ନେଟ୍‌ ସ୍ବାଧୀନତା ସଙ୍କୁଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ବିଶ୍ୱର ବହୁ ରାଷ୍ଟ୍ରରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନଙ୍କୁ ଜେଲ ଯିବାକୁ ପଡ଼ୁଛି। କେତେକ ଦେଶରେ ୟୁଜର୍ସ ନିଜ ପୋଷ୍ଟକୁ ନେଇ ଆକ୍ରମଣର ଶିକାର ହେଉଛନ୍ତି। ବିଶେଷକରି ବିଗତ ୧୧ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ନେଟ୍‌ ନ୍ୟୁଟ୍ରାଲିଟି ହ୍ରାସ ପାଇବାରେ ଲାଗିଛି। ଭାରତ ମଧ୍ୟ ଏହି ସରକାରୀ ଡିଜିଟାଲ କଟକଣାରୁ ମୁକ୍ତ ନୁହେଁ। ବିଶ୍ୱରେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଥିବା ଇଣ୍ଟରନେଟ୍‌ ସ୍ବାଧୀନତାର ଅସଲ ଚିତ୍ରକୁ ‘ଫ୍ରିଡ୍‌ମ୍‌ ଅନ୍‌ ନେଟ୍‌’ ଶୀର୍ଷକ ବାର୍ଷିକ ରିପୋର୍ଟରେ ଆଙ୍କିଛି ଆମେରିକୀୟ ଥିଙ୍କ୍‌ଟ୍ୟାଙ୍କ୍‌ ‘ଫ୍ରିଡମ୍‌ ହାଉସ୍‌’।
ବିଶ୍ୱରେ ଅନ୍‌ଲାଇନ୍‌ ରାଇଟ୍ସ ବା ଇଣ୍ଟରନେଟ୍‌ ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି। ଘରୋଇ ଟେକ୍‌ ଇଣ୍ଡଷ୍ଟ୍ରିର ନିୟନ୍ତ୍ରଣ ଅଭାବ ଓ ନିୟାମକ ସଂସ୍ଥାଗୁଡ଼ିକର ଏକଚ୍ଛତ୍ରବାଦୀ ମନୋବୃତ୍ତି ଏହାର ମୁଖ୍ୟ କାରଣ। ଇଣ୍ଟରନେଟରେ ଅପପ୍ରଚାର ବଢ଼ିଚାଲିଥିବାବେଳେ ସରକାରମାନେ ୟୁଜର୍ସଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ କୁଠାରଘାତ କରିବାରେ ଲାଗିଛନ୍ତି। ଏହି କାରଣରୁ ୟୁଜର୍ସଙ୍କ ଡିଜିଟାଲ ଅଧିକାର ବଳିପଡ଼ୁଛି ବୋଲି ଓ୍ବାଶିଂଟନସ୍ଥିତ ଗଣତନ୍ତ୍ର ସପକ୍ଷବାଦୀ ସଂସ୍ଥା ‘ଫ୍ରିଡମ୍‌ ହାଉସ୍‌’ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।
୧୯୭୩ ମସିହାରୁ ଫ୍ରିଡମ୍‌ ହାଉସ୍‌ ପକ୍ଷରୁ ପ୍ରତିବର୍ଷ ଇଣ୍ଟରନେଟ୍‌ ସ୍ବାଧୀନତା ଉପରେ ରିପୋର୍ଟ ପ୍ରକାଶ ପାଇଆସୁଛି। ମଙ୍ଗଳବାର ପ୍ରକାଶିତ ‘ଫ୍ରିଡମ୍‌ ଅନ୍‌ ଦି ନେଟ୍‌ ୨୦୨୧: ଗ୍ଲୋବାଲ ଡ୍ରାଇଭ୍‌ ଟୁ କଣ୍ଟ୍ରୋଲ ବିଗ୍‌ ଟେକ୍‌’ ରିପୋର୍ଟରେ ବିଭିନ୍ନ ଦେଶରେ ଇଣ୍ଟରନେଟ୍‌ ବ୍ୟବହାରର ସ୍ଥିତିକୁ ଦର୍ଶାଯାଇଛି। ମ୍ୟାନ୍‌ମାରରେ ସ୍ଥିତି ଅତି ସଙ୍ଗିନ ଥିବାବେଳେ ଭାରତରେ ମଧ୍ୟ ଇଣ୍ଟରନେଟ୍‌ ବ୍ୟବହାରକାରୀ କମ୍‌ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସବୁଠୁ କମ୍‌ ଇଣ୍ଟରନେଟ୍‌ ସ୍ବାଧୀନତା ଥିବା ୧୦ ଦେଶ ମଧ୍ୟରେ ପଡ଼ୋଶୀ ପାକିସ୍ତାନ ରହିଛି। ପାକିସ୍ତାନର ପ୍ରସ୍ତାବିତ ରିମୁଭାଲ୍‌ ଆଣ୍ଡ ବ୍ଲକିଂ ଅଫ୍‌ ଅନ୍‌ଲଫୁଲ ଅନ୍‌ଲାଇନ୍‌ କଣ୍ଟେଣ୍ଟ(ପ୍ରସିଡ୍ୟୁର, ଓଭରସାଇଟ୍‌ ଆଣ୍ଡ ସେଫ୍‌ଗାଡର୍‌ସ) ରୁଲ୍ସର ସଦ୍ୟ ସଂସ୍କରଣ ୨୦୨୦ ନଭେମ୍ବରରେ ପ୍ରକାଶିତ ହୋଇଥିଲା। ପାକିସ୍ତାନରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଗୋଟିଏ କିମ୍ବା ଏକାଧିକ ଡାଟା ସର୍ଭର ପ୍ରତିଷ୍ଠା କରିବା ପାଇଁ ଏଥିରେ ବାଧ୍ୟ କରାଯାଇଛି। ସବୁଠୁ ଖରପ ପ୍ରଦର୍ଶନକାରୀ ରାଷ୍ଟ୍ର ତାଲିକାର ସର୍ବାଗ୍ରେ ରହିଛି ମ୍ୟାନ୍‌ମାର, ବେଲାରୁସ୍‌ ଓ ଉଗାଣ୍ଡା, ଯେଉଁଠି ନିର୍ବାଚନୀ ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ସରକାରୀ ବଳ ଇଣ୍ଟରନେଟ ସ୍ବାଧୀନତାକୁ ସୀମିତ କରିଦେଇଛନ୍ତି। ୨୦୨୧ ଫେବୃୟାରୀରେ ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରଠାରୁ ସେଠାକାର ଲୋକେ ଇଣ୍ଟରନେଟ୍‌ ବ୍ୟବହାର ଅଧିକାର ହରାଇଛନ୍ତି। ଏହି କ୍ଷେତ୍ରରେ ମ୍ୟାନ୍‌ମାର ୧୪ ପଏଣ୍ଟ ତଳକୁ ଖସିଯାଇଛି। ଇଣ୍ଟରନେଟ ସ୍ବାଧୀନତାର ସର୍ବାଧିକ ଦୁରୁପଯୋଗକାରୀ ରାଷ୍ଟ୍ର ଭାବେ ଚାଇନାକୁ ଦର୍ଶାଯାଇଛି। କାରଣ ଚାଇନାରେ ଅନ୍‌ଲାଇନ୍‌ ଅଭିବ୍ୟକ୍ତି ଉପରେ କଟକଣା ଲଗାଯାଇଛି। ଅର୍ଥାତ୍‌ ସେଠାରେ ଇଣ୍ଟରନେଟ୍‌ ଜରିଆରେ କେହି ଅସନ୍ତୋଷ ବ୍ୟକ୍ତ କରିପାରୁ ନାହାନ୍ତି। କୋଭିଡ୍‌-୧୯ ମହାମାରୀର ମୁକାବିଲାରେ ଶି ଜିନ୍‌ପିଙ୍ଗ୍‌ ସରକାରଙ୍କ ବିଫଳତାକୁ ସମାଲୋଚନା କରିଥିବା ଜଣେ ଆକ୍ଟିଭିଷ୍ଟଙ୍କୁ ସେଠାରେ ୧୮ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଇଛି। ଏହାବାଦ୍‌ ଇଣ୍ଟରନେଟ ବ୍ୟବହାର ଉପରେ ବେଜିଂ ପକ୍ଷରୁ ଅନେକ କଠୋର କଟକଣା ଲଗାଯାଇଛି। ତୁର୍କୀରେ ମଧ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ଖବରଦାତା ଓ ବିରୋଧୀ ନେତାମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏହି କ୍ଷେତ୍ରରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ ସହ ଭାରତ ସରକାର ମୁହଁାମୁହିଁ ହେବା ପ୍ରସଙ୍ଗରେ ସମସ୍ତେ ଅବଗତ। ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ‘କଂଗ୍ରେସ୍‌ ଟୁଲ୍‌କିଟ୍‌’ ଅଭିଯୋଗ କ୍ଲିପ୍‌ରେ ଟୁଇଟର୍‌ ‘ମାନିପୁଲେଟେଡ୍‌ ମିଡିଆ’ ଟ୍ୟାଗ୍‌ ଲଗାଇଥିଲା। ସେବେଠୁ ଭାରତରେ ଟେକ୍‌ କମ୍ପାନୀଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଚାପ ବଢ଼ିବାରେ ଲାଗିଛି। ବିଶେଷକରି ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ଆସିବା ପରଠୁ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ଅଭିଯୋଗ ଓ ଅସନ୍ତୋଷ ଶୁଣାଣି ଲାଗି ସ୍ଥାନୀୟ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପଡ଼ିଛି। ସରକାରଙ୍କ ପ୍ରତି କମ୍ପାନୀଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା। ସାରା ବିଶ୍ୱରେ ୟୁଜର୍ସଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଓ ଅଧିକାରକୁ ସୀମିତ କରିବା ଲାଗି ସରକାରମାନେ ଟେକ୍‌ କମ୍ପାନୀଗୁଡ଼ିକ ସହ କିପରି ମୁହଁାମୁହିଁ ହୋଇଛନ୍ତି ତାହା ମଧ୍ୟ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଅନ୍‌ଲାଇନ୍‌ରେ ମିଥ୍ୟା ଖବର ପରିବେଶଣର କୁପ୍ରଭାବକୁ ନେଇ ଏଥିରେ ଚିନ୍ତା ବ୍ୟକ୍ତ କରାଯାଇଛି, ଯାହାକି ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ୨୦୨୧ରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟୋଲ୍‌ ହିଲ୍‌କୁ ଦଖଲ କରିବାବେଳେ ଦେଖିବାକୁ ମିଳିଥିଲା।
୧୦୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନବେଳେ ଇଣ୍ଟରନେଟ୍‌ ଉପଲବ୍ଧତା, ଏହା ଉପରେ ସରକାରୀ ନିୟନ୍ତ୍ରଣ ଓ ନିୟାମକ ପଦକ୍ଷେପକୁ ମାପଦଣ୍ଡ ଭାବେ ନିଆଯାଇଥିଲା। ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ଯେଉଁ ଦେଶ ଯେତେ ସ୍ବାଧୀନ ୧୦୦ ପଏଣ୍ଟ ସ୍କେଲ୍‌ରେ ସେହି ରାଷ୍ଟ୍ରର ସ୍କୋର ସେତେ ଉଚ୍ଚ। ଗତବର୍ଷ ବିଭିନ୍ନ ସମୟରେ ଅନୂ୍ୟନ ୨୦ ଦେଶରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା। ସମାନ ସଂଖ୍ୟକ ଦେଶରେ ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ, ୟୁଜର୍ସଙ୍କ ସ୍ବାଧୀନତାକୁ ସଙ୍କୁଚିତ କରିବା ପାଇଁ ଅନୂ୍ୟନ ୪୨ ରାଷ୍ଟ୍ରରେ କଣ୍ଟେଣ୍ଟ, ଡାଟା ଓ ପ୍ରତିଯୋଗିତା ଉପରେ ନୂଆ ଆଇନ ଅଣାଯାଇଛି। ଗତବର୍ଷ ୪୮ ଦେଶରେ ୟୁଜର୍ସ ଓ ପ୍ଲାଟ୍‌ଫର୍ମ ବିରୋଧରେ ନିୟାମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସରକାର ଓ ଟେକ୍‌ କମ୍ପାନୀଗୁଡ଼ିକର ଲଢ଼େଇ ଭିତରେ ସାଧାରଣ ୟୁଜର୍ସଙ୍କ ମାନବାଧିକାର ବଳିପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri