ବୁଡ଼ିଯାଉଥିବା କଂସା ପିତଳ ପରମ୍ପରାକୁ ଉଜ୍ଜୀବିତ କଲେ ଗବେଷକ

ଖଣ୍ଡପଡ଼ା,୨୯ା୯(ଅଜୟ କୁମାର ମହାରଣା): ପୂର୍ବ ପ୍ରଚଳିତ ଅଙ୍କ(ସୁନିଆ) ପରମ୍ପରା ସମ୍ପ୍ରତି ଲୋପ ପାଇବାକୁ ବସିଲାଣି। ଦିନ ଥିଲା କଂସା ପିତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଣ୍ଟିଲୋ ଅଞ୍ଚଳର କଂସା ପିତଳ କାରିଗରମାନେ ଏହି ପବିତ୍ର ଦିନରେ ନୂତନ ସାମଗ୍ରୀମାନ ପ୍ରସ୍ତୁତ କରି ସମବାୟ ସମିତି, ବିଭିନ୍ନ ମହାଜନ ଅବା ସାହୁକାରମାନଙ୍କୁ ଭେଟି ଦେବାର ପ୍ରଥା ଥିଲା। ପରେ ସମସ୍ତ କାରିଗର ଓ ସମବାୟ ସମିତିର କର୍ମକର୍ତ୍ତା ଓ ମହାଜନମାନେ ଏକତ୍ର ହୋଇ ଭୋଜି କରୁଥିଲେ। ମାତ୍ର ସମୟର ପରିବର୍ତ୍ତନ ଧାରାରେ ଏବେ ମହାଜନୀ ଓ ସହୁକାର ପ୍ରଥା ଲୋପ ପାଇବା ସଙ୍ଗେ ସଙ୍ଗେ ଏହି ବାମନ ଜନ୍ମ ଦିନରେ ପୂର୍ବର ପରମ୍ପରା ସମ୍ପୂର୍ଣ୍ଣ ଲୋପ ପାଇଗଲାଣି। ତେବେ ପରମ୍ପରାକୁ ଉଜ୍ଜିବିତ କରିବା ଲକ୍ଷ୍ୟରେ ଗୋପୀନାଥ ଧାତୁ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରତିଷ୍ଠାତା, କଂସା ପିତଳ ବାସନ ସଂଗ୍ରାହକ ଓ ଗବେଷକ ସୁଦର୍ଶନ ସାହୁ ଏବେ ପ୍ରୟାସ ଆରମ୍ଭ କରିଛନ୍ତି। କଣ୍ଟିଲୋ ଅଞ୍ଚଳର ସାହୁ ବାମନ ଜନ୍ମ ଦିବସ ତଥା ସୁନିଆ ଉପଲକ୍ଷେ ନିଜ ବାସ ଭବନରେ ଏହି ପର୍ବକୁ ପାରମ୍ପରିକ ରୀତିରେ ପାଳନ କରି ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ କାରିଗରମାନଙ୍କୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ। ଏ ଅବସରରେ ପୂର୍ବାହ୍ନରେ କଳସ ସ୍ଥାପନ କରାଯାଇ କାରିଗରମାନଙ୍କୁ ବ୍ରତ ବନ୍ଧନ କରାଯାଇଥିଲା। କଣ୍ଟିଲୋ ଅଞ୍ଚଳର କଂସା ପିତଳ କୃତି କାରିଗର ଅନ୍ତର୍ଯ୍ୟାମୀ ମହାରଣା, ଅଖିଳ କୁମାର ମହାପାତ୍ର, ପ୍ରତାପ କୁମାର ମହାରଣା, ଭୀମସେନ ମହାରଣା, ବାଇଧର ସାହୁ, ଉଦ୍ୟନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ମିଛୁ ସାହୁ, ନିରଞ୍ଜନ ମହାରଣା, ବିଶିଷ୍ଟ କାଷ୍ଠ କାରିଗର ହରିହର ନାୟକ, କଳାକାର ଲକ୍ଷ୍ମଣ ବାରିକ, ପ୍ରସନ୍ନ କୁମାର ଜେନା ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଡ. ରଘୁନାଥ ସାହୁ, କନକଲତା ସାହୁ ପ୍ରମୁଖ ଯୋଗଦେଇ ବୁଡି ଯାଉଥିବା ଏହି ପରମ୍ପରାକୁ ଉଜ୍ଜିବିତ କରିବାର ପ୍ରୟାସ ଆରମ୍ଭ କରିଥିବା ଗବେଷକ ସାହୁ ପ୍ରୋତ୍ସାହିତ କରୁଥିବାରୁ ସାଧୁବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri