ୍କ ରେକର୍ଡ ଅନୁଯାୟୀ ଶିଶୁଭବନରେ ୨୦୦ ଶଯ୍ୟା ପାଇଁ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀ ରହିଛନ୍ତି। ହେଲେ ଦୈନିକ ଚିକିତ୍ସିତ ରୋଗୀସଂଖ୍ୟା ୪୦୦ରୁ ଅଧିକ ରହୁଥିବାରୁ ସେହି ହିସାବରେ କର୍ମଚାରୀଙ୍କ ଅଭାବ ପଡ଼ୁଛି। ଅଧିକାଂଶ ସମୟରେ ରୋଗୀ ଚଟାଣରେ ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ଦ୍ୱାରା ସ୍ବୀକୃତ ୨୦୦ ଶଯ୍ୟା ବ୍ୟତୀତ ଅଧିକ ୨୧୬ କାର୍ଯ୍ୟକାରୀ ଶଯ୍ୟା ପାଇଁ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଟ୍ରେନିଂ(ଡିଏମ୍‌ଇଟି) ପକ୍ଷରୁ ଅନୁମତି ଦିଆଯିବା ପରେ ସେହି ଅନୁସାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି ବୋଲି ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ନାଥ ବେହେରା କହିଛନ୍ତି। ଏଠାରେ ବଢୁଥିବା ରୋଗୀଙ୍କ ସଂଖ୍ୟା ହିସାବରେ ଆଇସିୟୁର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌-୧୯ ପାଇଁ ହୋଇଥିବା ଡେଡିକେଟେଡ୍‌ ୧୪ଟି ଆଇସିୟୁକୁ ଖୁବ୍‌ଶୀଘ୍ର ବ୍ୟବହାର କରାଯିବାକୁ ସ୍ଥିର ହୋଇଛି। ଏହା କାର୍ଯ୍ୟକ୍ଷମ ହେଲେ ଆଇସିୟୁ ସମସ୍ୟା କିଛି ମାତ୍ରାରେ ହ୍ରାସ ପାଇବ ବୋଲି ସେ କହିଛନ୍ତି। ସେହିପରି ଶିଶୁ ଭବନ ପରିସରରେ ନିର୍ମାଣ ହେଉଥିବା ନୂତନ କୋଠା ବିଭାଗକୁ ହସ୍ତାନ୍ତର ବିଳମ୍ବ ହେଉଥିବାରୁ ରୋଗୀଙ୍କ ପାଇଁ ଶଯ୍ୟା ଅଭାବ ଘଟଣାକୁ ସ୍ବୀକାର କରିବା ସହ ନୂତନ କୋଠା ମିଳିବା ପରେ ଚଟାଣରେ ଶିଶୁରୋଗୀ ଚିକିତ୍ସା ସଂଖ୍ୟା ହ୍ରାସ ପାଇବ ବୋଲି ବେହେରା କହିଛନ୍ତି। ଅପରପକ୍ଷରେ ଶିଶୁଭବନରେ ଉନ୍ନତମାନ ଓ ସମ୍ପୂର୍ଣ୍ଣ ମାଗଣାରେ ଶିଶୁରୋଗୀଙ୍କୁ ଚିକିତ୍ସା ସୁବିଧା ମିଳୁଥିବାରୁ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଆଦି ରାଜ୍ୟରୁ ଚିକିତ୍ସା ପାଇଁ ରୋଗୀ ଆସିଥାନ୍ତି। ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାକୁ ଏହାକୁ ଦୃଷ୍ଟିରେ ରଖି ୧୧୬କୋଟି ଟଙ୍କା ବ୍ୟୟରେ ଏକ ୬ମହଲା କୋଠା ମଧ୍ୟ ନିର୍ମାଣାଧୀନ ରହିଛି। ୨୦୧୯ରୁ ଏହି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୨୦୨୧ ଫେବୃୟାରୀ ମାସରେ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାସ୍ତର କରିବାର ସମ୍ପୃକ୍ତ ଠିକା ସଂସ୍ଥା ଚୁକ୍ତି କରିଥିଲେ। ହେଲେ ଇତିମଧ୍ୟମରେ ବିଭିନ୍ନ କାରଣ ଦର୍ଶାଇ ବାରମ୍ବାର ଅବଧି ବଢ଼ାଉଥିବା ଅଭିଯୋଗ ହେଉଛି। ପୂର୍ତ୍ତବିଭାଗ ଏବଂ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁ ନୂତନ କୋଠାରେ ରୋଗୀ ଚିକିତ୍ସା ପାଇବା ବିଳମ୍ବ ହେଉଥିବା କୁହାଯାଉଛି। ଫଳରେ ଶିଶୁ ରୋଗୀ ଆବଶ୍ୟକ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କଟକ-୧ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝି କୁହନ୍ତି, ଆସନ୍ତା ଅକ୍ଟୋବର ଶେଷସୁଦ୍ଧା କୋଠା ନିର୍ମାଣ ଶେଷ ହୋଇ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri