ପୋଲିସ ଅପାରଗତାରୁ ଗୋଷ୍ଠୀ ସଂଘର୍ଷ

ଚଣ୍ଡିଖୋଲ,୮।୩(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଶନିବାର ସନ୍ଧ୍ୟାରେ ସଂଗଠିିତ ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ରବିବାର ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ ୩୦୦ଜଣଙ୍କ ନାମରେ ପୃଥକ୍‌ ଭାବେ ୨ ମାମଲା ରୁଜୁ କରାଯାଇଛି। ବିଜେଡିର ଦୁଇ ଗୋଷ୍ଠୀ ନିଜ ରାଜନୈତିକ ପତିଆରା ଦେଖାଇବା ପାଇଁ ଏହି ଗଣ୍ଡଗୋଳ ସୃଷ୍ଟି କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରବିବାର ପୂର୍ବାହ୍ନରେ ପୋଲିସ ଡିଆଇଜି ଜୟନାରାୟଣ ପଙ୍କଜ ଓ ଯାଜପୁର ଏସ୍‌ପି ରାହୁଲ ପି.ଆର. ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବଡ଼ଚଣା ବ୍ଲକ ବିକ୍ରମତିରଣ ପଞ୍ଚାୟତର ସରପଞ୍ଚ ଜ୍ୟୋତ୍ସ୍ନାମୟୀ ନାୟକଙ୍କ ଭାଇ ଅନନ୍ତ ନାରାୟଣ ଧଳ ଓ ଭରତପୁର ସରପଞ୍ଚ ସରସ୍ବତୀ ବେହେରାଙ୍କ ସ୍ବାମୀ ତଥା ଶିକ୍ଷକ ବସନ୍ତରାଜ ସାମଲ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୋଲିସ ଚାହଁିଥିଲେ ଘଟଣାକୁ ଏଡ଼ାଇ ପାରିଥାଆନ୍ତା। ପୋଲିସର ଅପାରଗତା ପାଇଁ ଏପରି ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭରତପୁର ପଞ୍ଚାୟତ ପଣସୁଧା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ୭ ଦିନ ହେବ ଉତ୍ତେଜନା ଲାଗି ରହିଥିଲା। ଏନେଇ ବାଲିଚନ୍ଦ୍ରପୁର ଥାନାରେ ଘଟଣାଦିନ ସକାଳେ ସାମଲଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ପୋଲିସ ତାହାକୁ ହାଲୁକା ଭାବେ ଗ୍ରହଣ କରି ଠୋସ୍‌ ପଦକ୍ଷେପ ଗ୍ରହଣ କରି ନ ଥିଲା। ଫଳରେ ସେହିଦିନ ରାତିରେ ଗୋଷ୍ଠୀ ସଂଘର୍ଷ ବ୍ୟାପକ ହେଲା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏକ ଫୋନ୍‌ କଲ୍‌କୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ଛକରେ ମୁହଁାମୁହଁି ପରିସ୍ଥିତି ସୃଷ୍ଟିି ହୋଇଥିଲା। ଘଟଣାସ୍ଥଳଟି ଡେରାବିଶ ଥାନା ଅଞ୍ଚଳ ହୋଇଥିବାରୁ ଡେରାବିଶ ପୋଲିସ ଓ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ସନ୍ଧ୍ୟା ସମୟରେ ପଣସୁଧାରେ ମାତ୍ର ୨ ସେକ୍ସନ ଫୋର୍ସ ଦୁଇ ଗାଡ଼ିରେ ଯାଇ ଗ୍ରାମରେ ମୁତୟନ ହୋଇଥିଲେ। ଏହି ସମୟରେ ଗୋଟିଏ ଗୋଷ୍ଠୀର ୫୦ରୁ ୬୦ ଜଣ ବାଇକରେ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରାକୁ ମୁତୟନ ପୋଲିସ ଫୋର୍ସ ବାରଣ କରି ନ ଥିଲା। ଅନେକ ବିକଳ୍ପ ରହିଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ସ୍ଥାନୀୟ ବ୍ୟବସାୟୀ ଓ ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଏହାକୁ ସ୍ବିକାର କରିଛନ୍ତି। ଏହି ଶୋଭାଯାତ୍ରାକାରୀମାନେ ପୋଲିସ ଉପସ୍ଥିତିରେ ଅନ୍ୟଗୋଷ୍ଠୀର ଜଣେ ଲୋକକୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ପୋଲିସ ଉପସ୍ଥିତିରେ ମାଡ଼ ମରାଯାଇଥିବାରୁ ଅନ୍ୟ ଗୋଷ୍ଠୀର ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ପୋଲିସ ଉପରକୁ ଟେକା ପଥର ମାଡ କରିବା ସହ ୨ ପୋଲିସ ଭ୍ୟାନକୁ ଜାଳି ଦେଇଥିଲେ। ତେବେ ପୋଲିସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସ୍‌ଆଇ ମନୋଜ ପଣ୍ଡା କହିଛନ୍ତି, ସେମାନେ ମାରଣାସ୍ତ୍ର ସହିତ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆସିଥିଲେ, ଯାହା ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଶନିବାର ଘଟଣାକୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ରେଖା ସେଠୀଙ୍କ ଅଭିଯୋଗକ୍ରମେ ୭୩/୨୧ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଏସ୍‌ଆଇ ମନୋଜ ପଣ୍ଡାଙ୍କ ଏତଲା କ୍ରମେ ୭୪/୨୧ନମ୍ବରରେ ଅନ୍ୟ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗିରଫଦାରି ଭୟରେ ସମ୍ପୂର୍ଣ୍ଣ ଗଁା ପୁରୁଷଶୂନ୍ୟ ହୋଇଯାଇଥିବାବେଳେ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଭରତପୁର ସରପଞ୍ଚ ସରସ୍ବତୀ ବେହେରା କୁହନ୍ତି, ଅନନ୍ତ ନାରାୟଣ ଧଳଙ୍କ ବିକ୍ରମତିରଣ ପଞ୍ଚାୟତ ହୋଇଥିବା ବେଳେ ସେ ବାରମ୍ବାର ଭରତପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି। ପୂର୍ବରୁ ସେ ଜାତୀୟ ରାଜପଥକୁ ଗୋଟିଏ ଦିନ ଅବରୋଧ କରିବା ସହିତ ୭ ଦିନ ପାଇଁ ବାଲିଚନ୍ଦ୍ରପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଜୋର ଜବରଦସ୍ତ ତାଲା ପକାଇ ଅଚଳ କରିଥିଲେ। ପ୍ରତ୍ୟେକ ସ୍ଥାନରେ ନିଜର ବାହୁବଳ ଦେଖାଇ ଆଇନକୁ ହାତକୁ ନେଉଛନ୍ତି। ସେହିଭଳି ବିକ୍ରମତିରଣ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ନାୟକ କୁହନ୍ତି, ଭରତପୁର ସରପଞ୍ଚଙ୍କ ସ୍ବାମୀ ଜଣେ ଶିକ୍ଷକ ହୋଇଥିବାବେଳେ ସେ ବିଭିନ୍ନ ସମୟରେ ଗୁଣ୍ଡାରାଜ କରି କ୍ଷମତା ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ଯାଜପୁର ଏସ୍‌ପି ରାହୁଲ ପି.ଆର. କହିଛନ୍ତି, ଗଣ୍ଡଗୋଳ ଘଟଣାରେ ଦୁଇ ଗୋଷ୍ଠୀର ଶତାଧିକ ଲୋକ ସମ୍ପୃକ୍ତ ରହିଛନ୍ତି। ତଦନ୍ତକୁ ତ୍ୱରାନ୍ବିତ କରାଯାଇଥିବାବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri