ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହାକୁ ଅସ୍ଥାୟୀ କୁହାଯାଉଛି କାରଣ ଏହାର କାର୍ଯ୍ୟକାଳ ଦୁଇବର୍ଷ ଏବଂ ନିର୍ବାଚିତ କୁହାଯିବାର କାରଣ ହେଉଛି ୟୁଏନ୍‌ଏସ୍‌ସିର ୫ ସ୍ଥାୟୀ ସଦସ୍ୟଙ୍କ ସହ ବୈଠକରେ ଯୋଗଦେବାକୁ ଚାହଁୁଥିବା ୧୦ଟି ଦେଶ ୧୮୮ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ବଛାଯାଏ। ଏହି ୧୦ଟି ଦେଶ ପାଖରେ କୌଣସି ଭିଟୋ ପାୱାର ନ ଥାଏ। ତେଣୁ ଯଦି ୫ ସ୍ଥାୟୀ ସଦସ୍ୟ ଚାଇନା, ଆମେରିକା, ଫ୍ରାନ୍ସ, ରୁଷିଆ କିମ୍ବା ବ୍ରିଟେନ ମଧ୍ୟରୁ କେହି ଗୋଟିଏ ବି କୌଣସି ପ୍ରସ୍ତାବକୁ ବିରୋଧ କରେ ତେବେ ଅନ୍ୟ ୧୪ଟି ଦେଶ ସମର୍ଥନ କଲେ ମଧ୍ୟ ତାହା ଖାରଜ ହୋଇଯାଏ। ଗଣତନ୍ତ୍ରର ଜନନୀ ପୂର୍ବରୁ ଆଠ ଥର ୟୁଏନ୍‌ଏସ୍‌ସିକୁ ନିର୍ବାଚିତ ହୋଇଛି ଏବଂ ଶେଷ ଥର ୨୦୨୧-୨୨ରେ ହୋଇଥିଲା। ସେତେବେଳେ ଆମେ କ’ଣ ସଫଳତା ପାଇଥିଲୁ ତାହା ମୋର ମନେନାହିଁ ଏବଂ ଆମେ କାହିଁକି ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରୁଛୁ ତାହା ମଧ୍ୟ ଜଣାନାହିଁ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତାର ସମୟରୁ କିଛି ସଙ୍କେତ ମିଳେ। ସଦସ୍ୟତାର କାର୍ଯ୍ୟକାଳ ୨୦୨୮ ଏବଂ ୨୦୨୯ ପାଇଁ ରହିବ। ଅର୍ଥାତ୍‌ ପରବର୍ତ୍ତୀ ସାଧାରଣ ନିର୍ବାଚନର ଠିକ୍‌ ମଧ୍ୟଭାଗରେ ହୋର୍ଡିଂ ଲଗାଇ ନିଜକୁ ବିଶ୍ୱସ୍ତରୀୟ ବୋଲି ଦେଖେଇ ହେବାର ସୁଯୋଗ ମିଳିବ। ଜାତିସଂଘରେ ନିର୍ବାଚନ ଆସନ୍ତା ବର୍ଷ ଜୁନ୍‌ରେ ହେବ ଏବଂ ଆଉ ଏକ ପ୍ରାର୍ଥୀ ତାଜିକିସ୍ତାନକୁ ଆମକୁ ପରାସ୍ତ କରିବାକୁ ହେବ (କିମ୍ବା ନାମାଙ୍କନ ପ୍ରତ୍ୟାହାର କରିବାକୁ ପଡ଼ିବ)। ଏହା ପାଖରେ ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କନ୍‌ଫରେନ୍ସ(ଓଆଇସି)ର ୫୬ଟି ଭୋଟ୍‌ ଦେଉଥିବା ସଦସ୍ୟଙ୍କ ସମର୍ଥନ ରହିଛି ଏବଂ ଏହି ଦେଶ ଏ ପର୍ଯ୍ୟନ୍ତ ଥରେ ହେଲେ ବି ନିର୍ବାଚିତ ହୋଇ ନ ଥିବାରୁ ସହାନୁଭୂତି ଭୋଟ୍‌ ପାଇବାର ସମ୍ଭାବନା ରହିଛି।
ପ୍ରାର୍ଥୀମାନଙ୍କୁ ସମୁଦାୟ ୧୯୩ ସଦସ୍ୟ ଦେଶ ମଧ୍ୟରୁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ। ତେଣୁ ଯଦି ସମସ୍ତ ଦେଶ ଉପସ୍ଥିତ ରହି ଭୋଟ୍‌ ଦିଅନ୍ତି, ତେବେ ୧୨୯ଟି ଭୋଟ୍‌ ଦରକାର। ଓଆଇସିର ୫୬ଟି ଭୋଟ୍‌ ବିନା ଆମେ ଜିତିପାରିବା, କିନ୍ତୁ ଏହା କଷ୍ଟକର। ତାଜିକିସ୍ତାନକୁ ଓହରିଯିବା ପାଇଁ ବାଧ୍ୟ କରିବା କିମ୍ବା ମୁସଲିମ୍‌ ଗୋଷ୍ଠୀକୁ ଭାଙ୍ଗିବା ପାଇଁ ଆମକୁ କିଛି ଚତୁର ଉପାୟ କରିବାକୁ ପଡ଼ିବ। ତେବେ ଆମ ନୀତି ବା ଯୋଜନା କ’ଣ ତାହା ଜୟଶଙ୍କର ଭାଷଣରେ କହିଛନ୍ତି। ନୂତନ ଭାରତର ଅଧିକାଂଶ ବିଷୟ ଭଳି, ଏହାର ସଂକ୍ଷିପ୍ତ ନାମ ‘ଶାନ୍ତି’(ଏସ୍‌ଏଚ୍‌ଏଏନ୍‌ଟିଆଇ) ଦିଆଯାଇଛି, ଯାହାର ପୂର୍ଣ୍ଣରୂପ ହେଉଛି- ‘ସିକ୍ୱୋରିଂ ହୋଲିଷ୍ଟିକ ଆଡ୍‌ଭାନ୍ସମେଣ୍ଟ ଥ୍ରୁ ନମର୍‌ସ, ଟ୍ରଷ୍ଟ ଆଣ୍ଡ୍‌ ଇଣ୍ଟିଗ୍ରିଟି। ଏହା ଶୁଣିବାକୁ ନିର୍ବାଚନ କମିଶନ କିମ୍ବା ଦିଲ୍ଲୀ ପୋଲିସର ସ୍ଳୋଗାନ ଭଳି ଲାଗୁଛି। ଶାନ୍ତିର ପ୍ରଥମ ବିଷୟ ହେଉଛି ଭାରତ ଗ୍ଲୋବାଲ୍‌ ସାଉଥ୍‌ର ସ୍ବର ବୋଲି ଦାବି କରେ। ହେଲେ କେମିତି, କେଉଁଠି ତାହା ଦର୍ଶାଯାଇ ନାହିଁ। ଦ୍ୱିତୀୟଟି ହେଉଛି ବ୍ୟବସ୍ଥିତ ବହୁପକ୍ଷବାଦ, ଯାହା ୟୁଏନ୍‌ଏସ୍‌ସିରେ ଆମକୁ ଏକ ସ୍ଥାୟୀ ଆସନ ଦିଅ ବୋଲି କହିବାର ଏକ ଚମତ୍କାର ଶୈଳୀ। ତୃତୀୟଟି ହେଉଛି ଶାନ୍ତିରକ୍ଷା। ପାଠକେ ହୁଏତ ଜାଣି ନ ଥିବେ ଯେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ବାହିନୀକୁ ସର୍ବାଧିକ ସୈନ୍ୟ ପଠାଉଥିବା ଦେଶଗୁଡ଼ିକ ହେଉଛି ନେପାଳ। ଏହା ପରେ ଅଛନ୍ତି ଭାରତ, ବାଂଲାଦେଶ, ରୁଆଣ୍ଡା ଏବଂ ପାକିସ୍ତାନ। ଚତୁର୍ଥଟି ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଯେଉଁଥିରେ ଭାରତର ଭୂମିକା ସ୍ପଷ୍ଟ ନୁହେଁ। ଜୟଶଙ୍କର ଏହାକୁ ଆଉ ଏକ ସଂକ୍ଷିପ୍ତ ନାମ ଦେଇଛନ୍ତି- ‘ମାନବ’(ଏମ୍‌ଏଏନ୍‌ଏଭି), ଯାହା କି ମୋରାଲ୍‌ ଆଣ୍ଡ୍‌ ଏଥିକାଲ୍‌ ସିଷ୍ଟମ୍ସ (ନୈତିକ ଏବଂ ଆଦର୍ଶଗତ ବ୍ୟବସ୍ଥା), ଆକାଉଣ୍ଟେବଲ୍‌ ଗଭର୍ନାନ୍ସ (ଉତ୍ତରଦାୟୀ ଶାସନ), ନ୍ୟାଶନାଲ୍‌ ସୋଭରେନ୍‌ଟି (ଜାତୀୟ ସାର୍ବଭୌମତ୍ୱ), ଆକ୍ସେସିବଲ୍‌ ଆଣ୍ଡ୍‌ ଇନ୍‌କ୍ଲୁସିଭ୍‌ (ସହଜଲଭ୍ୟ ଏବଂ ସମାବେଶୀ) ଏବଂ ଭ୍ୟାଲିଡ୍‌ ଆଣ୍ଡ୍‌ ଲେଜିଟିମେଟ୍‌ ସିଷ୍ଟମ୍ସ (ବୈଧ ଏବଂ ଯୁକ୍ତିଯୁକ୍ତ ବ୍ୟବସ୍ଥା)ର ଏକ ସଂକ୍ଷିପ୍ତ ରୂପ। ପଞ୍ଚମଟି ହେଉଛି ସାମୁଦ୍ରିକ ବ୍ୟବସ୍ଥା, ଯାହାର ଅର୍ଥ ହେଉଛି ଇରାନ ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅବରୋଧ କରିବା ବନ୍ଦ କରୁ। ଷଷ୍ଠଟି ହେଉଛି ଆତଙ୍କବାଦ। ଜୟଶଙ୍କର କହିଛନ୍ତି, ଆତଙ୍କବାଦୀ ଅର୍ଥପୋଷଣକୁ ରୋକିବା ପାଇଁ ଆମେ ପ୍ରତିବଦ୍ଧ। ଏହା ସତ୍ୟ ନୁହେଁ।
ଏହି ଛଅଟି ବିଷୟ ହେଉଛି ଆମ ନୀତି ବା ଯୋଜନା। ବୋଧହୁଏ ଆମକୁ ଭୋଟ୍‌ ଦେବା ପାଇଁ ବିଶ୍ୱ ଏହି ଇସ୍ତାହାରକୁ ଯଥେଷ୍ଟ କାରଣ ବୋଲି ଭାବିବ। କିନ୍ତୁ ସମସ୍ତଙ୍କୁ ଇରାନ ଯୁଦ୍ଧ ଏବଂ ପାଲେଷ୍ଟାଇନ ଗଣହତ୍ୟା ଭଳି ଦୁଇଟି ସମସ୍ୟାର ସମାଧାନ ଆମକୁ କରିବାକୁ ପଡ଼ିବ। ହେଲେ ପ୍ରଥମଟିରେ ଆମର କିଛି କହିବାକୁ ନାହିଁ, କାରଣ ଆମେ ଟ୍ରମ୍ପଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରୁଛୁ ଏବଂ ଯୁଦ୍ଧ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଆମେ ଇସ୍ରାଏଲଠାରୁ ଏକ ପଦକ ଗ୍ରହଣ କରିଥିଲୁ। ଦ୍ୱିତୀୟ ସମସ୍ୟା ଉପରେ ଜୟଶଙ୍କର କହିଥିଲେ, ”ଆମେ ଗତକାଲି ହିଁ ବ୍ରସେଲ୍ସରେ ଅନୁଷ୍ଠିତ ପାଲେଷ୍ଟାଇନ ଦାତବ୍ୟ ଗୋଷ୍ଠୀ ବୈଠକରେ ଏକ ସ୍ପେସିଆଲିଟି ହସ୍ପିଟାଲ, ଏକ କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଏବଂ ଏକ ବୃତ୍ତିଗତ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛୁ।“ କିନ୍ତୁ ପ୍ରକୃତରେ ପାଲେଷ୍ଟାଇନକୁ ନେଇ ଆମର ଆଭିମୁଖ୍ୟ ସମସ୍ତଙ୍କ ଆଗରେ ସ୍ପଷ୍ଟ। ଗାଜା ଉପରେ ଇସ୍ରାଏଲର ବୋମା ବିସ୍ଫୋରଣ ବନ୍ଦ କରିବାକୁ ଦାବି କରୁଥିବା ପ୍ରସ୍ତାବରେ ଭୋଟ୍‌ ଦାନରୁ ଭାରତ ବିରତ ରହିଥିଲା। ଗତ ସପ୍ତାହରେ ମୋ ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ପ୍ରକାଶ କରିଛି ଯେ, ଭାରତ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଗୋଳାବାରୁଦ ପଠାଉଛି, ଯାହା ପାଲେଷ୍ଟିନୀୟ ଶିଶୁମାନଙ୍କ ବିରୋଧରେ ବ୍ୟବହୃତ ହେଉଛି। ହେଲେ ଏବେ ସେମାନଙ୍କୁ ଭବିଷ୍ୟତରେ କୃତ୍ରିମ ଅଙ୍ଗ ଦେବାର ପ୍ରତିଶ୍ରୁତି ଦେଉଛି।
ଆମ୍ନେଷ୍ଟି ରିପୋର୍ଟର ଜବାବରେ ସରକାର କହିଛନ୍ତି, ରଣନୀତିକ ବାଣିଜ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ଏକ ଦୃଢ଼ ଆଇନଗତ ଏବଂ ନିୟାମକ ଢାଞ୍ଚା ରହିଛି। ଏହା ନିଜର ଜାତୀୟ ଆଇନ ଅନୁଯାୟୀ ତଥା ଅନ୍ତର୍ଜାତୀୟ ବାଧ୍ୟବାଧକତା ଅନୁଯାୟୀ ବିଭିନ୍ନ ଦେଶକୁ ବ୍ୟବହାର୍ଯ୍ୟ ସାମଗ୍ରୀ ରପ୍ତାନି କରିଥାଏ। ଏହାର ଅର୍ଥ ହେଉଛି ଆମେ ବୋମା ପଠାଇବା ଜାରି ରଖିବୁ। ଭାରତ ‘ବସୁଧୈବ କୁଟୁମ୍ବକମ୍‌’ ଦୃଷ୍ଟିକୋଣକୁ ସମର୍ଥନ କରେ ଏବଂ ଏହାକୁ ବାସ୍ତବରେ ପାଳନ କରିଛୁ ବୋଲି ଜୟଶଙ୍କର କହିଥିବାରୁ ବିଶ୍ୱର ସମସ୍ତ ଦେଶକୁ ଅନୁରୋଧ ଗଣତନ୍ତ୍ରର ଜନନୀଙ୍କୁ ଭୋଟ୍‌ ଦିଅନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?