ଯାଜପୁର ଜିଲାରେ ୩୯,୬୬୨ ନୂଆ ଭୋଟର

ଯାଜପୁର,୧୭ା୩(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ବିଗୁଲ ବାଜିସାରିଛି। ହେଲେ ଯାଜପୁର ଜିଲାରେ ମତଦାନ କ୍ଷେତ୍ରରେ ସେତେଟା ଉତ୍ସାହ ନ ଥିବା ମନେହେଉଛି। ୨୦୨୪ରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୫ ଲକ୍ଷ ୩୦ ହଜାର ୨୪୦ ଜଣ ଭୋଟରଙ୍କ ତାଲିକା ଚୂଡ଼ାନ୍ତ ହୋଇଛି। ଏଥିରେ ୭ ଲକ୍ଷ ୮୮ ହଜାର ୧୬୦ ଜଣ ପୁରୁଷ, ୭ ଲକ୍ଷ ୪୨ ହଜାର ୧୩ ଜଣ ମହିଳା ଓ ୬୭ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ତେବେ ୨୭ା୧୦ା୨୦୨୩ରୁ ୨୭ା୧୨ା୨୦୨୩ ମଧ୍ୟରେ ହୋଇଥିବା ସଂଶୋଧନ ଅନୁସାରେ ୩୯,୬୬୨ ଭୋଟର ମିଶିଥିବାବେଳେ ୩୯,୯୮୯ ଭୋଟରଙ୍କୁ ବାଦ୍‌ ଦିଆଯାଇଛି। ଏଠାରେ ପୂର୍ବ ନିର୍ବାଚନଗୁଡିକୁ ଅବଲୋକନ କଲେ ମତଦାନ ହାର ସେତେଟା ସନ୍ତୋଷଜନକ ନୁହେଁ। ଜିଲା ପ୍ରଶାସନ ପକ୍ଷରୁ ଭୋଟରମାନଙ୍କୁ ସଚେତନ କରିବାକୁ ଯେଉଁ ପ୍ରକାର କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେବା କଥା ତାହା ବିଫଳ ହୋଇଛି। ଯୁବ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ, ନିଶ୍ଚିତ ମତଦାନ ଓ ସୁଦୃଢ଼ ଗଣତନ୍ତ୍ର ପାଇଁ ଆଲୋଚନା ଇତ୍ୟାଦି ହେଉନାହିଁ। ଏହାର ଉଦାହରଣ ଭାବେ ବ୍ୟାସନଗର ପୌରାଞ୍ଚଳକୁ ନିଆଯାଇପାରେ। ଏଠାରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ପ୍ରାୟ ୩୭ ହଜାର ଭୋଟର ଅଛନ୍ତି। ତେଣୁ ଗୋଷ୍ଠୀ ଆଲୋଚନା, ବିଭିନ୍ନ ବୈଠକ ବା ସଭା ସମିତି ମାଧ୍ୟମରେ, ବ୍ଲୁବଟନ ଏକ୍ସପ୍ରେସ ଓ ଭୋଟର ସଚେତନତା ରଥ, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ଶୋଭାଯାତ୍ରା ଇତ୍ୟାଦି ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରିବାର ପ୍ରାବଧାନ ଥିବାବେଳେ ଜିଲା ପ୍ରଶାସନ ଆଦୌ ଗୁରୁତ୍ୱ ଦେଉନାହିଁ।

ଯାଜପୁର ଲୋକ ସଭା ଆସନ
୨୦୧୯ ଯାଜପୁର ଲୋକ ସଭା ଆସନରେ ମତଦାନ ହାର ୭୩.୭୬ ପ୍ରତିଶତ ରହିଥିଲା। ଏହି ଲୋକ ସଭା ଆସନ ଅନ୍ତର୍ଗତ ସୁକିନ୍ଦା ବିଧାନସଭା ଆସନରେ ସର୍ବାଧିକ ୭୯.୬୧ ପ୍ରତିଶତ ଏବଂ ବିଞ୍ଝାରପୁରରେ ସର୍ବନିମ୍ନ ୬୭ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ବରୀରେ ୭୦.୫୯%, ବଡଚଣାରେ ୭୪.୭୦%, ଧର୍ମଶାଳାରେ ୭୭.୧୬%, ଯାଜପୁରରେ ୭୨.୩୬%, କୋରେଇରେ ୭୫.୫୧% ମତଦାନ ହୋଇଥିଲା। ଲୋକ ସଭା ଆସନର ମୋଟ ୧୪ ଲକ୍ଷ ୭୨ ହଜାର ୬୧୬ ମତଦାତାଙ୍କ ମଧ୍ୟରୁ ୧୦,୮୬,୧୫୫ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ ମହିଳା ଭୋଟ ୭୫.୯୪% ହୋଇଥିବାବେଳେ ପୁରୁଷ ଭୋଟ ୭୨.୫୮% ଥିଲା। ଏଥିରେ ଯାଜପୁର ଜିଲାରେ ମତଦାନରେ ମହିଳାଙ୍କ ଆଗ୍ରହ ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କୁହାଯାଉଛି। ଅନ୍ୟପକ୍ଷେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନତା ଦେଖାଇଥିଲେ। ଯାଜପୁର ଜିଲାର କୋରେଇ ଓ ଯାଜପୁର ନିର୍ବାଚନ ମଣ୍ଡଳୀରେ ଦୁଇ ପ୍ରମୁଖ ସହର ରହିଛି। ଗତ ୩ ସାଧାରଣ ନିର୍ବାଚନକୁ ଅବଲୋକନ କଲେ ଏଠାରେ ଭୋଟରଙ୍କ ମଧ୍ୟରେ ମତଦାନକୁ ନେଇ ଅରୁଚି ରହିଥିବା ଦେଖିବାକୁ ମିଳିଛି। ସହରାଞ୍ଚଳରେ ବସବାସ କରୁଥିବା ନାଗରିକମାନେ ଅଧିକ ସଚେତନ ବୋଲି ବିବେଚନା କରାଯାଇଥାଏ ା ହେଲେ ଭୋଟ ଗ୍ରହଣରେ ମତଦାନ ହାର ସଚେତନତାର ଏହି ଦାବିକୁ ଭୁଲ୍‌ ପ୍ରମାଣିତ କରି ଆସିଛି ା ଅନ୍ୟପକ୍ଷେ ଆଦିବାସୀ ବହୁଳ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଗତ ୩ ଥରରେ ସର୍ବାଧିକ ମତଦାନ ହୋଇଆସିଛି। ଚଳିତ ନିର୍ବାଚନରେ ଶତପ୍ରତିଶତ ମତଦାନ ଲକ୍ଷ୍ୟରଖି ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଏଯାଏ ହୋଇ ପାରିନାହିଁ। କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନିକ, ବ୍ୟବସାୟିକ ଓ ସାମାଜିକ ଦୃଷ୍ଟିରୁ ବ୍ୟାସନଗର ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ଏହାବାଦ୍‌ ଯାଜପୁର ସହର ଜିଲା ସଦର ମହକୁମା ସହିତ ବିରଜାକ୍ଷେତ୍ର ଭାବେ ପରିଚିତ। କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାସନଗର ସହର ରହିଛି, ଯାହାର ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ ଟପିଲାଣି। କିନ୍ତୁ ଭୋଟର ସଂଖ୍ୟା ବଢ଼ିପାରୁନାହିଁ। କେଉଁ କାରଣରୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?