Posted inଜାତୀୟ

ଚାଇନା-ଅଷ୍ଟ୍ରେଲିଆ ବିବାଦ: ୪୦ ଭାରତୀୟ ନାବିକ ୪ ମାସ ଧରି ଜଳବନ୍ଦୀ

ନୂଆଦିଲ୍ଲୀ,୧୭।୧୨: ଚାଇନା ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଜାରି ରହିଛି। ଏହାଯୋଗୁ ୪୦ ଭାରତୀୟ ନାବିକ ଚାଇନା ସାଗରରେ ଦୀର୍ଘ ୪ ମାସ ଧରି ଗୋଟିଏ ସ୍ଥାନରେ ଭାସମାନ ଅବସ୍ଥାରେ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନେ ଅଗଷ୍ଟରେ ଅଷ୍ଟ୍ରେଲିଆରୁ କୋଇଲା ବୋଝେଇ କରି ଚାଇନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଚାଇନା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁ ନାବିକମାନଙ୍କୁ ସମ୍ପୃକ୍ତ ଜାହାଜ କମ୍ପାନୀ ବଦଳାଇ ପାରୁ ନାହିଁ। କୂଳକୁ ଯିବାକୁ ଜାହାଜକୁ ଅନୁମତି ଦିଆଯାଉ ନାହିଁ। ଯଦି ଜାହାଜକୁ କୌଣସି ଦୂର ସ୍ଥାନକୁ ନେବାକୁ ଉଦ୍ୟମ କରାଯାଏ ତେବେ ସୀମା ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଗିରଫ ମଧ୍ୟ କରାଯିବାର ଆଶଙ୍କା ରହିଛି। କରୋନା ସଂକ୍ରମଣ ଯୋଗୁ ଚାଇନା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଦେଖାଦେଇଛି। ଏହାଯୋଗୁ ଅଯଥାରେ ଭାରତୀୟ ନାବିକ ଦଳ ହଇରାଣ ହେଉଛନ୍ତି। ଇତିମଧ୍ୟରେ ନାବିକ ଦଳ ପକ୍ଷରୁ ଘରକୁ ଫେରିବା ପାଇଁ ଭାରତ ସରକାରଙ୍କ ସହାୟାତା ଲୋଡ଼ି ଅନୁରୋଧ କରିଛନ୍ତି। ନାବିକଙ୍କ ପକ୍ଷରୁ ଗୌରବ ସିଂ ଏନେଇ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏସମ୍ପର୍କରେ ନାବିକ ଆନନ୍ଦ ଫର୍ନାଡିଜ୍‌ଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅ ପ୍ରତି ୫ ମାସରେ ଘରକୁ ଫେରିଥାଏ। ସେ ଏପ୍ରିଲ୍‌ରେ ଘରକୁ ଫେରିବାର ଥିଲା। ମାତ୍ର କରୋନା ସଂକ୍ରମଣ ଯୋଗୁ ସମୟ ସୀମାକୁ ବୃଦ୍ଧି କରାଯାଇଥିଲା। ଗତ ୧୩ ମାସ ହେଲା ଆନନ୍ଦ ଘରକୁ ଫେରି ନ ଥିବା ସେ କହିଛନ୍ତି। ଚାଇନା ସରକାରଙ୍କ ନୀତି ଯୋଗୁ ଜାହାଜ ଗୋଟିଏ ସ୍ଥାନରେ ରହିଥିବା ଆନନ୍ଦଙ୍କ ପିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri