ନୀରବତା

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ନୂପୁର ଶର୍ମା ଓ ତାହାକୁ ସମର୍ଥନ କରିଥିବା ନବୀନ କୁମାର ଜିନ୍ଦଲ ଅଦ୍ୟାବଧି ଗିରଫ ହୋଇ ନ ଥିବାରୁ ବିବାଦ ଥମୁ ନାହିଁ। ଗତ ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନମାନେ ନୂପୁରଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ରାସ୍ତାକୁ ଆସିବା ପରେ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଘଟିଯାଇଛି। ସେଥିମଧ୍ୟରୁ କଂଗ୍ରେସ ସମର୍ଥିତ ଜେଏମ୍‌ଏମ୍‌ ଶାସିତ ଝାଡ଼ଖଣ୍ଡରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଡଜନ୍‌ର ଅଧିକ ଆହତ ହୋଇଥିଲେ। ଅନ୍ୟପଟେ କୁହାଯାଉଛି ଯେ, ନୂପୁର ଓ ନବୀନଙ୍କୁ ଗିରଫ କରିବାର ଦାବି ପଛରେ ଅନେକ କାରଣ ରହିଛି। ତନ୍ମଧ୍ୟରୁ ସର୍ବୋଚ୍ଚ ହେଉଛି ସେହି ଦୁଇଜଣଙ୍କ ବ୍ୟକ୍ତିଗତ ସୁରକ୍ଷା। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର କେତେକ ଅଧିକାରୀଙ୍କ ଅନୁଯାୟୀ ଏହି ଦୁଇ ଜଣଙ୍କ ଜୀବନ ପ୍ରତି ଅନେକ ବିପଦ ରହିଛି। ସେହି ବିପଦ ମୁସଲମାନ ଉଗ୍ରପନ୍ଥୀଙ୍କଠାରୁ ଉପୁଜୁ ନାହିଁ। ଏହି ଦୁଇ ଜଣଙ୍କ କୌଣସି କ୍ଷତି ଘଟିଲେ ତା’ ପାଇଁ ଦୋଷ ମୁସଲମାନଙ୍କ ଉପରେ ଦିଆଯିବ। ସେଥିରୁ ଦଙ୍ଗା ବୃଦ୍ଧି ପାଇବାର ସବୁ ସଙ୍କେତ ମିଳୁଛି। ଗୋଇନ୍ଦା ସଂସ୍ଥା ଅନୁଯାୟୀ ସାମ୍ପ୍ରଦାୟିକ ଶକ୍ତି ପାଇଁ ଏହି ଦୁଇଜଣଙ୍କ ଜୀବନ ମୂଲ୍ୟହୀନ। ସେମାନଙ୍କୁ ବାଟରୁ ହଟେଇ ଦେଲେ ଗୋଧ୍ରା ଭଳି ସ୍ଥିତି ସୃଷ୍ଟି କରିବା ଅତ୍ୟନ୍ତ ସହଜ ହୋଇଯିବ।
୧୨ ଜୁନ୍‌ରେ ରାଞ୍ଚିର ପ୍ରତିବାଦକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହେବା ପରେ ସେଠାରେ ପୁଣି ଉତ୍ତେଜନା ଦେଖାଦେଇଛି। ରାଞ୍ଚତ୍ ପ୍ରତିବାଦରେ ଭାଗ ନେଇ ନ ଥିବା ଦୁଇ ଜଣ ମୁସଲମାନଙ୍କୁ ଯେଭଳି ଭାବେ ବାଡ଼ିଆପିଟା କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ମାନବ ଅଧିକାର ଉଲ୍ଲଂଘନ ବୋଲି କୁହାଯାଉଛି। ସେପଟେ ଭାଜପା ଶାସିତ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଗିରଫ ହୋଇଥିବା ପ୍ରତିବାଦକାରୀଙ୍କ ଉପରେ ଦମନଲୀଳା ଚାଲିଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ବହୁଳ ଭାବେ ପ୍ରସାରିତ ହେଉଛି। ଏଥିସହିତ ବୁଲ୍‌ଡୋଜର ପୁଣି ସକ୍ରିୟ ହୋଇଉଠିଛି। ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଜାଭେଦ ମହମ୍ମଦଙ୍କ ଘର ସମେତ ଅନେକ ପ୍ରତିବାଦକାରୀଙ୍କ ଘରକୁ ବୁଲ୍‌ଡୋଜର ମାଧ୍ୟମରେ ଧ୍ୱଂସ କରାଯାଉଥିବାର ଚିତ୍ର ପଦାକୁ ଆସିବାରେ ଲାଗିଛି। ଗତ କିଛିବର୍ଷ ଧରି ମୁସଲମାନ ସମ୍ପ୍ରଦାୟ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ସରକାରୀ ସ୍ତରରେ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ସେହି ସଂଖ୍ୟାଲଘୁ ଗୋଷ୍ଠୀଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉ ନ ଥିଲା। ନୂପୁର ଶର୍ମାଙ୍କ ମନ୍ତବ୍ୟ ଉପରେ ଅନ୍ତର୍ଜାତୀୟ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସମ୍ଭବତଃ ଭାରତୀୟ ମୁସଲମାନଙ୍କ ଦମ୍ଭ ବଢ଼ିଥିବା ଭଳି ମନେହେଉଛି। ଗତ ଶୁକ୍ରବାର ମସ୍‌ଜିଦ୍‌ ପ୍ରାର୍ଥନା ପରେ ଦେଶର ଅନେକ ଭାଗରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଥିଲା। ଏଠାରେ କୁହାଯାଇପାରେ ଯେ, ଏହିଭଳି ହିଂସା ମାଧ୍ୟମରେ କେବେହେଲେ କୌଣସି ସମାଧାନ ବାହାରି ପାରିବ ନାହିଁ। ପଥର ମାଡ଼କୁ ଇଟାରେ ଜବାବ ଦେଲେ ତାହାର ଅନ୍ତ ନାହିଁ। ଉଭୟ ପଟର ମୁଣ୍ଡ ଫାଟିବା ଏକମାତ୍ର ପରିଣତି ହୋଇଥାଏ।
ଏତେସବୁ ଘଟଣା ଘଟିଯିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ପ୍ରତିକ୍ରିୟା ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା କଥା। ବିଭିନ୍ନ ମୁସଲମାନ ଦେଶ ତରଫରୁ କ୍ଷମା ପ୍ରାର୍ଥନା କରିବା ସକାଶେ ଆସିଥିବା ଦାବିକୁ ଭାରତ ମୁହୂର୍ତ୍ତକ ପାଇଁ ଏଡ଼ାଇ ଦେଇପାରିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନୀରବତା ଦେଶର ବୈଦେଶିକ ସମ୍ପର୍କକୁ ଦୀର୍ଘମିଆଦୀ କ୍ଷତି ନିଶ୍ଚିତ ଭାବେ ପହଞ୍ଚାଇବ। ତୈଳ ଉତ୍ପାଦନକାରୀ ଆରବ ଦେଶଗୁଡ଼ିକ ସହ ଖରାପ ସମ୍ପର୍କ ସୃଷ୍ଟିକରି କେବଳ ଇସ୍ରାଏଲର ପଣତକାନି ଧରିଲେ ପେଗାସସ୍‌ ଭଳି ଗୋଇନ୍ଦା ସଫ୍ଟଓ୍ବେର ମିଳିପାରେ; କିନ୍ତୁ ସାଧାରଣ ନାଗରିକଙ୍କୁ ତ୍ରାହି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri