ଦଶମୀରେ ସିନ୍ଦୂର ଖେଳ

ବାଲେଶ୍ୱର ସହରରେ ୨୦୦ବର୍ଷ ପୂର୍ବରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିବା କିମ୍ବଦନ୍ତୀ ରହିଛି। ସହରର ବାରବାଟୀ ଅଞ୍ଚଳରେ ବସବାସ କରୁଥିବା ଜମିଦାର ପରିବାର (କର ପରିବାର, ରାଜ ପରିବାର, ଦାସ ପରିବାର ଓ ମଣ୍ଡଳ ପରିବାର) ପକ୍ଷରୁ ଘଟ ପୂଜା ଆରମ୍ଭ ହୋଇଥିଲା। ଏହା ପାରିବାରିକ ଥିଲେ ମଧ୍ୟ ସାର୍ବଜନୀନ ପାଇଁ ଉଦ୍ଦିଷ୍ଟ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମିଳିତ ଭାବେ ଉକ୍ତ ଅଞ୍ଚଳର ଦେବୀବାଡ଼ି କୋଠାଘରେ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ବିଭିନ୍ନ କାରଣ ଯୋଗୁ ଉକ୍ତ ପରିବାରଗୁଡିକ ପକ୍ଷରୁ ଅଲଗା ଅଲଗା ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। କର ଘର ପକ୍ଷରୁ ଘଟ ପୂଜା ୧୮୨୨ରୁ ଆରମ୍ଭ ହୋଇଥିବା ବେଳେ ୧୮୬୨ ମସିହାରୁ ମୂର୍ତ୍ତି ପୂଜା ହୋଇଆସୁଛି। ଦୀର୍ଘ ୧୬୨ ବର୍ଷ ଧରି ହୋଇଆସୁଥିବା ମୂର୍ତ୍ତି ପୂଜାରେ ବିଶେଷ ଆକର୍ଷଣ ହୋଇରହିଛି ଦଶମୀ ଦିନ ମହିଳାଙ୍କ ମଧ୍ୟରେ ସିନ୍ଦୂର ଖେଳ।
କର ବଂଶ ଓ ଦୁର୍ଗା ପୂଜାର ଇତିହାସ ସମ୍ପର୍କରେ ଯାହା ଜଣାଯାଏ, ଏହି ବଂଶର ଲୋକଙ୍କ ମୂଳ ଘର ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲା ମାୟାପୁର ଅଞ୍ଚଳରେ। ମୁସଲମାନ ସୁବେଦାର ଓ ବର୍ଗୀ (ମରହଟ୍ଟା)ଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ୧୬୯୭ରେ କର ପରିବାରର ପଞ୍ଚାନନ କର ବାଲେଶ୍ୱର ବାରବାଟିକୁ ବାଣିଜି୍ୟକ ଉଦ୍ଦେଶ୍ୟ ନେଇ ଚାଲିଆସିଥିଲେ। ଏଠାରେ ତାଙ୍କ ବ୍ୟବସାୟର ଅଭିବୃଦ୍ଧି ହେଲା। ସେମାନେ ପରମିଟ୍‌ ଘାଟରୁ ଜାଭା, ସୁମାତ୍ରା, ବାଲି ଏବଂ ବ୍ରହ୍ମଦେଶ ସହ ବାଣିଜ୍ୟ କାରବାର କରୁଥିଲେ। ଏହାଛଡ଼ା କର ପରିବାର ଲୋକଙ୍କର ଭଦ୍ରକ, ଛାନୁଆ, ଚାନ୍ଦବାଲି ଆଦି ସ୍ଥାନରେ ବିଶାଳ ଜମିଦାରୀ ଥିଲା। ଏତେ ବଡ଼ ଜମିଦାରୀ ଓ ବ୍ୟବସାୟକୁ ଚଳାଇବା ପାଇଁ ଦୈବୀଶକ୍ତିର ଆଶୀର୍ବାଦ ଲାଭ ନିମନ୍ତେ ସେମାନେ ପୂଜା ଆୟୋଜନ କଥା ଚିନ୍ତା କଲେ। ୧୮୨୨ରେ କୋଲକାତାରୁ ହର, ପାର୍ବତୀ, ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକଙ୍କ ପିତ୍ତଳ ମୂର୍ତ୍ତି ଆଣି ପୂଜା ଆରମ୍ଭ କରିଥିଲେ। ପରେ ୧୮୬୨ରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଆୟୋଜନ ଆରମ୍ଭ କରିଥିବା କର ପରିବାରର ବରିଷ୍ଠ ସଦସ୍ୟ ସୁବ୍ରତ କର ପ୍ରକାଶ କରିଛନ୍ତି।
ଏଠାରେ ଦେବୀ ଦୁର୍ଗା ବେଶରେ ପୂଜା ନ ପାଇ ହରଙ୍କ ସହ ପାର୍ବତୀ ରୂପରେ ପୂଜା ପାଆନ୍ତି। ଦେବୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ରଥ ତିଥିରୁ ମାଟି ସଂଗ୍ରହ କରାଯାଏ। ଦେବୀଙ୍କ ସହ ଗଣେଶ, କାର୍ତ୍ତିକ, ସରସ୍ବତୀ ଏବଂ ଲକ୍ଷ୍ମୀ ପୂଜା ପାଆନ୍ତି। ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ୫୦ମହଣ କାଠ ଓ ୨୦ କିଲୋ ଘିଅରେ ହୋମ ହେଉଥିବାବେଳେ ଏହି ନିଆଁ ୩ ଦିନ ଧରି ପ୍ରଶମିତ ହୁଏ ନାହଁି। ପ୍ରଧାନ ଆଚାର୍ଯ୍ୟ ପୁସ୍ତକାଚାର୍ଯ୍ୟ, ଚଣ୍ଡୀ, ହୋତା, ଜପ, ତୁଳସୀ ଓ ପୂଜକ ଭାବେ ୭ଜଣ ବ୍ରାହ୍ମଣ ନିୟୋଜିତ ହୁଅନ୍ତି। ଷଷ୍ଠୀରେ ବୁଢ଼ାବଳଙ୍ଗ ନଦୀରୁ ଘଟତ୍ତୋଳନ ହୁଏ। ସପ୍ତମୀରେ ସାତ ମହଣ ଓ ଅଷ୍ଟମୀରେ ୫୦ ସେର ଚାଉଳରେ ନୈବେଦ୍ୟ କରାଯାଏ। ଦଶମୀରେ ଝିଅବୋହୂ ସିନ୍ଦୂର ଖେଳର ମଜା ନିଅନ୍ତି। ତେବେ ବିଜୟା ଦଶମୀ ଗୁରୁବାର ପଡ଼ିଲେ ମଧ୍ୟ ମୂର୍ତ୍ତି ବିସର୍ଜନ କରାଯାଏ ବୋଲି କର ପରିବାରର ସଦସ୍ୟ ବିକ୍ରମଜିତ୍‌ କର ସୂଚନା ଦେଇଛନ୍ତି।
– ମାନସ ବିଶ୍ୱାଳ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri