୨୫ ବର୍ଷର ଯାତ୍ରାକୁ ନେଇ ଭବ୍ୟ ଉତ୍ସବ, ଉଦ୍‌ଯାପନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ରିଷିଡା,୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗତ ତିନିଦିନ ଧରି
ଚାଲିଥିବା ଏହି ଉତ୍ସବରେ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ପ୍ରତିଭାର ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା। ପ୍ରଥମେ  ପୁରାତନ ଛାତ୍ର ସଭାପତି ରେଶବ କେଡ଼ିଆ, ସମ୍ପାଦକ ସଲିମ ଶେଖର ରଣାଙ୍କ ନେତୃତ୍ୱ ରେ ଏକ ମୋଟର ସାଇକେଲ ରାଲିରେ ଅଞ୍ଚଳ ବୁଲି ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ । ପ୍ରଥମ ଦିନ ମାତୃମଣ୍ଡଳୀ କଳସ ଯାତ୍ରା ସହିତ ମଶାଲ ଶୋଭାଯାତ୍ରା ହେବାପରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସ ଉପଲକ୍ଷେ ଆୟୋଜିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ଥିବାବେଳେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଅତିରିକ୍ତ ଜିଲାପାଳ ଗଜପତି ଫାଲ୍ଗୁନୀ କୁମାର ମାଝୀ ଓ ମୁଖ୍ୟବକ୍ତା ଭାବେ ଡ଼ ହେମନ୍ତ କୁମାର ଦାସ ଯୋଗଦେଇଥିଲେ । ତୃତୀୟ ଦିନ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ପୂର୍ଵତନ ମନ୍ତ୍ରୀ ଭୂପିନ୍ଦର ସିଂ, ଜିଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା ସମ୍ମାନିତ ଅତିଥି ଭାବେ ଓ ମୁଖ୍ୟ ବକ୍ତା ଡ଼ ଅଜିତ କୁମାର ବେହେରା ଯୋଗଦେଇଥିଲେ । ଉଦଯାପନୀ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ଓଡିଶା ସରକାର କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୁଆନ, କଳାହାଣ୍ଡି ବିଭାଗ ପ୍ରମୁଖ ମନ୍ମଥ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଡମ୍ବରୁଧର କର୍ମୀ ଯୋଗଦେଇଥିଲେ । ଜୁବଲୀ କମିଟି ସମ୍ପାଦକ ନରୋତ୍ତମସେଲମା ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରାତନ ଛାତ୍ର ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା ମଞ୍ଚ ପରିଚାଳନା କରିଥିଲେ ।

ସମସ୍ତ ଅଧିବେଶନ ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ହିରୋଜ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ଯୋଗଦେଇ ବିଦ୍ୟାଳୟର ୨୫ ବର୍ଷରସଫଳତା ଓ ଶିକ୍ଷାର ବିକାଶ ଧାରାକୁ ପ୍ରଶଂସା କରିଥିଲେ । ଏହି ରଜତ ଜୟନ୍ତୀ କେବଳ ଏକ ଉତ୍ସବନୁହେଁ, ବରଂ ଅତୀତର ସ୍ମୃତିକୁ ମନେ ପକାଇ ଭବିଷ୍ୟତରନୂତନ ସ୍ୱପ୍ନ ଦେଖିବାରଏକ ଅବସର ଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା।

ଜୁବଲୀ କମିଟି ସଭାପତି ନୈମି ଚାନ୍ଦ ଜୈନ, ପ୍ରଧାନ ଆଚାର୍ଯ୍ୟ ବାସୁଦେବ ସେଲମା, କୋଷାଧ୍ୟକ୍ଷ ସୁନୀଲ କେଡ଼ିଆଙ୍କ ସମେତ ସମସ୍ତ ସଭ୍ୟସଭ୍ୟା, ପୁରାତନ ଛାତ୍ର ସଂସଦର ସମସ୍ତ କର୍ମ କର୍ତ୍ତା, ପରିଚାଳନା କମିଟି ସମସ୍ତ କର୍ମକର୍ତ୍ତା ଗୁରଜୀ ଗୁରୁମା ସହଯୋଗ କରିଥିଲେ ।

Share