ସିପା, ଲିପାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ବେଙ୍ଗାଲୁରୁ ଦମ୍ପତି

କଟକ,୧୬ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶିଶୁକନ୍ୟା ସିପା ଓ ଲିପାଙ୍କୁ ମିଳିଲା ନୂଆ ଠିକଣା। ବେଙ୍ଗାଲୁରୁର ରାହୁଲ ଆଇଜାକ୍‌ ଓ ଆଞ୍ଜେଲିନ କୁଟ୍ଟାବିଲା କଟକସ୍ଥିତ ବସୁନ୍ଧରାରୁ ଆଇନଗତ ଭାବେ ସିପା ଓ ଲିପା ଦୁଇ ଭଉଣୀଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ଏଥିପାଇଁ ବେଙ୍ଗାଲୁରୁ ଦମ୍ପତିଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଅତିରିକ୍ତ ଜିଲାପାଳ (ଉନ୍ନୟନ ଓ ରାଜସ୍ବ) ଉମାକାନ୍ତ ରାଜଙ୍କ ଉପସ୍ଥିତିରେ ଶିଶୁକନ୍ୟାଦ୍ୱୟଙ୍କୁ ସେମାନଙ୍କ ନୂତନ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଶିଶୁକନ୍ୟାଦ୍ୱୟଙ୍କୁ ପରିବାର, ମାତାପିତା ଓ ପରିଚୟ ମିଳିପାରିଥିବାରୁ ଅତିରିକ୍ତ ଜିଲାପାଳ ରାଜ୍‌ ସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଓ ଆଞ୍ଜେଲିନଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ ମତ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୨୧ରେ ଜଗତପୁର ଅଞ୍ଚଳରୁ ଶିଶୁକନ୍ୟାଦ୍ୱୟଙ୍କୁ ବସୁନ୍ଧରା ପକ୍ଷରୁ ଉଦ୍ଧାର କରାଯାଇଥିଲା। ଜଣଙ୍କର ବୟସ ଅଢ଼େଇବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୪ ବର୍ଷ। ୨୦୨୨ ଜାନୁୟାରୀ ୧୦ରେ ରାହୁଲ ଓ ଆଞ୍ଜେଲିନ ଉଭୟ ଶିଶୁକନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ। ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂସାଧନ କର୍ତ୍ତୃପକ୍ଷ ବିନା ଆପତ୍ତିରେ ଏହି ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ନିମନ୍ତେ ଗତ ଜୁଲାଇ ୧୫ରେ ଅନୁମତି ପ୍ରଦାନ କରିଥିଲେ। ସିପା ଓ ଲିପାଙ୍କ ବାପା ପେସାରେ ଜଣେ ମାର୍କେଟିଂ ମ୍ୟାନେଜର ଓ ମାତା ବରିଷ୍ଠ ପରିସଂଖ୍ୟାନ ପରିଚାଳନା ଅଧିକାରୀ ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି। ଏ ସମ୍ପର୍କରେ ରାହୁଲ ଓ ଆଞ୍ଜେଲିନ କହିଛନ୍ତି, ସିପା ଏବଂ ଲିପା ସେମାନଙ୍କୁ ଖୁବ୍‌ ଭଲ ପାଉଛନ୍ତି। ସେମାନେ ମଧ୍ୟ ଦୁଇ ଶିଶୁକନ୍ୟାଙ୍କୁ ଅଧିକ ଭଲ ପାଉଛନ୍ତି। ସିପା ଓ ଲିପାଙ୍କର ନୂତନ ଜୀବନ ଯାତ୍ରାରେ ପ୍ରଶାସନର ସହଯୋଗ ଏକ ନୂତନ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri