Posted inଖେଳ

ସିନ୍ଧୁ ରନର୍ସ ଅପ୍‌

ବାସେଲ,୮ା୩(ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍‌ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ସେ ୧୨-୨୧, ୫-୨୧ରେ ପରାସ୍ତ ହୋଇଛନ୍ତି। ରବିବାର ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍‌ରେ ଶେଷ ହୋଇଥିଲା। ସ୍ପିଡ୍‌ ଓ ଆକ୍ୟୁରେସିରେ ସେ ମାରିନଙ୍କ ସମକକ୍ଷ ହୋଇପାରି ନ ଥିଲେ। ମାରିନ୍‌ଙ୍କଠାରୁ ସିନ୍ଧୁଙ୍କର ଏହା ହେଉଛି କ୍ରମାଗତ ତୃତୀୟ ପରାଜୟ। ସ୍ପାନିଶ ଖେଳାଳି ଜାନୁୟାରୀରେ ଥାଇଲାଣ୍ଡରେ ଉଭୟ ସୁପର ୧୦୦୦ ଇଭେଣ୍ଟ ଜିତିଥିଲେ। ପରେ ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସରେ ରନର୍ସ ଅପ୍‌ ହୋଇଥିଲେ। ବିଶ୍ୱର ୩ ନମ୍ବର ଖେଳାଳି ମାରିନ ଆହୁରି ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ଆଗକୁ ୮,୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ଭାଗ ନେବେ। ଏହି ସୁପର ୧୦୦୦ ଇଭେଣ୍ଟ ମାର୍ଚ୍ଚ ୧୭ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri