ଜେଡ୍‌କଲ୍‌-ଏନ୍‌ଏଚ୍‌ପିସି ଏମ୍‌ଓୟୁ ସ୍ବାକ୍ଷର

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟର ୧୨ ଜଳଭଣ୍ଡାରରେ ଭାସମାନ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରୁ ପ୍ରାୟ ୫୦୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରାଯାଇପାରିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୫୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ପାଇଁ ପ୍ରାଥମିକ କାର୍ଯ୍ୟାଦେଶଠାରୁ କାର୍ଯ୍ୟ ଆରମ୍ଭ ପର୍ଯ୍ୟନ୍ତ ପ୍ରାୟ ୭ରୁ ୮ ମାସ ସମୟ ମଧ୍ୟରେ ଶେଷ ହେବ। ସୋମବାର ଓଏଚ୍‌ପିସି ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍‌କଲ୍‌) ଏବଂ ଜାତୀୟ ଜଳ ବିଦ୍ୟୁତ୍‌ ନିଗମ (ଏନ୍‌ଏଚ୍‌ପିସି) ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆକଳନ କରାଯାଇଛି। ଏହା ହେବ ଦେଶର ସର୍ବବୃହତ୍‌ ସୌର ପ୍ରକଳ୍ପ। ଏହା ବିଶେଷ ଭାବେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ସ୍ଥାପିତ ହେବ। ଏହା କାର୍ଯ୍ୟକାରୀ ହେଲେ ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଜଳଭଣ୍ଡାର ଉପରେ ଏହାର ପ୍ୟାନେଲ୍‌ ସ୍ଥାପନ କରାଯିବା ଦୃଷ୍ଟିରୁ ଜମିର ବ୍ୟବହାର ବହୁମାତ୍ରାରେ ହ୍ରାସ ପାଇବ। ତା’ଛଡ଼ା ଜଳବାଷ୍ପୀକରଣକୁ ଏହା ରୋକିପାରିବ। ଏହି ପ୍ରକଳ୍ପକୁ ଓଡ଼ିଶା ଏବଂ ଭାରତ ସରକାରଙ୍କ ନୂତନ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟର ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ଅଧୀନରେ ମିଳିତ ଭାବେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦେଶର ଖାଦ୍ୟ ଓ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିପାରିବ। ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ୨୦୨୨ ରାଜ୍ୟରେ ୨୨୦୦ ମେଗାଓ୍ବାଟ୍‌ ସୌରଶକ୍ତି ଏବଂ ୫୫୦ ମେଗାଓ୍ବାଟ୍‌ର ଅଣ ସୌର ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ୩୬୨ ମେଗାଓ୍ବାଟ୍‌ ସୌର ଶକ୍ତି ଓ ୭୭ ମେଗାଓ୍ବାଟ୍‌ର ଅଣ ସୌରଶକ୍ତି ଉତ୍ପାଦନ ହେଉଛି। ଗ୍ରୀଡ୍‌କୋ ରାଜ୍ୟ ବାହାରୁ ୭୫ ମେଗାଓ୍ବାଟ୍‌ ସୌର ଓ ୧୫୦ ମେଗାଓ୍ବାଟ୍‌ ପବନ ଶକ୍ତି ଖରିଦ୍‌ କରୁଛି।
ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ରକୁ ଜେଡ୍‌କଲ୍‌ ତରଫରୁ ମୁଖ୍ୟ ନିର୍ବାହୀ ଅଧିକାରୀ ଜି.ଆର୍‌. ଦାଶ ଏବଂ ଏନ୍‌ଏଚ୍‌ ପିସି ତରଫରୁ ନିର୍ବାହୀ ନିର୍ଦ୍ଦେଶକ ଆର୍‌.କେ. ଜୟସ୍ବାଲ୍‌ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ତାପଜ ବିଦ୍ୟୁତ୍‌ ବଦଳରେ ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ପରିବେଶ ମଞ୍ଜୁରୀ ପ୍ରାଧାନ୍ୟକୁ ଅଗ୍ରାଧିକାର ଦେବା ଉପରେ ଚିନ୍ତା କରିବା ଆବଶ୍ୟକ। କାରଣ ତାପଜ କେନ୍ଦ୍ରରୁ ଥରେ ଧୂୂଆଁ ବାୟୁମଣ୍ଡଳକୁ ନିର୍ଗତ ହେଲେ ତାକୁ ଫେରେଇ ଅଣାଯାଇ ପାରିବ ନାହିଁ। କିନ୍ତୁ ଜଳ ବିଦ୍ୟୁତ ଯୋଜନା ପାଇଁ କଟାଯାଇଥିବା ବୃକ୍ଷ ସ୍ଥାନରେ ନୂତନ ବୃକ୍ଷ ରୋପଣ କରାଯାଇ ପରିବେଶର ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଅକ୍ଷୟ ଶକ୍ତି ପ୍ରକଳ୍ପ ହୋଇଥିବା ହେତୁ ଏହା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ଆବଶ୍ୟକତାକୁ ପୂରଣ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ଦିଗରେ ସର୍ବଦା ସମ୍ମତି ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ କ୍ୟାପ୍‌ଟେନ୍‌ ମିଶ୍ର କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂହଙ୍କୁ ଫୋନ ଯୋଗେ କୃତଜ୍ଞତା ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଜେଡ୍‌କଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଷ୍ଣପଦ ସେଠୀ,ଏନ୍‌ଏଚ୍‌ପିସିର ସ୍ବାଧୀନ ନିର୍ଦ୍ଦେଶକ ଯୁଗଳ କିଶୋର ମହାପାତ୍ର, ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri