ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହାକୁ ଅସ୍ଥାୟୀ କୁହାଯାଉଛି କାରଣ ଏହାର କାର୍ଯ୍ୟକାଳ ଦୁଇବର୍ଷ ଏବଂ ନିର୍ବାଚିତ କୁହାଯିବାର କାରଣ ହେଉଛି ୟୁଏନ୍‌ଏସ୍‌ସିର ୫ ସ୍ଥାୟୀ ସଦସ୍ୟଙ୍କ ସହ ବୈଠକରେ ଯୋଗଦେବାକୁ ଚାହଁୁଥିବା ୧୦ଟି ଦେଶ ୧୮୮ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ବଛାଯାଏ। ଏହି ୧୦ଟି ଦେଶ ପାଖରେ କୌଣସି ଭିଟୋ ପାୱାର ନ ଥାଏ। ତେଣୁ ଯଦି ୫ ସ୍ଥାୟୀ ସଦସ୍ୟ ଚାଇନା, ଆମେରିକା, ଫ୍ରାନ୍ସ, ରୁଷିଆ କିମ୍ବା ବ୍ରିଟେନ ମଧ୍ୟରୁ କେହି ଗୋଟିଏ ବି କୌଣସି ପ୍ରସ୍ତାବକୁ ବିରୋଧ କରେ ତେବେ ଅନ୍ୟ ୧୪ଟି ଦେଶ ସମର୍ଥନ କଲେ ମଧ୍ୟ ତାହା ଖାରଜ ହୋଇଯାଏ। ଗଣତନ୍ତ୍ରର ଜନନୀ ପୂର୍ବରୁ ଆଠ ଥର ୟୁଏନ୍‌ଏସ୍‌ସିକୁ ନିର୍ବାଚିତ ହୋଇଛି ଏବଂ ଶେଷ ଥର ୨୦୨୧-୨୨ରେ ହୋଇଥିଲା। ସେତେବେଳେ ଆମେ କ’ଣ ସଫଳତା ପାଇଥିଲୁ ତାହା ମୋର ମନେନାହିଁ ଏବଂ ଆମେ କାହିଁକି ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ ତାହା ମଧ୍ୟ ଜଣାନାହିଁ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତାର ସମୟରୁ କିଛି ସଙ୍କେତ ମିଳେ। ସଦସ୍ୟତାର କାର୍ଯ୍ୟକାଳ ୨୦୨୮ ଏବଂ ୨୦୨୯ ପାଇଁ ରହିବ। ଅର୍ଥାତ୍‌ ପରବର୍ତ୍ତୀ ସାଧାରଣ ନିର୍ବାଚନର ଠିକ୍‌ ମଧ୍ୟଭାଗରେ ହୋର୍ଡିଂ ଲଗାଇ ନିଜକୁ ବିଶ୍ୱସ୍ତରୀୟ ବୋଲି ଦେଖେଇ ହେବାର ସୁଯୋଗ ମିଳିବ। ଜାତିସଂଘରେ ନିର୍ବାଚନ ଆସନ୍ତା ବର୍ଷ ଜୁନ୍‌ରେ ହେବ ଏବଂ ଆଉ ଏକ ପ୍ରାର୍ଥୀ ତାଜିକିସ୍ତାନକୁ ଆମକୁ ପରାସ୍ତ କରିବାକୁ ହେବ (କିମ୍ବା ନାମାଙ୍କନ ପ୍ରତ୍ୟାହାର କରିବାକୁ ପଡ଼ିବ)। ଏହା ପାଖରେ ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କନ୍‌ଫରେନ୍ସ(ଓଆଇସି)ର ୫୬ଟି ଭୋଟ୍‌ ଦେଉଥିବା ସଦସ୍ୟଙ୍କ ସମର୍ଥନ ରହିଛି ଏବଂ ଏହି ଦେଶ ଏ ପର୍ଯ୍ୟନ୍ତ ଥରେ ହେଲେ ବି ନିର୍ବାଚିତ ହୋଇ ନ ଥିବାରୁ ସହାନୁଭୂତି ଭୋଟ୍‌ ପାଇବାର ସମ୍ଭାବନା ରହିଛି।
ପ୍ରାର୍ଥୀମାନଙ୍କୁ ସମୁଦାୟ ୧୯୩ ସଦସ୍ୟ ଦେଶ ମଧ୍ୟରୁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ। ତେଣୁ ଯଦି ସମସ୍ତ ଦେଶ ଉପସ୍ଥିତ ରହି ଭୋଟ୍‌ ଦିଅନ୍ତି, ତେବେ ୧୨୯ଟି ଭୋଟ୍‌ ଦରକାର। ଓଆଇସିର ୫୬ଟି ଭୋଟ୍‌ ବିନା ଆମେ ଜିତିପାରିବା, କିନ୍ତୁ ଏହା କଷ୍ଟକର। ତାଜିକିସ୍ତାନକୁ ଓହରିଯିବା ପାଇଁ ବାଧ୍ୟ କରିବା କିମ୍ବା ମୁସଲିମ୍‌ ଗୋଷ୍ଠୀକୁ ଭାଙ୍ଗିବା ପାଇଁ ଆମକୁ କିଛି ଚତୁର ଉପାୟ କରିବାକୁ ପଡ଼ିବ। ତେବେ ଆମ ନୀତି ବା ଯୋଜନା କ’ଣ ତାହା ଜୟଶଙ୍କର ଭାଷଣରେ କହିଛନ୍ତି। ନୂତନ ଭାରତର ଅଧିକାଂଶ ବିଷୟ ଭଳି, ଏହାର ସଂକ୍ଷିପ୍ତ ନାମ ‘ଶାନ୍ତି’(ଏସ୍‌ଏଚ୍‌ଏଏନ୍‌ଟିଆଇ) ଦିଆଯାଇଛି, ଯାହାର ପୂର୍ଣ୍ଣରୂପ ହେଉଛି- ‘ସିକ୍ୱୋରିଂ ହୋଲିଷ୍ଟିକ ଆଡ୍‌ଭାନ୍ସମେଣ୍ଟ ଥ୍ରୁ ନମର୍‌ସ, ଟ୍ରଷ୍ଟ ଆଣ୍ଡ୍‌ ଇଣ୍ଟିଗ୍ରିଟି। ଏହା ଶୁଣିବାକୁ ନିର୍ବାଚନ କମିଶନ କିମ୍ବା ଦିଲ୍ଲୀ ପୋଲିସର ସ୍ଳୋଗାନ ଭଳି ଲାଗୁଛି। ଶାନ୍ତିର ପ୍ରଥମ ବିଷୟ ହେଉଛି ଭାରତ ଗ୍ଲୋବାଲ୍‌ ସାଉଥ୍‌ର ସ୍ବର ବୋଲି ଦାବି କରେ। ହେଲେ କେମିତି, କେଉଁଠି ତାହା ଦର୍ଶାଯାଇ ନାହିଁ। ଦ୍ୱିତୀୟଟି ହେଉଛି ବ୍ୟବସ୍ଥିତ ବହୁପକ୍ଷବାଦ, ଯାହା ୟୁଏନ୍‌ଏସ୍‌ସିରେ ଆମକୁ ଏକ ସ୍ଥାୟୀ ଆସନ ଦିଅ ବୋଲି କହିବାର ଏକ ଚମତ୍କାର ଶୈଳୀ। ତୃତୀୟଟି ହେଉଛି ଶାନ୍ତିରକ୍ଷା। ପାଠକେ ହୁଏତ ଜାଣି ନ ଥିବେ ଯେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ବାହିନୀକୁ ସର୍ବାଧିକ ସୈନ୍ୟ ପଠାଉଥିବା ଦେଶଗୁଡ଼ିକ ହେଉଛି ନେପାଳ। ଏହା ପରେ ଅଛନ୍ତି ଭାରତ, ବାଂଲାଦେଶ, ରୁଆଣ୍ଡା ଏବଂ ପାକିସ୍ତାନ। ଚତୁର୍ଥଟି ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଯେଉଁଥିରେ ଭାରତର ଭୂମିକା ସ୍ପଷ୍ଟ ନୁହେଁ। ଜୟଶଙ୍କର ଏହାକୁ ଆଉ ଏକ ସଂକ୍ଷିପ୍ତ ନାମ ଦେଇଛନ୍ତି- ‘ମାନବ’(ଏମ୍‌ଏଏନ୍‌ଏଭି), ଯାହା କି ମୋରାଲ୍‌ ଆଣ୍ଡ୍‌ ଏଥିକାଲ୍‌ ସିଷ୍ଟମ୍ସ (ନୈତିକ ଏବଂ ଆଦର୍ଶଗତ ବ୍ୟବସ୍ଥା), ଆକାଉଣ୍ଟେବଲ୍‌ ଗଭର୍ନାନ୍ସ (ଉତ୍ତରଦାୟୀ ଶାସନ), ନ୍ୟାଶନାଲ୍‌ ସୋଭରେନ୍‌ଟି (ଜାତୀୟ ସାର୍ବଭୌମତ୍ୱ), ଆକ୍ସେସିବଲ୍‌ ଆଣ୍ଡ୍‌ ଇନ୍‌କ୍ଲୁସିଭ୍‌ (ସହଜଲଭ୍ୟ ଏବଂ ସମାବେଶୀ) ଏବଂ ଭ୍ୟାଲିଡ୍‌ ଆଣ୍ଡ୍‌ ଲେଜିଟିମେଟ୍‌ ସିଷ୍ଟମ୍ସ (ବୈଧ ଏବଂ ଯୁକ୍ତିଯୁକ୍ତ ବ୍ୟବସ୍ଥା)ର ଏକ ସଂକ୍ଷିପ୍ତ ରୂପ। ପଞ୍ଚମଟି ହେଉଛି ସାମୁଦ୍ରିକ ବ୍ୟବସ୍ଥା, ଯାହାର ଅର୍ଥ ହେଉଛି ଇରାନ ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅବରୋଧ କରିବା ବନ୍ଦ କରୁ। ଷଷ୍ଠଟି ହେଉଛି ଆତଙ୍କବାଦ। ଜୟଶଙ୍କର କହିଛନ୍ତି, ଆତଙ୍କବାଦୀ ଅର୍ଥପୋଷଣକୁ ରୋକିବା ପାଇଁ ଆମେ ପ୍ରତିବଦ୍ଧ। ଏହା ସତ୍ୟ ନୁହେଁ।
ଏହି ଛଅଟି ବିଷୟ ହେଉଛି ଆମ ନୀତି ବା ଯୋଜନା। ବୋଧହୁଏ ଆମକୁ ଭୋଟ୍‌ ଦେବା ପାଇଁ ବିଶ୍ୱ ଏହି ଇସ୍ତାହାରକୁ ଯଥେଷ୍ଟ କାରଣ ବୋଲି ଭାବିବ। କିନ୍ତୁ ସମସ୍ତଙ୍କୁ ଇରାନ ଯୁଦ୍ଧ ଏବଂ ପାଲେଷ୍ଟାଇନ ଗଣହତ୍ୟା ଭଳି ଦୁଇଟି ସମସ୍ୟାର ସମାଧାନ ଆମକୁ କରିବାକୁ ପଡ଼ିବ। ହେଲେ ପ୍ରଥମଟିରେ ଆମର କିଛି କହିବାକୁ ନାହିଁ, କାରଣ ଆମେ ଟ୍ରମ୍ପଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରୁଛୁ ଏବଂ ଯୁଦ୍ଧ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଆମେ ଇସ୍ରାଏଲଠାରୁ ଏକ ପଦକ ଗ୍ରହଣ କରିଥିଲୁ। ଦ୍ୱିତୀୟ ସମସ୍ୟା ଉପରେ ଜୟଶଙ୍କର କହିଥିଲେ, ”ଆମେ ଗତକାଲି ହିଁ ବ୍ରସେଲ୍ସରେ ଅନୁଷ୍ଠିତ ପାଲେଷ୍ଟାଇନ ଦାତବ୍ୟ ଗୋଷ୍ଠୀ ବୈଠକରେ ଏକ ସ୍ପେସିଆଲିଟି ହସ୍ପିଟାଲ, ଏକ କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଏବଂ ଏକ ବୃତ୍ତିଗତ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛୁ।“ କିନ୍ତୁ ପ୍ରକୃତରେ ପାଲେଷ୍ଟାଇନକୁ ନେଇ ଆମର ଆଭିମୁଖ୍ୟ ସମସ୍ତଙ୍କ ଆଗରେ ସ୍ପଷ୍ଟ। ଗାଜା ଉପରେ ଇସ୍ରାଏଲର ବୋମା ବିସ୍ଫୋରଣ ବନ୍ଦ କରିବାକୁ ଦାବି କରୁଥିବା ପ୍ରସ୍ତାବରେ ଭୋଟ୍‌ ଦାନରୁ ଭାରତ ବିରତ ରହିଥିଲା। ଗତ ସପ୍ତାହରେ ମୋ ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ପ୍ରକାଶ କରିଛି ଯେ, ଭାରତ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଗୋଳାବାରୁଦ ପଠାଉଛି, ଯାହା ପାଲେଷ୍ଟିନୀୟ ଶିଶୁମାନଙ୍କ ବିରୋଧରେ ବ୍ୟବହୃତ ହେଉଛି। ହେଲେ ଏବେ ସେମାନଙ୍କୁ ଭବିଷ୍ୟତରେ କୃତ୍ରିମ ଅଙ୍ଗ ଦେବାର ପ୍ରତିଶ୍ରୁତି ଦେଉଛି।
ଆମ୍ନେଷ୍ଟି ରିପୋର୍ଟର ଜବାବରେ ସରକାର କହିଛନ୍ତି, ରଣନୀତିକ ବାଣିଜ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ଏକ ଦୃଢ଼ ଆଇନଗତ ଏବଂ ନିୟାମକ ଢାଞ୍ଚା ରହିଛି। ଏହା ନିଜର ଜାତୀୟ ଆଇନ ଅନୁଯାୟୀ ତଥା ଅନ୍ତର୍ଜାତୀୟ ବାଧ୍ୟବାଧକତା ଅନୁଯାୟୀ ବିଭିନ୍ନ ଦେଶକୁ ବ୍ୟବହାର୍ଯ୍ୟ ସାମଗ୍ରୀ ରପ୍ତାନି କରିଥାଏ। ଏହାର ଅର୍ଥ ହେଉଛି ଆମେ ବୋମା ପଠାଇବା ଜାରି ରଖିବୁ। ଭାରତ ‘ବସୁଧୈବ କୁଟୁମ୍ବକମ୍‌’ ଦୃଷ୍ଟିକୋଣକୁ ସମର୍ଥନ କରେ ଏବଂ ଏହାକୁ ବାସ୍ତବରେ ପାଳନ କରିଛୁ ବୋଲି ଜୟଶଙ୍କର କହିଥିବାରୁ ବିଶ୍ୱର ସମସ୍ତ ଦେଶକୁ ଅନୁରୋଧ ଗଣତନ୍ତ୍ରର ଜନନୀଙ୍କୁ ଭୋଟ୍‌ ଦିଅନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri