Posted inରାଜ୍ୟ

ନିବେଶକଙ୍କ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ

ନୂଆଦିଲ୍ଲୀ,୨୩।୯: ନିବେଶକ ଏବଂ ବିଜ୍‌ନେସ୍‌ ଲାଗି ବହୁ ପ୍ରତୀକ୍ଷିତ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଉନ୍ମୋଚିତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସମସ୍ତ ମଞ୍ଜୁରୀ ବ୍ୟବସ୍ଥାକୁ ଏଠାରେ ସମନ୍ବିତ କରାଯିବ ବୋଲି ଜଣାପଡ଼ିଛି। ନିବେଶ ପ୍ରସ୍ତାବର ମଞ୍ଜୁରୀ ଲାଗି ଏହା ଏକକ ସମାଧାନ ହେବ ବୋଲି ନୂଆ ବ୍ୟବସ୍ଥାକୁ ଶୁଭାରମ୍ଭକରି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ୯ ରାଜ୍ୟ ଏବଂ ୧୮କେନ୍ଦ୍ରୀୟ ବିଭାଗର ବିଭିନ୍ନ ମଞ୍ଜୁରୀ ସୁବିଧା ଏଠାରେ ପ୍ରଦାନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୫ ରାଜ୍ୟ ଏବଂ ୧୪ କେନ୍ଦ୍ରୀୟ ବିଭାଗକୁ ଏଥିରେ ଯୋଡ଼ାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଅମଲାତନ୍ତ୍ର ଉପରେ ନିର୍ଭରଶୀଳତା ହ୍ରାସ ହେବ। ଏହାବାଦ ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ୍‌ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇପାରିବ। ବିଜ୍‌ନେସ୍‌ ଏବଂ ସରକାରଙ୍କ ମଧ୍ୟରେ ସିଙ୍ଗଲ ଓ୍ବିଣ୍ଡୋ ସମ୍ପର୍କ ରକ୍ଷା କରିବ।
ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏଭଳି ଏକ ପୋର୍ଟାଲ ଏପ୍ରିଲରେ ଆଣିବା ଲାଗି ଯୋଜନା ରଖାଯାଇଥିଲା। ମାତ୍ର ଦ୍ୱିତୀୟ ଲହର ଯୋଗୁ ଏଥିରେ ବିଳମ୍ବ ହୋଇଛି। ୧୫ ଅଗଷ୍ଟରେ ଏହାର ଶୁଭାରମ୍ଭ ପାଇଁ ଯୋଜନା ରଖାଯାଇଥିଲେ ମଧ୍ୟ ପରୀକ୍ଷଣ ଏବଂ ବିଭିନ୍ନ ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିବାରେ ସମସ୍ୟା ରହିଥିଲା। ଏହା ଏକ ସ୍ବେଚ୍ଛାକୃତ ପ୍ରକ୍ରିୟା ହୋଇଥିବା ବେଳେ କାହାକୁ ଏଥିଲାଗି ବାଧ୍ୟ କରାଯାଉନାହିଁ। ଡିସେମ୍ବର ଯାଏ ଅପେକ୍ଷା ନ କରି ବର୍ତ୍ତମାନ ଏହାର ସଫ୍ଟ ଲଞ୍ଚ କରାଯାଇଛି। କୌଣସି ନିବେଶ ପ୍ରସ୍ତାବ ଲାଗି ବିଭିନ୍ନ ବିଭାଗର ମଞ୍ଜୁରୀ ଲୋଡ଼ା ପଡ଼ିଥାଏ। ମାତ୍ର ବର୍ତ୍ତମାନ ଗୋଟିଏ କ୍ଲିକ୍‌ରେ ଏହା ହୋଇଯିବ ବୋଲି ଗୋୟଲ କହିଛନ୍ତି। ଏକ ସିଙ୍ଗଲ ଡ୍ୟାସ୍‌ ବୋର୍ଡରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ରକ୍ଷା ଦିଗରେ ଏହା ସହାୟକ ହେବ। ବାଣିଜ୍ୟ ଲାଗି ଅନୁପାଳନ ବୋଝକୁ କମାଇବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଦ୍ୟମ କରୁଥିବା ଗୋୟଲ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri