Posted inଖେଳ

ଉବର କପ୍‌ରୁ ଓହରିଲେ ସିନ୍ଧୁ

ନୂଆଦିଲ୍ଲୀ,୩।୯(ପି.ଟି.): ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ପି.ଭି. ସିନ୍ଧୁ ଆସନ୍ତାମାସରେ ଆୟୋଜନ ହେବାକୁ ଥିବା ଉବର କପ୍‌ ଫାଇନାଲ୍ସରୁ ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରୁ ସେ ଓହରିଯାଇଛନ୍ତି। ସେ ମଧ୍ୟ ଡେନ୍‌ମାର୍କରେ ଖେଳାଯିବାକୁ ଥିବା ଆଗମୀ ସୁପର ୭୫୦ ନ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି।
ଡେନ୍‌ମାର୍କର ଅରହୁସ୍‌ରେ ଅକ୍ଟୋବର ୩ରୁ ୧୧ ତାରିଖ ମଧ୍ୟରେ ଥାମାସ ଓ ଉବର କପ୍‌ ଫାଇନାଲ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପରିବର୍ତ୍ତିତ କ୍ୟାଲେଣ୍ଡରରେ ପ୍ରଥମଥର ପାଇଁ ଡେନ୍‌ମାର୍କରେ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯିବ। ଥୋମାସ ଓ ଉବର କପ୍‌ ଫାଇନାଲ୍ସରେ ସିନ୍ଧୁ ଅଂଶଗ୍ରହଣ କରିବେ ନାହିଁ ବୋଲି ତାଙ୍କ ପିତା ପି.ଭି. ରମନ୍ନା କହିଛନ୍ତି। ତାଙ୍କର କିଛି ବ୍ୟକ୍ତିଗତ କାର୍ଯ୍ୟ ରହିଛି। ତେଣୁ ଦୁର୍ଭାଗ୍ୟଜନକ ଭାବେ ସେ ଏହି ଟୁର୍ନାମେଣ୍ଟରେ ଯୋଗ ଦେଇପାରିବେ ନାହିଁ ବୋଲି ରମନ୍ନା କହିଛନ୍ତି। ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ)କୁ ଏ ନେଇ ସୂଚନା ଦେଇଛୁ ବୋଲି ସେ କହିଛନ୍ତି।
ଥୋମାସ ଓ ଉବର କପ୍‌ ଫାଇନାଲ୍ସ ପରେ ଡେନ୍‌ମାର୍କ ଓପନ ୧ ଅକ୍ଟୋବର ୧୩ରୁ ୧୮ ତାରିଖ ମଧ୍ୟରେ ଆୟୋଜନ ହେବ। ସେହିପରି ଡେନମାର୍କ ମାଷ୍ଟର୍ସ ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଆୟୋଜନ ହେବ। ଡେନ୍‌ମାର୍କରେ ସେ ଗୋଟିଏ ଟୁର୍ନାମେଣ୍ଟ ନ ଖେଳିପାରିନ୍ତି। ସବୁକିଛି ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ଉପରେ ନର୍ଭର କରେ ବୋଲି ରମନ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri