ସଂଘର୍ଷ ହିଁ ସଫଳତା ଦିଏ

୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେଧୀରେ ବ୍ୟବସାୟ ସଫଳତା ଆଡ଼କୁ ଗତି କରିଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଗୋଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ପଦ୍ମପୁର ଆଦି ସହରରେ ଡିଲରଶିପ୍‌ ଖୋଲିଥିଲା।

ନାରାୟଣୀ ମୋଟର୍ସର ଏତେ ବର୍ଷର ଯାତ୍ରା କିଭଳି ଥିଲା?

ଓଡିସୀ ମୋଟର୍ସ ୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର୍‌ ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଧୀରେଧୀରେ ବ୍ୟବସାୟ ସଫଳତା ଆଡ଼କୁ ଗତି କରିଥିଲା ଏବଂ ପରବର୍ତ୍ତୀ ସମୟରେ ଅନୁଗୋଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ପଦ୍ମପୁର ଆଦି ସହରରେ ଡିଲରଶିପ୍‌ ଖୋଲିଥିଲା। ବର୍ତ୍ତମାନ ଏହି ସବୁ ସ୍ଥାନରେ କମ୍ପାନୀ ପକ୍ଷରୁ ଶତାଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସଂଘର୍ଷ ହିଁ ଆମ ପାଇଁ ସଫଳତା ଆଣିଦେଇଛି।
ଆପଣଙ୍କ କମ୍ପାନୀର ୟୁଏସ୍‌ପିଗୁଡ଼ିକ କ’ଣ ଏବଂ ଆପଣଙ୍କ ଶୋ’ ରୁମ୍‌ରେ ବର୍ତ୍ତମାନ କେଉଁ

ମଡେଲ୍‌ ସବୁ ରହିଛି?
ଆମ କମ୍ପାନୀର ୟୁଏସ୍‌ପି ସହର ଏବଂ ଗ୍ରାମାଞ୍ଚଳରେ ପ୍ରଭାବୀ ସେବା ପ୍ରଦାନ କରୁଛି। ଦ୍ୱିତୀୟତଃ ଆମେ ସବୁବେଳେ ବିଭିନ୍ନ ମଡେଲ ମହଜୁଦ ରଖିଥାଉ। ତେଣୁ ଏହା ଆମ ବ୍ୟବସାୟକୁ ଅଧିକ ସଶକ୍ତ କରେ।

ଏହି ବ୍ୟବସାୟରେ ସଫଳତାର ଶ୍ରେୟ କାହାକୁ ଦେବେ?
ସଫଳତାର ଶ୍ରେୟ ମୁଖ୍ୟ କମ୍ପାନୀ ‘ମାରୁତି ସୁଜୁକି’କୁ ଦିଆଯିବ। କାରଣ ଏହା ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ନୂଆ ଉଦ୍ଭାବନ ଦ୍ୱାରା ପୂରଣ କରିବାକୁ ଚେଷ୍ଟା କରେ।

ବଜେଟ-୨୦୨୨ ଉପରେ ଆପଣଙ୍କ ମତ କ’ଣ?
ଚଳିତ ବଜେଟ୍‌ ଏକ ବିକାଶ କୈନ୍ଦ୍ରିକ ଏବଂ ଭବିଷ୍ୟତ ଉପଯୋଗୀ ବଜେଟ୍‌। ରାଜପଥ, ରେଲ୍‌ଓ୍ବେ, ଟେଲିକମ୍‌ ଭିତ୍ତିଭୂମିର ଭନ୍ନତି ଦିଗରେ ଏହି ବଜେଟ୍‌ରେ ଧ୍ୟାନ ଦିଆଯାଇଛି। ଏହା ନିଶ୍ଚିତ ଭାବରେ ଦେଶର ଆର୍ଥିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବାରେ ସହଯୋଗ କରିବ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କି ଯୋଜନା ରଖିଛନ୍ତି?
ଆଗାମୀ ଆର୍ଥିକବର୍ଷରେ ଆମେ ବିକ୍ରି ନେଟ୍‌ଓ୍ବାର୍କ ବୃଦ୍ଧି କରିବୁ ଏବଂ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ସେବା ପ୍ରଦାନ ପାଇଁ ପ୍ରୟାସ କରିବୁ। ଏଥିସହିତ ଆମ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା ଜାରି ରଖିବୁ।
ସେମିକଣ୍ଡକ୍ଟର ଯୋଗୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଆପଣ ଏହାକୁ କିଭଳି ଭାବରେ

ପରିଚାଳନା କରିଛନ୍ତି ?
କେନ୍ଦ୍ର ସରକାରଙ୍କ ବାଣିଜି୍ୟକ ନୀତି ଯୋଗୁଁ ଅଟୋ ଶିଳ୍ପ ଉପରେ ଏନେକ ପ୍ରଭାବ ପଡ଼ିଛି। ବିଦେଶୀ ରାଷ୍ଟ୍ରମାନଙ୍କରେ ଏହାର ଆମଦାନୀ କରାଯାଉଥିବାରୁ ଆମପାଇଁ ସମସ୍ୟା ସୃଷ୍ଟି ହୋଇଛି। ସମାଧାନ ପାଇଁ ଉଭୟ ସରକାର ଏବଂ ଅଟୋଶିଳ୍ପ ଅନେକ ଯୋଜନା କରୁଛନ୍ତି। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଉଭୟ ପକ୍ଷରୁ ପ୍ରୟାସ ଜାରି ରହିଛି। ସେହିଭଳି ଗ୍ରାହକଙ୍କ ଚାହିଦା ପୂରଣ ପାଇଁ କମ୍ପାନୀ ଏବଂ ଶୋ’ରୁମ୍‌ ପକ୍ଷରୁ ଗ୍ରାହକଙ୍କୁ ଆଶ୍ୱାସନା ଦିଆଯିବା ସହିତ ଅସୁବିଧାର ସମାଧାନ ପାଇଁ ମଧ୍ୟ ପ୍ରୟାସ କରାଯାଉଛି।

ବ୍ୟବସାୟ ଏବଂ ପରିବାର ମଧ୍ୟରେ ସମନ୍ବୟ କିଭଳି ରକ୍ଷା କରୁଛନ୍ତି?
ବୃତ୍ତି ବ୍ୟବସାୟ ହେଲେ ବଡ଼ ପରିବାରର ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ପଡୁଛି। ଉଭୟ ପକ୍ଷକୁ ସମାନ ଭାବରେ ସମୟ ଦେଇ ଚାଲିବାକୁ ପଡୁଛି। ଏହା ମଧ୍ୟରୁ ସମୟ ବାହାର କରି ସାମାଜିକ କାର୍ଯ୍ୟ ଶେଷ କରିବାକୁ ପଡୁଛି। ପରିଶ୍ରମ ଅଧିକ ହେଲେ ବି ଉଭୟ ପକ୍ଷର ସହଯୋଗ ଏବଂ ଭଲପାଇବା ଯୋଗୁଁ ଦୀର୍ଘ ବର୍ଷ ହେଲା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri