ବୁଡ଼ିଯାଉଥିବା କଂସା ପିତଳ ପରମ୍ପରାକୁ ଉଜ୍ଜୀବିତ କଲେ ଗବେଷକ

ଖଣ୍ଡପଡ଼ା,୨୯ା୯(ଅଜୟ କୁମାର ମହାରଣା): ପୂର୍ବ ପ୍ରଚଳିତ ଅଙ୍କ(ସୁନିଆ) ପରମ୍ପରା ସମ୍ପ୍ରତି ଲୋପ ପାଇବାକୁ ବସିଲାଣି। ଦିନ ଥିଲା କଂସା ପିତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଣ୍ଟିଲୋ ଅଞ୍ଚଳର କଂସା ପିତଳ କାରିଗରମାନେ ଏହି ପବିତ୍ର ଦିନରେ ନୂତନ ସାମଗ୍ରୀମାନ ପ୍ରସ୍ତୁତ କରି ସମବାୟ ସମିତି, ବିଭିନ୍ନ ମହାଜନ ଅବା ସାହୁକାରମାନଙ୍କୁ ଭେଟି ଦେବାର ପ୍ରଥା ଥିଲା। ପରେ ସମସ୍ତ କାରିଗର ଓ ସମବାୟ ସମିତିର କର୍ମକର୍ତ୍ତା ଓ ମହାଜନମାନେ ଏକତ୍ର ହୋଇ ଭୋଜି କରୁଥିଲେ। ମାତ୍ର ସମୟର ପରିବର୍ତ୍ତନ ଧାରାରେ ଏବେ ମହାଜନୀ ଓ ସହୁକାର ପ୍ରଥା ଲୋପ ପାଇବା ସଙ୍ଗେ ସଙ୍ଗେ ଏହି ବାମନ ଜନ୍ମ ଦିନରେ ପୂର୍ବର ପରମ୍ପରା ସମ୍ପୂର୍ଣ୍ଣ ଲୋପ ପାଇଗଲାଣି। ତେବେ ପରମ୍ପରାକୁ ଉଜ୍ଜିବିତ କରିବା ଲକ୍ଷ୍ୟରେ ଗୋପୀନାଥ ଧାତୁ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରତିଷ୍ଠାତା, କଂସା ପିତଳ ବାସନ ସଂଗ୍ରାହକ ଓ ଗବେଷକ ସୁଦର୍ଶନ ସାହୁ ଏବେ ପ୍ରୟାସ ଆରମ୍ଭ କରିଛନ୍ତି। କଣ୍ଟିଲୋ ଅଞ୍ଚଳର ସାହୁ ବାମନ ଜନ୍ମ ଦିବସ ତଥା ସୁନିଆ ଉପଲକ୍ଷେ ନିଜ ବାସ ଭବନରେ ଏହି ପର୍ବକୁ ପାରମ୍ପରିକ ରୀତିରେ ପାଳନ କରି ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ କାରିଗରମାନଙ୍କୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ। ଏ ଅବସରରେ ପୂର୍ବାହ୍ନରେ କଳସ ସ୍ଥାପନ କରାଯାଇ କାରିଗରମାନଙ୍କୁ ବ୍ରତ ବନ୍ଧନ କରାଯାଇଥିଲା। କଣ୍ଟିଲୋ ଅଞ୍ଚଳର କଂସା ପିତଳ କୃତି କାରିଗର ଅନ୍ତର୍ଯ୍ୟାମୀ ମହାରଣା, ଅଖିଳ କୁମାର ମହାପାତ୍ର, ପ୍ରତାପ କୁମାର ମହାରଣା, ଭୀମସେନ ମହାରଣା, ବାଇଧର ସାହୁ, ଉଦ୍ୟନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ମିଛୁ ସାହୁ, ନିରଞ୍ଜନ ମହାରଣା, ବିଶିଷ୍ଟ କାଷ୍ଠ କାରିଗର ହରିହର ନାୟକ, କଳାକାର ଲକ୍ଷ୍ମଣ ବାରିକ, ପ୍ରସନ୍ନ କୁମାର ଜେନା ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଡ. ରଘୁନାଥ ସାହୁ, କନକଲତା ସାହୁ ପ୍ରମୁଖ ଯୋଗଦେଇ ବୁଡି ଯାଉଥିବା ଏହି ପରମ୍ପରାକୁ ଉଜ୍ଜିବିତ କରିବାର ପ୍ରୟାସ ଆରମ୍ଭ କରିଥିବା ଗବେଷକ ସାହୁ ପ୍ରୋତ୍ସାହିତ କରୁଥିବାରୁ ସାଧୁବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri