ଯାଜପୁର ଜିଲାରେ ୩୯,୬୬୨ ନୂଆ ଭୋଟର

ଯାଜପୁର,୧୭ା୩(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ବିଗୁଲ ବାଜିସାରିଛି। ହେଲେ ଯାଜପୁର ଜିଲାରେ ମତଦାନ କ୍ଷେତ୍ରରେ ସେତେଟା ଉତ୍ସାହ ନ ଥିବା ମନେହେଉଛି। ୨୦୨୪ରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୫ ଲକ୍ଷ ୩୦ ହଜାର ୨୪୦ ଜଣ ଭୋଟରଙ୍କ ତାଲିକା ଚୂଡ଼ାନ୍ତ ହୋଇଛି। ଏଥିରେ ୭ ଲକ୍ଷ ୮୮ ହଜାର ୧୬୦ ଜଣ ପୁରୁଷ, ୭ ଲକ୍ଷ ୪୨ ହଜାର ୧୩ ଜଣ ମହିଳା ଓ ୬୭ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ତେବେ ୨୭ା୧୦ା୨୦୨୩ରୁ ୨୭ା୧୨ା୨୦୨୩ ମଧ୍ୟରେ ହୋଇଥିବା ସଂଶୋଧନ ଅନୁସାରେ ୩୯,୬୬୨ ଭୋଟର ମିଶିଥିବାବେଳେ ୩୯,୯୮୯ ଭୋଟରଙ୍କୁ ବାଦ୍‌ ଦିଆଯାଇଛି। ଏଠାରେ ପୂର୍ବ ନିର୍ବାଚନଗୁଡିକୁ ଅବଲୋକନ କଲେ ମତଦାନ ହାର ସେତେଟା ସନ୍ତୋଷଜନକ ନୁହେଁ। ଜିଲା ପ୍ରଶାସନ ପକ୍ଷରୁ ଭୋଟରମାନଙ୍କୁ ସଚେତନ କରିବାକୁ ଯେଉଁ ପ୍ରକାର କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେବା କଥା ତାହା ବିଫଳ ହୋଇଛି। ଯୁବ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ, ନିଶ୍ଚିତ ମତଦାନ ଓ ସୁଦୃଢ଼ ଗଣତନ୍ତ୍ର ପାଇଁ ଆଲୋଚନା ଇତ୍ୟାଦି ହେଉନାହିଁ। ଏହାର ଉଦାହରଣ ଭାବେ ବ୍ୟାସନଗର ପୌରାଞ୍ଚଳକୁ ନିଆଯାଇପାରେ। ଏଠାରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ପ୍ରାୟ ୩୭ ହଜାର ଭୋଟର ଅଛନ୍ତି। ତେଣୁ ଗୋଷ୍ଠୀ ଆଲୋଚନା, ବିଭିନ୍ନ ବୈଠକ ବା ସଭା ସମିତି ମାଧ୍ୟମରେ, ବ୍ଲୁବଟନ ଏକ୍ସପ୍ରେସ ଓ ଭୋଟର ସଚେତନତା ରଥ, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ଶୋଭାଯାତ୍ରା ଇତ୍ୟାଦି ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରିବାର ପ୍ରାବଧାନ ଥିବାବେଳେ ଜିଲା ପ୍ରଶାସନ ଆଦୌ ଗୁରୁତ୍ୱ ଦେଉନାହିଁ।

ଯାଜପୁର ଲୋକ ସଭା ଆସନ
୨୦୧୯ ଯାଜପୁର ଲୋକ ସଭା ଆସନରେ ମତଦାନ ହାର ୭୩.୭୬ ପ୍ରତିଶତ ରହିଥିଲା। ଏହି ଲୋକ ସଭା ଆସନ ଅନ୍ତର୍ଗତ ସୁକିନ୍ଦା ବିଧାନସଭା ଆସନରେ ସର୍ବାଧିକ ୭୯.୬୧ ପ୍ରତିଶତ ଏବଂ ବିଞ୍ଝାରପୁରରେ ସର୍ବନିମ୍ନ ୬୭ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ବରୀରେ ୭୦.୫୯%, ବଡଚଣାରେ ୭୪.୭୦%, ଧର୍ମଶାଳାରେ ୭୭.୧୬%, ଯାଜପୁରରେ ୭୨.୩୬%, କୋରେଇରେ ୭୫.୫୧% ମତଦାନ ହୋଇଥିଲା। ଲୋକ ସଭା ଆସନର ମୋଟ ୧୪ ଲକ୍ଷ ୭୨ ହଜାର ୬୧୬ ମତଦାତାଙ୍କ ମଧ୍ୟରୁ ୧୦,୮୬,୧୫୫ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ ମହିଳା ଭୋଟ ୭୫.୯୪% ହୋଇଥିବାବେଳେ ପୁରୁଷ ଭୋଟ ୭୨.୫୮% ଥିଲା। ଏଥିରେ ଯାଜପୁର ଜିଲାରେ ମତଦାନରେ ମହିଳାଙ୍କ ଆଗ୍ରହ ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କୁହାଯାଉଛି। ଅନ୍ୟପକ୍ଷେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନତା ଦେଖାଇଥିଲେ। ଯାଜପୁର ଜିଲାର କୋରେଇ ଓ ଯାଜପୁର ନିର୍ବାଚନ ମଣ୍ଡଳୀରେ ଦୁଇ ପ୍ରମୁଖ ସହର ରହିଛି। ଗତ ୩ ସାଧାରଣ ନିର୍ବାଚନକୁ ଅବଲୋକନ କଲେ ଏଠାରେ ଭୋଟରଙ୍କ ମଧ୍ୟରେ ମତଦାନକୁ ନେଇ ଅରୁଚି ରହିଥିବା ଦେଖିବାକୁ ମିଳିଛି। ସହରାଞ୍ଚଳରେ ବସବାସ କରୁଥିବା ନାଗରିକମାନେ ଅଧିକ ସଚେତନ ବୋଲି ବିବେଚନା କରାଯାଇଥାଏ ା ହେଲେ ଭୋଟ ଗ୍ରହଣରେ ମତଦାନ ହାର ସଚେତନତାର ଏହି ଦାବିକୁ ଭୁଲ୍‌ ପ୍ରମାଣିତ କରି ଆସିଛି ା ଅନ୍ୟପକ୍ଷେ ଆଦିବାସୀ ବହୁଳ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଗତ ୩ ଥରରେ ସର୍ବାଧିକ ମତଦାନ ହୋଇଆସିଛି। ଚଳିତ ନିର୍ବାଚନରେ ଶତପ୍ରତିଶତ ମତଦାନ ଲକ୍ଷ୍ୟରଖି ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଏଯାଏ ହୋଇ ପାରିନାହିଁ। କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନିକ, ବ୍ୟବସାୟିକ ଓ ସାମାଜିକ ଦୃଷ୍ଟିରୁ ବ୍ୟାସନଗର ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ଏହାବାଦ୍‌ ଯାଜପୁର ସହର ଜିଲା ସଦର ମହକୁମା ସହିତ ବିରଜାକ୍ଷେତ୍ର ଭାବେ ପରିଚିତ। କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାସନଗର ସହର ରହିଛି, ଯାହାର ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ ଟପିଲାଣି। କିନ୍ତୁ ଭୋଟର ସଂଖ୍ୟା ବଢ଼ିପାରୁନାହିଁ। କେଉଁ କାରଣରୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri