ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ ଅନ୍ୟ କର୍ମଚାରୀ। ପଦ୍ମା, ଶ୍ୟାମା, ଶିବାଙ୍କ ଆଖି ଖୋଜୁଛି ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ। ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରର ଏପରି ଦୃଶ୍ୟ ଏଠାକାର ଲୋକଙ୍କୁ ମଧ୍ୟ ବିଚଳିତ କରିଦେଉଛି। କାରଣ ଦୀର୍ଘବର୍ଷ ଧରି ଏଠାରେ ଥିବା ୭ ହାତୀଙ୍କ ମଧ୍ୟରୁ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ସାଜିଥିବା ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ ଶୁକ୍ରବାର ରାତିରେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର କୁମାରଖୁଣ୍ଟିକୁ ପଠାଇ ଦିଆଯାଇଛି। ସେଠାରେ ସେମାନଙ୍କୁ ତାଲିମ ଦିଆଯାଇ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ବିବାଦ ସମସ୍ୟାର ସମାଧାନ ନିମନ୍ତେ ନିୟୋଜିତ କରାଯିବ। ଏଠାରୁ ବିଦାୟ ଦେବା ବେଳେ ନିଜ ଅଶ୍ରୁକୁ ରୋକିପାରି ନ ଥିବା ମାହୁନ୍ତ ଦୀପୁ ଓ ଅନ୍ୟମାନେ ଏବେ ଝୁରି ହେଉଛନ୍ତି ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ।
କପିଳାସରେ ଥିବା ୭ ହାତୀଙ୍କ ମଧ୍ୟରୁ ଉମା, ଚନ୍ଦୁ ଓ କାର୍ତ୍ତିକ ସମସ୍ତଙ୍କର ଅତି ପ୍ରିୟ ଥିଲେ। ଛୋଟ ବେଳୁ ଏହି ପରିବେଶ ସହ ଅଭ୍ୟସ୍ତ ଥିବାରୁ ସେମାନେ ମାହୁନ୍ତଙ୍କର ଅତ୍ୟନ୍ତ ବିଶ୍ୱସ୍ତ ହୋଇଯାଇଥିଲେ। ପର୍ଯ୍ୟଟକମାନେ ମଧ୍ୟ ଏମାନଙ୍କୁ ଦେଖି ଖୁସି ହୋଇଯାଉଥିଲେ। ହେଲେ ଏହି ୩ ହାତୀଙ୍କୁ କୁମାରଖୁଣ୍ଟି ପଠାଯିବା ନେଇ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ସମ୍ପର୍କରେ ଜଣାପଡ଼ିବା ପରଠାରୁ ହାତୀ ଉଦ୍ଧାର କେନ୍ଦ୍ରର କର୍ମଚାରୀମାନେ ଯେମିତି ଭାଙ୍ଗି ପଡ଼ିଥିଲେ। ନିଜ ପରିବାର ସଦସ୍ୟଙ୍କ ପରି ମିଳାମିଶା କରୁଥିବା ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ ସେମାନେ କିପରି ଦୂରେଇ ଦେଇ ରହିପାରିବେ ସେ ନେଇ ବ୍ୟଥିତ ହୋଇପଡ଼ିଥିଲେ। ଏପରି କି ବିଭାଗୀୟ ନିଷ୍ପତ୍ତିରେ କାଳେ ପରିବର୍ତ୍ତନ ହେବ ସେ ନେଇ ମଧ୍ୟ ଆଶାବାଦୀ ଥିଲେ। ହେଲେ ସମସ୍ତଙ୍କୁ ନିରାଶ କରି ବିଭାଗ ପକ୍ଷରୁ ତାରିଖ ନିର୍ଦ୍ଧାରଣ ସହ ଶୁକ୍ରବାର ରାତିରେ ହାତୀ ଉଦ୍ଧାର କେନ୍ଦ୍ରରେ ୩ଟି ହାଇଓ୍ବା ପହଞ୍ଚିବା ପରେ ନିଜ ଲୁହ ଓ କୋହ ସମ୍ଭାଳିପାରି ନ ଥିଲେ ସେମାନେ। ଛଳ ଛଳ ଆଖିରେ ସେମାନେ ସରକାରୀ ନିର୍ଦ୍ଦେଶ ପାଳନ କରି ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ ଉକ୍ତ ଗାଡ଼ିରେ ଚଢ଼ାଇ କୁମାରଖୁଣ୍ଟି ଅଭିମୁଖେ ବାହାରିଯାଇଥିଲେ। କପିଳାସରୁ ଶୋରିିଷିଆପଦା ଓ କଟକ ଜିଲା ଟାଙ୍ଗି ଦେଇ ଶନିବାର ଭୋର୍‌ ସମୟରେ ୩ ହାତୀଙ୍କୁ ଚନ୍ଦକା କୁମାରଖୁଣ୍ଟିରେ ପହଞ୍ଚାଯାଇଥିଲା। ହାତୀ ଉଦ୍ଧାର କେନ୍ଦ୍ରର ମାହୁନ୍ତ, କର୍ମଚାରୀ ଓ ଅଧିକାରୀଙ୍କ ସହ ଢେଙ୍କାନାଳ, କଟକ, ଆଠଗଡ଼ ଓ ଚନ୍ଦକା ବନ ଡିଭିଜନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଥିଲେ। ସେଠାରେ ଏହି ହାତୀମାନଙ୍କୁ ତାଲିମ ଦେବାକୁ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରୁ କୁମ୍‌କି ତାଲିମପ୍ରାପ୍ତ ମାହୁନ୍ତମାନଙ୍କୁ ନିୟୋଜିତ କରାଯିବ। ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ଙ୍କ ନିର୍ଦ୍ଦେଶରେ ଏହି ୩ ହାତୀଙ୍କୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରୁ ସ୍ଥାନାନ୍ତର କରାଯାଇଥିବା ଜିଲା ବନଖଣ୍ଡ ଅଧିକାରୀ ସୁମିତ କର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କପିଳାସ ରେଞ୍ଜର ତରୁଣ ମହାନ୍ତି କହିଛନ୍ତି, ବହୁଦିନ ହେଲା ଉକ୍ତ ୩ ହାତୀ ସମସ୍ତଙ୍କ ସାଙ୍ଗ ପାଲଟିଯାଇଥିଲେ। କଥା ମାନୁଥିଲେ, ମିଶୁଥିଲେ। ତେଣୁ ହାତୀମାନଙ୍କୁ ମାହନ୍ତ ଓ କର୍ମଚାରୀମାନେ ଝୁରି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri