ଯୁଦ୍ଧବିରତି ସଙ୍କେତ

କ୍ୱିଭ/ମସ୍କୋ,୨୮ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ ଉପରେ ରୁଷିଆର ବର୍ବରତା ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଯୁଦ୍ଧ ବିରତିର ସଙ୍କେତ ମିଳିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଶକ୍ତିଶାଳୀ ସେନା ଲଗାତର ଚତୁର୍ଥ ଦିନ ଧରି ୟୁକ୍ରେନ୍‌ ଦଖଲ ପାଇଁ ଆକ୍ରମଣ କରୁଥିବାବେଳେ ପଡ଼ୋଶୀ ଭୂଖଣ୍ଡରେ ବିରୋଧ ଯୋଗୁ ଅନେକ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିଛି। ରୁଷୀୟ ସୈନ୍ୟମାନେ ରାଜଧାନୀ କ୍ୱିଭ୍‌ ଦଖଲ ପରେ ରବିବାର ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍‌ ସହର ଖର୍କିଭ୍‌କୁ କବ୍‌ଜା କରିବାକୁ ଉଦ୍ୟମ କରିଥିଲେ। ହେଲେ ୟୁକ୍ରେନ୍‌ ସୁରକ୍ଷା ବଳର ପ୍ରତିରୋଧ ଯୋଗୁ ସେମାନେ ଏଥିରେ ବିଫଳ ହୋଇଥିବା କ୍ୱିଭ୍‌ ପକ୍ଷରୁ ଦାବି କରାଯାଇଛି। ଇତିମଧ୍ୟରେ ବେଲାରୁଷରେ ଆଲୋଚନା ପାଇଁ ମସ୍କୋ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଯେଉଁ ମାଟିରୁ ନିଜ ପ୍ରିୟ ଦେଶବାସୀଙ୍କ ଉପରେ ଆକ୍ରମଣ କରାଯାଇଛି, ସେଠାରେ ଶାନ୍ତିର ଆଲୋଚନା କରାଯାଇ ନ ପାରେ ବୋଲି ଜେଲେନ୍‌ସ୍କି ଜବାବ ଦେଇଥିଲେ। ତେବେ ବେଲାରୁଷର ଆମତ୍ଘୋଷିତ ନେତା ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋ ୟୁକ୍ରେନ୍‌ କର୍ତ୍ତୃପକ୍ଷଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ତେଣୁ ମସ୍କୋ ଓ କ୍ୱିଭ୍‌ର ମଧ୍ୟସ୍ଥମାନେ ବେଲାରୁଷ ସୀମାରେ ପହଞ୍ଚତ୍ ଶାନ୍ତି ଆଲୋଚନା କରିବେ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ରାତିରେ ସୂଚନା ଦିଆଯାଇଛି। ୟୁକ୍ରେନ୍‌ ଆକ୍ରମଣର ଚତୁର୍ଥ ଦିନରେ ଉତ୍ତେଜନା ହ୍ରାସ ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ। ତେବେ ୟୁରୋପୀୟ ସଂଘର ଆର୍ଥିକ କଟକଣାର ଜବାବ ଦେବାକୁ ଯାଇ ପୁଟିନ୍‌ ନିଜ ଆଣବିକ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ହାଇଆଲର୍ଟରେ ରଖିବାକୁ ପ୍ରତିରକ୍ଷା ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ପୁଟିନ୍‌ଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା କେବଳ ୟୁକ୍ରେନ୍‌ ନୁହେଁ, ବରଂ ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ରୁଷିଆ ସେନା ରବିବାର ୟୁକ୍ରେନ୍‌ର ରାଜଧାନୀ କ୍ୱିଭ୍‌ ଏବଂ ଏହାର ଦକ୍ଷିଣରେ ଥିବା ଭାସିଲ୍‌କିଭ୍‌ ସହରର କେତେକ ତୈଳ ଡିପୋକୁ ଆକାଶମାର୍ଗରୁ କ୍ଷେପଣାସ୍ତ୍ର ମାଡ଼ କରି ଉଡ଼ାଇଦେଇଛି। ଏଥିସହ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ୟୁକ୍ରେନ୍‌ ଦେଇ ଯାଇଥିବା ପାଇପ୍‌ଲାଇନ୍‌କୁ ମଧ୍ୟ ଅଚଳ କରିଦେଇଛି। ହୁ ହୁ ହୋଇ ଜଳୁଥିବା ତୈଳ ଓ ବାଷ୍ପ ସମ୍ପଦର ବିଷାକ୍ତ ଧୂଅଁାରେ ସମ୍ପୃକ୍ତ ଅଞ୍ଚଳର ଅଧିବାସୀ ଅଣନିଃଶ୍ୱାସୀ ହୋଇପଡ଼ିଥିବାବେଳେ ଆକାଶରେ ଘୋଟିଥିବା ଧୂମ ବଳୟ ପ୍ରଦୂଷଣଜନିତ ସଙ୍କଟର ଭୟାବହତାକୁ ଦର୍ଶାଉଛି। ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଅଦ୍ୟାବଧି ରୁଷିଆ ସେନାକୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଯୁଦ୍ଧବିମାନ ଓ ତୋପ କମାଣ ନେଇ ସେମାନେ ୟୁକ୍ରେନ୍‌କୁ ପଶିଆସିଥିଲେ ହେଁ ଲଜିଷ୍ଟିକ୍‌ ସପୋର୍ଟ ଓ ଜରୁରୀ ଆବଶ୍ୟକତା ପୂରଣ ହୋଇପାରୁ ନ ଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି। ଏହି ସମୟରେ ଜେଲେନ୍‌ସ୍କିଙ୍କ ଧୈର୍ଯ୍ୟ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କ ସୈନ୍ୟଙ୍କ ମନୋବଳକୁ ବହୁଗୁଣିତ କରିଛି। ଜେଲେନ୍‌ସ୍କି କହିଥିଲେ, ଓ୍ବାର୍‌ସ, ବ୍ରାଟିସ୍‌ଲାଭା, ବୁଡାପେଷ୍ଟ, ଇସ୍ତାନବୁଲ ଏବଂ ବାକୁ ମଧ୍ୟରୁ କୌଣସି ସ୍ଥାନକୁ ବିକଳ୍ପ ଭାବେ ବାଛିଲେ ଆଲୋଚନା ହେବ ବୋଲି କ୍ୱିଭ୍‌ ପକ୍ଷରୁ ମସ୍କୋ ଆଗରେ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ରୁଷିଆ ବେଲାରୁଷକୁ ବାଛିଛି, ଯେଉଁଠୁ ୟୁକ୍ରେନ୍‌ ଆକ୍ରମଣର ମୂଳଦୁଆ ପଡ଼ିଥିଲା ବୋଲି ଜେଲେନ୍‌ସ୍କି ସମାଲୋଚନା କରିଥିଲେ। ଅନ୍ୟପକ୍ଷେ ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ଦେଶର ସ୍ବତନ୍ତ୍ର ବଳକୁ ପ୍ରଶଂସା କରିଛନ୍ତି। ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରି ଏକ ବଡ଼ ସୁଯୋଗକୁ ହାତଛଡ଼ା କରୁଥିବା ରୁଷିଆ ରାଷ୍ଟ୍ରପତି କହିଥିଲେ। ପରେ ବେଲାରୁଷ ସୀମାରେ ଆଲୋଚନା ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଅଫିସ ସୂତ୍ରରୁ ଜଣାପଡ଼ିଛି।
ରୁଷିଆ ସେନା ଆକ୍ରମଣରେ ଅଦ୍ୟାବଧି ୨୧୦ ୟୁକ୍ରେନ୍‌ ନାଗରିକ ନିହତ ହୋଇଥିବାବେଳେ ୟୁକ୍ରେନ୍‌ ସାମରିକ ବଳ ଆମତ୍ରକ୍ଷା ପାଇଁ ନେଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ୪,୩୦୦ ରୁଷୀୟ ସୈନ୍ୟ ନିହତ ହୋଇଥିବା କ୍ୱିଭ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ର ଖର୍କିଭ୍‌କୁ ଦଖଲ ଦାବି କରିଥିବାବେଳେ ସ୍ଥାନୀୟ ପ୍ରଶାସନ ମୁଖ୍ୟ ଓଲେଗ୍‌ ସିନେଗୁବୋଭ୍‌ ଏହାକୁ ଖଣ୍ଡନ କରିଛନ୍ତି। ୟୁକ୍ରେନ୍‌ ସେନା ‘କ୍ଲିନ୍‌ଅପ୍‌ ଅପରେଶନ’ ଚଳାଇ ରୁଷିଆ ପ୍ରତିପକ୍ଷଙ୍କୁ ଘଉଡ଼ାଇ ଦେଇଥିବା ଓଲେଗ୍‌ ଟେଲିଗ୍ରାମ୍‌ରେ ସୂଚନା ଦେଇଛନ୍ତି। ବିଶ୍ୱ ସେମାନଙ୍କ ସାମର୍ଥ୍ୟକୁ ସନ୍ଦେହ କରୁଥିବାବେଳେ ୟୁକ୍ରେନ୍‌ ସାମରିକ ବଳ ପରାକ୍ରମର ପ୍ରମାଣ ଦେଇଛି ବୋଲି ଏହି ପ୍ରତିରୋଧକୁ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌ ପ୍ରଶଂସା କରିଛନ୍ତି।
ଏସବୁ ଭିତରେ ୟୁକ୍ରେନ୍‌ ରୁଷିଆକୁ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)କୁ ଟାଣିଛି। ନେଦରଲାଣ୍ଡ୍‌ସ ରାଜଧାନୀ ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତରେ ଆସନ୍ତା ସପ୍ତାହରୁ ଏହି ଅନ୍ତଃରାଷ୍ଟ୍ରୀୟ ବିବାଦର ସମାଧାନ ପାଇଁ ବିଚାର ହେବ ବୋଲି ଜଣାପଡ଼ିଛି। ରୁଷିଆବାସୀ ଭୟରେ ଦେଶର ବ୍ୟାଙ୍କଗୁଡ଼ିକରୁ ଅର୍ଥ ଉଠାଇବାରେ ଲାଗିଥିବାବେଳେ କେନ୍ଦ୍ରୀୟ ବ୍ୟାଙ୍କ ଧୈର୍ଯ୍ୟ ଧରିବାକୁ ସେମାନଙ୍କୁ ପରାମର୍ଶ ଦେଇଛି। ଆକ୍ରମଣ ଦିନଠାରୁ ୟୁକ୍ରେନ୍‌ରୁ ଏଯାଏ ୪ ଲକ୍ଷ ଲୋକ ପଳାୟନ କଲେଣି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଗଣପଳାୟନ କରି ସୀମାନ୍ତ ପୋଲାଣ୍ଡରେ ୧ ଲକ୍ଷ ଲୋକ ଆଶ୍ରୟ ନେଇଥିବାବେଳେ ହଙ୍ଗେରି, ରୋମାନିଆ ଓ ମୋଲଡୋଭାକୁ ଲକ୍ଷାଧିକ ୟୁକ୍ରେନ୍‌ ଶରଣାର୍ଥୀ ଯାଇଛନ୍ତି।

ରୁଷିଆ ଉପରେ ‘ସ୍ବିଫ୍ଟ’ ବ୍ୟାନ୍‌

ୟୁକ୍ରେନ ଉପରେ ରୁଷିଆର ଘାତକ ଆକ୍ରମଣ ଚାଲିଥିବାବେଳେ ଆମେରିକା ଏବଂ ବ୍ରିଟେନ ସମେତ ୟୁରୋପୀୟ ସଂଘ(ଇୟୁ) ସଦସ୍ୟ ରାଷ୍ଟ୍ରଗୁଡ଼ିକ ରବିବାର କଠୋର ହୋଇଛନ୍ତି। ରୁଷିଆର କେତେକ ପ୍ରମୁଖ ଆର୍ଥିକ ଅନୁଷ୍ଠାନ ଉପରେ ‘ସ୍ବିଫ୍ଟ’ ବ୍ୟାନ୍‌ ଲଗାଇବାକୁ ପାଶ୍ଚାତ୍ୟ ନିଷ୍ପତ୍ତି ନେଇଛି। ସୋସାଇଟି ଫର୍‌ ଓ୍ବାଲର୍‌ଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ୍‌ (ଏସ୍‌ଡବ୍ଲ୍ୟୁଆଇଏଫ୍‌ଟି) ଗ୍ଲୋବାଲ୍‌ ବ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ବର୍କ ସିଷ୍ଟମରୁ ରୁଷିଆର କେତେକ ଆର୍ଥିକ ଅନୁଷ୍ଠାନକୁ ହଟାଇବା ଲାଗି ନିଷ୍ପତ୍ତି ହୋଇଥିଲେ ହେଁ କ୍ରେମେଲିନ୍‌ ବିରୋଧରେ ଏହି ବଡ଼ ଅସ୍ତ୍ରକୁ ସମ୍ପୂର୍ଣ୍ଣ ବ୍ୟବହାର କରିବା ସେମାନଙ୍କ ପକ୍ଷେ କଷ୍ଟକର। କାରଣ ଏଥିରେ କେବଳ ରୁଷିଆ ନୁହେଁ, ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତିର ସମ୍ମୁଖୀନ ହେବେ। ତେବେ ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କ ଉପରେ ମଧ୍ୟ କଠୋର କଟକଣା ଜାରି କରିବାକୁ ପ୍ରସ୍ତୁତି ହୋଇଛି। ଏକ ଯୁଗ୍ମ ଟାସ୍କଫୋର୍ସ ଗଠନ କରାଯାଇ ମସ୍କୋର ବିଭିନ୍ନ କମ୍ପାନୀ ଏବଂ ପ୍ରମୁଖ ରାଜନେତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଆମେରିକା, ୟୁରୋପୀୟ କମିଶନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ ଏବଂ କାନାଡା ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ଫଳରେ ରୁଷୀୟମାନେ ବ୍ୟାଙ୍କରୁ ନିଜ ବିପୁଳ ଜମାରାଶି ଉଠାଇବାରେ ଲାଗିଛନ୍ତି। ଏହା ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କ ପାଇଁ ଚିନ୍ତାର କାରଣ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri