୧୭ ବର୍ଷ ବୟସରେ ଜାମନଗର ମହାରାଜାଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ନିସନ୍ତାନ ଥିବା ଯୋଗୁ…

ବମ୍ବେ: ଭେଟେରାନ ଅଭିନେତ୍ରୀ ସିମି ଗେରଓ୍ବୋଲଙ୍କୁ ‘ଦ ଲେଡି ଇନ୍‌ ହ୍ବାଇଟ୍‌’ ବୋଲି କୁହାଯାଏ। ଆଜି ବି ତାଙ୍କ ମୁହଁର ଚମକ ପୂର୍ବଭଳି ରହିଛି। ଏଥିପାଇଁ ତ ପ୍ରଶଂସକମାନେ ସିମିଙ୍କୁ ଏଭରଗ୍ରୀନ ବୋଲି କହିବାକୁ ପଛାଉ ନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ ସିମି ନିଜ ଜୀବନର କିଛି ଅଜଣା କଥା ଉପରୁ ପରଦା ଉଠାଇଛନ୍ତି।

ସିମିଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା, ସେ ପଡୋଶୀ ଜାମନଗରର ମହାରାଜାଙ୍କୁ ଭଲପାଇ ବସିଥିଲେ। ଘାତ ପ୍ରତିଘାତ ଯୋଗୁ ଉଭୟଙ୍କ ପ୍ରେମ ମାତ୍ର ତିନି ବର୍ଷ ଯାଏ ଚାଲିଥିଲା। ଏହି ସମୟରେ ସେ ପଶୁପକ୍ଷୀଙ୍କ ଦୁନିଆ ଦେଖିଥିଲେ। ଖେଳ ଏବଂ ଖାଇବା ବିଷୟରେ ବହୁତ କଥା ଜାଣିଥିଲେ। ଏବେ ପଛକୁ ଚାହିଁ ସ୍ମୃତିଗୁଡ଼ିକୁ ମନେ ପକାଇଲେ ହସ ଲାଗୁଛି। କାହା ଉପରେ ମାଲିକାନା ଜାହିର କଲେ ସମ୍ପର୍କ ଖରାପ ହୁଏ ବୋଲି ବୁଝି ସାରିଛନ୍ତି ସେ।

ମହାରାଜାଙ୍କ ସହ ସମ୍ପର୍କ ଛିନ୍ନ ହେବା ପରେ ସିମି ଦିଲ୍ଲୀର ରବିମୋହନଙ୍କୁ ବିବାହ କରିଥିଲେ। ଏହି ବିବାହ ୩ ବର୍ଷ ଚାଲିଥିଲା। ଉଭୟ ଅନେକ ଦିନ ଧରି ଅଲଗା ରହିବା ପରେ ଛାଡ଼ପତ୍ର ନେଇ ଅଲଗା ହୋଇଥିଲେ। ମାତ୍ର ସେମାନଙ୍କ ମନରେ ପରସ୍ପର ପାଇଁ ତିକ୍ତତା ନ ଥିବା ସିମି କୁହନ୍ତି।

ପ୍ରେମ, ବିବାହରେ ବିଫଳ ହୋଇଥିବା ସିମିଙ୍କ ଜୀବନର ବଡ଼ ଦୁଃଖ ହେଉଛି ତାଙ୍କର କୌଣସି ସନ୍ତାନ ନାହିଁ। ଏକଦା ସେ ଅନାଥାଶ୍ରମରୁ ଜଣେ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହିଁଥିଲେ। ବିଜୟା ନାମରେ ଝିଅଟିଏ ତାଙ୍କୁ ମିଳିଥିଲା। ମାତ୍ର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପୂର୍ବରୁ ଖବରକାଗଜରେ ଫଟୋ ଦେବାକୁ ପଡ଼ୁଥିଲା। ସିମି ସେହିପରି କରିଥିଲେ। ତିନି ମାସ ଧରି କେହି ଶିଶୁଟି ଉପରେ ଅଧିକାର ଜଣାଇ ନ ଥିଲେ। ଯେତେବେଳେ ସିମି ଶିଶୁଟିକୁ ଗ୍ରହଣ କରିବାକୁ ଗଲେ, ସେତେବେଳେ ହଠାତ ଶିଶୁଟିର ପିତାମାତା ପହଞ୍ଚିଯାଇଥିଲେ। ଏହା ତାଙ୍କୁ ଦୁଃଖ ଦେଇଥିଲା ବୋଲି ସିମି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri