Posted inରାଜ୍ୟ

ନିବେଶକଙ୍କ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ

ନୂଆଦିଲ୍ଲୀ,୨୩।୯: ନିବେଶକ ଏବଂ ବିଜ୍‌ନେସ୍‌ ଲାଗି ବହୁ ପ୍ରତୀକ୍ଷିତ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଉନ୍ମୋଚିତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସମସ୍ତ ମଞ୍ଜୁରୀ ବ୍ୟବସ୍ଥାକୁ ଏଠାରେ ସମନ୍ବିତ କରାଯିବ ବୋଲି ଜଣାପଡ଼ିଛି। ନିବେଶ ପ୍ରସ୍ତାବର ମଞ୍ଜୁରୀ ଲାଗି ଏହା ଏକକ ସମାଧାନ ହେବ ବୋଲି ନୂଆ ବ୍ୟବସ୍ଥାକୁ ଶୁଭାରମ୍ଭକରି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ୯ ରାଜ୍ୟ ଏବଂ ୧୮କେନ୍ଦ୍ରୀୟ ବିଭାଗର ବିଭିନ୍ନ ମଞ୍ଜୁରୀ ସୁବିଧା ଏଠାରେ ପ୍ରଦାନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୫ ରାଜ୍ୟ ଏବଂ ୧୪ କେନ୍ଦ୍ରୀୟ ବିଭାଗକୁ ଏଥିରେ ଯୋଡ଼ାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଅମଲାତନ୍ତ୍ର ଉପରେ ନିର୍ଭରଶୀଳତା ହ୍ରାସ ହେବ। ଏହାବାଦ ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ୍‌ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇପାରିବ। ବିଜ୍‌ନେସ୍‌ ଏବଂ ସରକାରଙ୍କ ମଧ୍ୟରେ ସିଙ୍ଗଲ ଓ୍ବିଣ୍ଡୋ ସମ୍ପର୍କ ରକ୍ଷା କରିବ।
ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏଭଳି ଏକ ପୋର୍ଟାଲ ଏପ୍ରିଲରେ ଆଣିବା ଲାଗି ଯୋଜନା ରଖାଯାଇଥିଲା। ମାତ୍ର ଦ୍ୱିତୀୟ ଲହର ଯୋଗୁ ଏଥିରେ ବିଳମ୍ବ ହୋଇଛି। ୧୫ ଅଗଷ୍ଟରେ ଏହାର ଶୁଭାରମ୍ଭ ପାଇଁ ଯୋଜନା ରଖାଯାଇଥିଲେ ମଧ୍ୟ ପରୀକ୍ଷଣ ଏବଂ ବିଭିନ୍ନ ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିବାରେ ସମସ୍ୟା ରହିଥିଲା। ଏହା ଏକ ସ୍ବେଚ୍ଛାକୃତ ପ୍ରକ୍ରିୟା ହୋଇଥିବା ବେଳେ କାହାକୁ ଏଥିଲାଗି ବାଧ୍ୟ କରାଯାଉନାହିଁ। ଡିସେମ୍ବର ଯାଏ ଅପେକ୍ଷା ନ କରି ବର୍ତ୍ତମାନ ଏହାର ସଫ୍ଟ ଲଞ୍ଚ କରାଯାଇଛି। କୌଣସି ନିବେଶ ପ୍ରସ୍ତାବ ଲାଗି ବିଭିନ୍ନ ବିଭାଗର ମଞ୍ଜୁରୀ ଲୋଡ଼ା ପଡ଼ିଥାଏ। ମାତ୍ର ବର୍ତ୍ତମାନ ଗୋଟିଏ କ୍ଲିକ୍‌ରେ ଏହା ହୋଇଯିବ ବୋଲି ଗୋୟଲ କହିଛନ୍ତି। ଏକ ସିଙ୍ଗଲ ଡ୍ୟାସ୍‌ ବୋର୍ଡରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ରକ୍ଷା ଦିଗରେ ଏହା ସହାୟକ ହେବ। ବାଣିଜ୍ୟ ଲାଗି ଅନୁପାଳନ ବୋଝକୁ କମାଇବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଦ୍ୟମ କରୁଥିବା ଗୋୟଲ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଇଁ ରେଳ ଷ୍ଟେଶନରେ ବଢ଼ିଲା ସୁରକ୍ଷା: ଯାତ୍ରୀଙ୍କ ଲଗେଜ୍‌, ଟ୍ରେନ୍‌ ବଗି ଯାଞ୍ଚ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଇଁ ମଙ୍ଗଳବାର ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରେଳ ସୁରକ୍ଷା ବଳ ଓ ସ୍ପେଶାଲ...

ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ...

ସ୍ବାବ୍‌ ପରୀକ୍ଷା ପରେ ଛଡ଼ାଯିବ: ହାଇକୋର୍ଟ

କଟକ ଅଫିସ୍‌,୩୦।୪: ସଙ୍ଗରୋଧରେ ଗୋଟିଏ ମାସ ରଖିବା ପରେ ପୁଣି ଥରେ ସ୍ବତନ୍ତ୍ର ସଙ୍ଗରୋଧରେ ରଖାଗଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ...

ପଲିଥିନ ବ୍ୟବହାର ବଢୁଛି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ପଲିଥିନ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଗମ୍ଭୀର ସ୍ଥିତି ସୃଷ୍ଟି କରି ଚାଲିଛି। ଗ୍ରାମଠାରୁ ସହର...

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ...

କଟକ କର୍କଟ ହସ୍ପିଟାଲରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧।୭: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ବୁଧବାର ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩

ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ...

୪ ଦିନରେ ୨୫ କୋଟିି ବକେୟା ଆଦାୟ କଲା ସେସୁ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଗତ ୧୬ ତାରିଖରୁ ଆରମ୍ଭ କରିଥିବା ସ୍ବତନ୍ତ୍ର ବିଦ୍ୟୁତ କାଟ ଡ୍ରାଇଭ ଯୋଗୁ ରାଜସ୍ବ ଆଦାୟ ବୃଦ୍ଧିପାଇଛି। ଗତ...

Advertisement
Archives

Model This Week